ଏଣିକି Twitter ରେ ପଡକାଷ୍ଟ କରିପାରିବେ ୟୁଜର୍ସ, ଖୁବ ଶୀଘ୍ର ଆସିବ ଆଉ ଏକ ଫିଚର

ଆଜିକାଲି ପଡକାଷ୍ଟର ଟ୍ରେଣ୍ଡ ବଢି ବଢି ଚାଲିଛି । ଏବେ ଟ୍ୱିଟର ବି ଏହି ଅଡିଓ ଫିଚରକୁ ଲଞ୍ଚ କରିବା ନେଇ ପ୍ରସ୍ତୁତି ଚଳାଇଛି । ଟ୍ୱିଟରର ଲାଇଭ ଅଡିଓ ପ୍ରଡକ୍ଟ spaces ଗତ ଦୁଇ ବର୍ଷ ଭିତରେ ଖୁବ ଦ୍ରୁତ ଗତିରେ ଲୋକପ୍ରିୟ ହେବାରେ ଲାଗିଛି । ଏହାକୁ ନଜରରେ ରଖି କମ୍ପାନୀ ୟୁଜରଙ୍କ ପାଇଁ ଆଉ ଏକ ଅଡିଓ ଫିଚର ନିଜ ୟୁଜରଙ୍କୁ ଦେବାକୁ ଯାଉଛି । ଯେବେକି, ଏହା ଏଯାବତ ସ୍ପଷ୍ଟ ହୋଇନି ଯେ ଟ୍ୱିଟରର ଏହି ପୋଡ଼କାଷ୍ଟ ଫିଚର ଏକ ସ୍ୱତନ୍ତ୍ର ଫିଚର ହେବ ନା ଏହା ସ୍ପେସର ହିଁ ଏକ ବିସ୍ତାର ହେବ । ରିଭର୍ସ ଇଂଜିନିୟର ଜେନ ମାଚୁଙ୍ଗ ଏହି ନୂଆ ଫିଚରକୁ ଠାବ କରିଛନ୍ତି । ସେ ଏହାର ଏକ ସ୍କ୍ରିନ ସଟ ବି ସେୟାର କରିଛନ୍ତି । ରିଭର୍ସ ଇଂଜିନିୟର ଜେନ ମାଚୁଙ୍ଗ ଯେଉଁ ସ୍କ୍ରିନ ସଟ ଟିକୁ ସେୟାର କରିଛନ୍ତି ସେହି ଆପର ବଟମ ବାର ମେନ୍ୟୁରେ ଏକ ମାଇକ୍ରୋଫୋନ ଆଇକନ ଦେଖାଯାଇଛି ।

ଏହା ଉପରେ ଟ୍ୟାପ କରିବା କ୍ଷଣି ୟୁଜର୍ସଙ୍କୁ “ପୋଡ଼ କାଷ୍ଟ” ପେଜରେ ରିଡିଂରେକ୍ଟ କରିଦିଆଯାଏ । ନୂଆ ଫିଚରଟି କିପରି ଭାବରେ କାମ କରିବ ସେବାବଦରେ ଜେନ ଅଧିକ କିଛି କହିନାହାନ୍ତି | ଏହି ଟ୍ୟାବ ସମସ୍ତ ୟୁଜର୍ସଙ୍କ ପାଇଁ ଉପଲବ୍ଧ ହେବା ପାଇଁ ଏବେ ଆହୁରି କିଛି ସମୟ ଲାଗିବ ବୋଲି ଜଣାଯାଇଛି । କହିରଖିବା ଉଚିତ ହେବକି ୨୦୨୦ ମସିହାରେ ଟ୍ୱିଟର କ୍ଲବ ହାଉସ ଅଡିଓ ଆପରେ ସ୍ପେସ ଫିଚର ଆଣିଥିଲେ । ଯାହାକୁ ୟୁଜର୍ସ ମାନେ ଖୁବ ପସନ୍ଦ ମଧ୍ୟ କରିଥିଲେ । ସୋସିଆଲ ପଡକ୍ସ୍ଟ ପ୍ଲାଟ୍ଫର୍ମ ବ୍ରେକରକୁ ନିଜ ଅଧୀନକୁ ନେବା ପରେ କମ୍ପାନୀ ଅଡିଓ ଆଧାରିତ ନିଜ ସେବା ଗୁଡିକରେ କୌଣସି ପରିବର୍ତ୍ତନ ଆନିନାହିଁ । କମ୍ପାନୀ ପଡକ୍ସ୍ଟ କୁ ସପୋର୍ଟ କରିବା ସହିତ କ୍ରିଏଟର୍ସ ମାନଙ୍କୁ ରୋଜଗାରର ନୂଆ ନୂଆ ମୌକା ଦେଇପାରେ ।

କିଛି ଦିନ ପୂର୍ବରୁ ଟ୍ୱିଟର ନିଜ ସ୍ପେସ ଫିଚରରେ କିଛି ନୂଆ ଅପଡେଟ ଆଣିଥିଲା । ଏହି ଅପଡେଟ ପରେ ମୋବାଇଲ ୟୁଜର୍ସ ମାନେ ଚାଟରୁମ ପ୍ରସ୍ତୁତ କରି ସେଥିରେ ହେଉଥିବା ରେକର୍ଡ ଗୁଡିକୁ କରାଇ ପାରନ୍ତି । ଏହିପରି ଭାବରେ କୌଣସି ସ୍ପେସ ସେସନକୁ ରେକର୍ଡ କରି ପଡ କାଷ୍ଟ ପରି ସେୟାର କରାଯାଇପାରିବ । ଏହି ରେକର୍ଡିଙ୍ଗ ୩୦ ଦିନ ପାଇଁ ସେଭ ହୋଇରହିଥାଏ । ଭିନ୍ନ ପଡକ୍ସ୍ଟ ଫିଚର ସହିତ ଟ୍ୱିଟର ଷ୍ପଟିଫାଇ ଅଥବା ଆପଲ ପଡ଼କାଷ୍ଟକୁ ଟକ୍କର ଦେଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.