ଟ୍ୱିଟରର ନୂଆ ଫିଚର; ଫଲୋଅରଙ୍କୁ ବ୍ଲକ୍ ବଦଳରେ କରିପାରିବେ ‘ସଫ୍ଟ ବ୍ଳକ୍’, ଜାଣନ୍ତୁ କିପରି

ମାଇକ୍ରୋ ବ୍ଲଗିଙ୍ଗ ସାଇଟ୍ ଟ୍ୱିଟର “ସଫ୍ଟ ବ୍ଲକ୍” ଟୁଲ୍ ନାମକ ଏକ ନୂତନ ଫିଚର୍ସ ଲଞ୍ଚ କରିଛି । ଯାହା ୱେବରେ ଥିବା କୌଣସି ୟୁଜର୍ସଙ୍କୁ ବ୍ଲକ ନକରି ଜଣେ ଫଲୋଅରଙ୍କୁ ଡେଟଲ କରିବାକୁ ଅନୁମତି ଦେବ । ଜଣେ ଫଲୋଅରଙ୍କୁ ବ୍ଲକ କରିବାକୁ ହେଲେ , ଆପଣଙ୍କର ପ୍ରୋଫାଇଲକୁ ଯାଆନ୍ତୁ, ଏହା ପରେ ଫଲୋଅରଙ୍କୁ କ୍ଲିକ୍ କରନ୍ତୁ, ଏବଂ ଏଠାରେ ଥିବା ତିନିଟି-ଡଟ୍ ମେନୁ କ୍ଲିକ୍ କରନ୍ତୁ, ଏବଂ ତାପରେ ସେହି ବ୍ୟକ୍ତିଙ୍କୁ ବ୍ଲକ କରିବା ପାଇଁ ସେଠାରେ ବିକଳ୍ପ ଦେଖାଯିବ। ସବୁଠାରୁ ଗୁରୁତ୍ୱ ପୂର୍ଣ୍ଣ କଥା ହେଉଛି ଆପଣଙ୍କ ଦ୍ୱାରା ରିମୁଭ ହୋଇଥିବା ଫଲୋଅରଙ୍କ ପରିବର୍ତ୍ତନର ସୂଚନା ମିଳିପାରିବ ନାହିଁ ।

ଏଥିରେ କାହାକୁ ବ୍ଲକ କରିବା ସବୁଠାରୁ ଭିନ୍ନ ହୋଇଥାଏ । ଯାହା ଦ୍ୱାରା ସେମାନେ ଆପଣଙ୍କ ଟ୍ୱିଟ୍ ଦେଖିବା ଏବଂ ଆପଣଙ୍କୁ ସିଧାସଳଖ ମେସେଜ ପଠାଇ ପାରିବେ ନାହିଁ ।ଟୁଇଟରର ନୂତନ ରିମୁଭ୍ ଫଲୋଅର୍ ଫିଚର୍ସ ହେଉଛି ଏକ ରିମୋଟ୍ ଅନଫଲୋ ବଟନ୍, ଯାହା ମାଇକ୍ରୋ ବ୍ଲଗିଙ୍ଗ ପ୍ଲାଟଫର୍ମରେ ଆପଣ ଏବଂ ଅନ୍ୟ ମାଙ୍କନ ମଧ୍ୟରେ ଦୂରତା ରଖିବା ପାଇଁ ଏକ ସୁନ୍ଦର ଉପାୟ।

ଆପଣ ବ୍ଲକ କରିଥିବା ଫଲୋଅର୍ ଙ୍କୁ ଆପଣଙ୍କର ଟ୍ୱିଟ୍ ରେ ସେମାନଙ୍କ ଟାଇମଲାଇନରେ ଦେଖିବା ପାଇଁ ଆପଣଙ୍କୁ ପୁନର୍ବାର ଫଲୋ କରିବାକୁ ପଡିବ। ଏବଂ ଯଦି ଆପଣ ଟ୍ୱିଟ୍ କୁ ପ୍ରାଇଭେଟ ରଖିଛନ୍ତି, ତେବେ ସେମାନଙ୍କୁ ଆପଣ ଅନୁସରଣ କରିବାକୁ ପଡିବ। ଏଥିପାଇଁ ଆପଣଙ୍କର ଅନୁମତି ଆବଶ୍ୟକ ହୋଇଥାଏ । ଟ୍ୱିଟର ଆଇଓଏସ୍ ଏବଂ ଆଣ୍ଡ୍ରଏଡରେ ମଧ୍ୟ ନୂତନ ସଙ୍କେତର ପରୀକ୍ଷା କରୁଛି ଯାହା କଥାବାର୍ତ୍ତା କରିବା ପୂର୍ବରୁ ୟୁଜର୍ସ ମାନଙ୍କୁ ଚେତାବନୀ ଦେଇଥାଏ । ସେହିପରି ଇନଷ୍ଟାଗ୍ରାମ ମଧ୍ୟ ନିକଟରେ ଲିମିଟସ ନାମକ ଏକ ସମାନ ଫିଚର୍ସ ମଧ୍ୟ ଉପସ୍ଥାପନ କରିଛି, ଯାହା ବ୍ୟବହାରକାରୀଙ୍କୁ ଅବାଞ୍ଛିତ କଥାବାର୍ତ୍ତାକୁ ଅସ୍ଥାୟୀ ଭାବରେ ସୀମିତ କରିବାକୁ ସକ୍ଷମ କରିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.