ଏବେ ଟ୍ଵିଟରରେ ବି ହେବ ବହୁତ ରୋଜଗାର : ଆସିଗଲା ନୂଆ ଫିଚର, କେମିତି ହେବ ଟ୍ରାନ୍‌ଜାକସନ୍‌ ଜାଣନ୍ତୁ

ଏବେ ଟ୍ଵିଟର ଆପଣଙ୍କୁ ଦେବ ଭଲ ରୋଜଗାର । ଏଥିପାଇଁ ଟ୍ଵିଟର ପ୍ଲାଟଫର୍ମରେ ଆସିଛି ଏକ ନୂଆ ଫିଚର । ଟ୍ଵିଟର ଏବେ ଟିପ୍ସ ଫଙ୍କସନ କୁ ଏଣ୍ଡ୍ରୟଡ ଉପୋଭୋକ୍ତାଙ୍କ ପାଇଁ ଉପଲବ୍ଧ କରିଛି । ସବୁ ଉପଯୋଗକର୍ତ୍ତାଙ୍କ ପାଖରେ ଏବେ ଟ୍ଵିଟର ଟିପ୍ସ ପହଞ୍ଚୁଛି ଯାହାକୁ ସେ କ୍ରିପ୍ଟୋକରେନ୍ସି ସହିତ ପେମେଣ୍ଟ ପାଇବା ପାଇଁ ଅନୁମତି ଦେଇଛି । ଟ୍ଵିଟର ପ୍ରୋଫାଇଲ ପେଜରେ ଟିପ୍ସ ସିମ୍ବଲ ଫଲୋ ବଟନ ର ଠିକ ପାଖରେ ରହିଛି ।

ଟ୍ଵିଟର ୟୁଜର୍ସ ନିଜର ପେମେଣ୍ଟ ପ୍ରୋଫାଇଲ କୁ ଟିପ୍ସ ଫିଚର ଜରିଆରେ ଲିଙ୍କ୍‌ କରିପାରନ୍ତି । ଏହା ବ୍ରେଡକ୍ୟାମ୍ପ, କେସ୍‌ ଅପ୍‌, ଚିପର, ପେଟିୟମ, ରେଜରପେ, େଓ୍ଵଲ୍‌ଥସିମ୍ପଲ କ୍ୟାସ ଓ ବେନମୋ ପେମେଣ୍ଟକ ସପୋର୍ଟ କରୁଥିବା ସର୍ଭିସ ସାମିଲ । ସବୁଠାରୁ ଭଲ କଥା ହେଉଛି ଟ୍ଵିଟର ମାଧ୍ୟମରେ ପ୍ରାପ୍ତ ହେଉଥିବା ଟିପ୍ସରୁ କୌଣସି କମିଶନ ନିଆଯିବ ନାହିଁ ।

ଏଠାରେ ଦେଖନ୍ତୁ ଟ୍ଵିଟରରେ ଟିପ୍ସ ଫିଚରକୁ ଏନବେଲ କରିବା ସହ ଟଙ୍କା ପାଇବାର ତରିକା :

୧. ନିଜର ଟ୍ଵିଟର ଆକାଉଣ୍ଟ ପେଜକୁ ଯାଆନ୍ତୁ ।

୨. ଡ୍ରପ ଡାଉନ ମେନୁ ରୁ ଏଡିଟ ପ୍ରୋଫାଇଲ ବାଛନ୍ତୁ ।

୩. ପେଜର ତଳେ ସ୍କ୍ରୋଲ କରନ୍ତୁ ଓ ଟିପ୍ସ ଉପରେ ହିଟ କରନ୍ତୁ । ଏହାକୁ ଆକ୍ଟିଭ କରିବା ପାଇଁ ‘ଜେନେରାଲ ଟିପିଙ୍ଗ ପଲିସୀ କୁ ସ୍ୱୀକାର କରନ୍ତୁ ।

୪. ଟାଙ୍ଗଲ କରି ଟିପ୍ସ ଆଣନ୍ତୁ, ପୁଣି ଏହି ଥାର୍ଡ ପାର୍ଟି ସର୍ଭିସେସ ର ଚୟନ କରନ୍ତୁ ଯାହାର ଆପ୍‌ ଆପଣ ଉପଯୋଗ କରିବାକୁ ଚାହୁଁଛନ୍ତି ।

୫. ନିଜର ଥାର୍ଡ ପାର୍ଟି ସର୍ଭିସେସ ପାଇଁ ଉପଯୋଗକର୍ତ୍ତାଙ୍କ ନାମ ଭରନ୍ତୁ । ଆପଣଙ୍କ ଟ୍ଵିଟର ପ୍ରୋଫାଇଲ ଉପରେ ଟିପ୍ସ ଆଇକନ ଦେଖାଇ ଦେବାକୁ, ଆପଣଙ୍କ ପାଖରେ ଅତି କମରେ ଜଣେ ଉପଯୋଗକର୍ତ୍ତାଙ୍କ ନାମ ଇନପୁଟ ହେବା ଦରକାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.