ଟେକ୍

୨୦କୋଟିରୁ ଅଧିକ ଟ୍ଵିଟର ୟୁଜର୍ସଙ୍କ ଇମେଲ ଆଡ୍ରେସ ହେଲା ଲିକ୍‌, ହ୍ୟାକର୍ସଙ୍କର ମିଳୁନାହିଁ ପତ୍ତା, ଆପଣ ବି ଏହି ଲିଷ୍ଟରେ ନାହାନ୍ତି ତ?

ଟ୍ଵିଟର କୁ ନେଇ ଆସିଲା ବହୁତ ବଡ଼ ଖବର। ଆଜି କାଲି ସମସ୍ତେ ଏହି ସେବାର ଉପଭୋଗ କରୁଛନ୍ତି। ଅନଲାଇନ ପ୍ଳାଟଫର୍ମ ରେସ୍‌ ରେ ଟ୍ଵିଟରର ଭୂମିକା ବହୁତ ଅଧିକ। ଏମିତିରେ ଅନେକ ୟୁଜର୍ସ ମଧ୍ୟ ଏହି ପ୍ଳାଟଫର୍ମରେ ନିଜ ମତାମତକୁ ପୋଷ୍ଟ କରିଥାନ୍ତି। ତେଣୁ ଏତେ ଅଧିକ ୟୁଜର୍ସଙ୍କ ପ୍ରାଇଭେସିକୁ ସିକ୍ୟୁର ରଖିବା ବହତୁ ଜରୁରୀ ହୋଇଥାଏ। ଏବେ ସେହି ସେଫ୍ଟି କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ୟୁଜର୍ସଙ୍କ ପ୍ରାଇଭେସିକୁ ନେଇ ଜରୁରୀ ସୂଚନା ସାମ୍ନାକୁ ଆସିଛି। ଯଦି ଆପଣ ବି ଟ୍ଵିଟର ୟୁଜ କରୁଛନ୍ତି ତେବେ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖି ସତର୍କ ହୋଇଯାନ୍ତୁ।

ଦର୍ଶକବନ୍ଧୁ ଟ୍ଵିଟର ୟୁଜର୍ସଙ୍କ ପ୍ରାଇଭେସିକୁ ନେଇ ଏକ ବଡ଼ ସିକ୍ୟୁରିଟି ରିସର୍ଚ୍ଚର ବଡ଼ ଖବର ଦେଇଛି। ସୂଚନା ଅନୁସାରେ ହ୍ୟାକର୍ସ ମାନେ ସିକ୍ୟୁରିଟିକୁ ଟାର୍ଗେଟ କରି ପାଖାପାଖି ୨୦୦ ମିଲିୟନ ମାନେ ୨୦ କୋଟି ରୁ ଅଧିକ ଟ୍ଵିଟର ୟୁଜର୍ସଙ୍କ ଇମେଲ ଆଡ୍ରେସକୁ ହ୍ୟାକ କରିଦେଇଛି। ଧ୍ୟାନ ରଖନ୍ତୁ ଆପଣ ବି ଏହି ଲିଷ୍ଟରେ ସାମିଲ ହୋଇପାରନ୍ତି। ସବୁଠ ୁ ବଡ଼ କଥା ହେଉଛି ହ୍ୟାକର୍ସ ମାନେ ଏହାକୁ ଅନଲାଇନ ହ୍ୟାକିଂ ଫୋରମରେ ପୋଷ୍ଟ ମଧ୍ୟ କରିଛନ୍ତି। ଏହି ଖବର ସାମ୍ନାକୁ ଆସିବା ପରେ ଏବେ ଚାରିଆଡେ ଚର୍ଚ୍ଚା। ଅନେକ ୟୁଜର୍ସ ଏହାକୁ ନେଇ ଚିନ୍ତିତ ଅଛନ୍ତି। ଏବେ ପର୍ଯ୍ୟନ୍ତ ହ୍ୟାକର୍ସ ଙ୍କୁ ନେଇ କୌଣସି ତଥ୍ୟ ଆସିନାହିଁ। ତେବେ ଏହି ଡାଟା କୁ କେବେ ଲିକ କରାଯାଇଛି ତାହା ସମ୍ପର୍କରେ ମଧ୍ୟ ସୂଚନା ଦିଆଯାଇ ନାହିଁ।

ତେବେ ଅନଲାଇନ ସର୍ଭିସ ପ୍ରୋଭାଇଡର ଲିଙ୍କଡଇନ ରେ ମଧ୍ୟ ଏହାକୁ ନେଇ ଅନେକ ପୋଷ୍ଟ କରାଯାଇଥିଲା। ଏହାବ୍ୟତିତ ଅନ୍ୟାନ୍ୟ ସୋସିଆଲ ମିଡିଆରେ ଏହାକୁ ନେଇ ଅନେକ ସ୍କ୍ରିନସଟ୍‌ ଦେଖିବାକୁ ମିଳିଛି।

କିନ୍ତୁ ଏତେ ସବୁ ପୋଷ୍ଟ ମଧ୍ୟରେ ହ୍ୟାକର୍ସଙ୍କ ବିଷୟରେ ଡିଟେଲ୍ସ ରେ କିଛି ଜଣାପଡ଼ିନାହିଁ। ହ୍ୟାକର୍ସଙ୍କ ଲୋକେସନକୁ ନେଇ ମଧ୍ୟ କିଛି ସୂଚନା ଆସିନାହିଁ। ତେବେ ଅନୁମାନ କରି କୁହାଯାଉଛି ଯେ ଏହା ଏଲନ ମସ୍କ ଟ୍ଵିଟର ଅଧିଗ୍ରହଣ କରିବା ପୂର୍ବରୁ ହୋଇଛି।

ତେବେ ସେ ଯାହା ବି ହେଉ ୟୁଜର୍ସଙ୍କ ଇମେଲ ଆଡ୍ରେସ ସମ୍ବନ୍ଧି ତ ଡାଟା ଲିକ ହେବା ସମସ୍ତଙ୍କୁ ଏବେ ଚିନ୍ତାରେ ପକାଇାଦେଇଛି। ଯଦି ଆପଣ ବି ଟ୍ଵିଟର ର ଜଣେ ୟୁଜର ତେବେ ଏହି କଥା କୁ ଧ୍ୟାନରେ ରଖନ୍ତୁ। ତାସହିତ ସତର୍କ ରୁହନ୍ତୁ।

D Sonali

Recent Posts

ସ୍ୱାତି ମାଲିଓ୍ଵାଲଙ୍କୁ ମାଡ଼ ମାମଲା: ଜୁଲାଇ ୬କୁ ବୃଦ୍ଧି ପାଇଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ

ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…

25 mins ago

ସୋନାକ୍ଷୀଙ୍କ ବିବାହ ପାଇଁ ସୁନ୍ଦର ଭାବେ ସଜାଯାଇଛି ଶତ୍ରୁଘ୍ନ ସିହ୍ନା ଘର, ସାମ୍ନାକୁ ଆସିଲା ଫଟୋ

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ଚାଲିଛି…

33 mins ago

ଠାଣେ: ଫୁଟବଲ୍‌ ଟର୍ଫ ଉପରେ ଖସିପଡ଼ିଲା ଟିଣ ଶେଡ୍‌, ୯ ଜଣ ପିଲା ଆହତ; ଅନେକ ଗୁରୁତର

ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍‌ ଟର୍ଫ…

2 hours ago

ଯେକୌଣସି ବୟସରେ ଦାନ୍ତ ଉଠାଇ ପାରିବେ ଆପଣ, ଆସୁଛି ନୂଆ ମେଡିସିନ୍‌

ଅନେକ କୁନି କୁନି ପିଲା ଥାଆନ୍ତି, ଯେଉଁ ମାନଙ୍କର ଦାନ୍ତ ଉଠେନି । ଏପରିକି ଅନେକ ସମୟରେ ବୟସ୍କ ବ୍ୟକ୍ତିଙ୍କର…

2 hours ago

ଖୋର୍ଦ୍ଧା ଜେଲ୍ ପାଲଟିଛି ବ୍ରାଉନସୁଗର କାରବାରର ନୂଆ ଠିକଣା

ଖୋର୍ଦ୍ଧା(କେନ୍ୟୁଜ): ଖୋର୍ଦ୍ଧା ସହରକୁ ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କ ଯାଆସ । ଏତେ ଲୋକଙ୍କ ଭିଡ ଭିତରେ ଏଠି କେମିତି ଚାଲିଛି…

3 hours ago

୧୦୮ ସୁବାସିତ ଜଳରେ ସ୍ନାନ କରୁଛନ୍ତି ଦାରୁ ଦିଅଁ, ବର୍ଷାରେ ଭିଜି ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

ପୁରୀ (କେନ୍ୟୁଜ) : ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଆଜି ସ୍ନାନ ବେଦୀରୁ ଗଜବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ…

3 hours ago