ଟୁଇଟରରେ ନୂଆ ଫିଚର, ଏବେ ନିଜ ପୋଷ୍ଟକୁ ସିଡ୍ୟୁଲ କରିପାରିବେ ୟୁଜର

ମାଇକ୍ରୋ ବ୍ଲଗିଂ ସାଇଟ ଟୁଇଟର ନିଜ ୟୁଜର୍ସଙ୍କ ପାଇଁ ଖୁବଶୀଘ୍ର ନୂଆ ଫିଚର ଲଞ୍ଚ କରିବାକୁ ଯାଉଛି। ଏହି ଫିଚର ଜରିଆରେ ୟୁଜର ନିଜର ପୋଷ୍ଟକୁ ଆଗାମୀ ସମୟ ପାଇଁ ସିଡ୍ୟୁଲ କରିପାରିବ। ଏହା ପୂର୍ବରୁ କମ୍ପାନୀ ଅନେକ ଫିଚର୍ସ ଆଣିସାରିଛି, ଯେଉଁଥିରୁ ଟୁଇଟ୍‌ କରିବା ୟୁଜର୍ସଙ୍କ ପାଇଁ ବହୁତ ସହଜ ହୋଇପାରିଛି।

ttwi

ମିଡିଆ ରିପୋର୍ଟ ମୁତାବକ, ଟୁଇଟର ନିଜର ପ୍ଲାଟଫର୍ମ ହେଟ ସ୍ପିଚ ଏବଂ ଟ୍ରୋଲିଂକୁ ରୋକିବା ପାଇଁ ଏହି ଫିଚର୍ସକୁ ଟେଷ୍ଟ କରୁଛି। କିଛି ବଛାବଛା ଡେସ୍କଟପକୁ ଏହି ନୂଆ ଫିଚସ ବ୍ୟବହାର ପାଇଁ ମିଳିବ। ଏହା ପରେ କମ୍ପାନୀ ସମସ୍ତଙ୍କ ପାଇଁ ଏହି ଫିଚର ପ୍ରଦାନ କରିବ। ଏହାଛଡା ଟୁଇଟର ଆଉ ଏକ ନୂଆ ଫିଚର ଆଣିବାକୁ ପ୍ଲାନ କରୁଛି, ଯାହା ଜରିଆରେ ୟୁଜର୍ସ ପୋଷ୍ଟ କରିବା ପୂର୍ବରୁ ଲେଖାକୁ ସୁଧାରିବା ପାଇଁ ସୁଯୋଗ ମିଳିବ। ଏହି ଫିଚର ଜରିଆରେ ୟୁଜର୍ସଙ୍କର ଆପତ୍ତିଜନକ ପୋଷ୍ଟ ଉପରେ ପ୍ରତିବନ୍ଧକ ଲଗାଯାଇପାରିବ। ଏହି ଫିଚର୍ସ ପ୍ରଥମେ ଆଇଓଏସ୍‌ ୟୁଜର୍ସଙ୍କୁ ମିଳିବ ବୋଲି ଟୁଇଟର କହିଛି।

ଗତବର୍ଷ ଟୁଇଟର ହାଇଡ ରିପ୍ଲାଇ ଫିଚରକୁ ଲଞ୍ଚ କରିଥିଲା। ଏହି ଫିଚର ଜରିଆରେ ୟୁଜର୍ସ ଅତି ସହଜରେ ଅପମାନଜନକ ଏବଂ ଚିନ୍‌ିତ କରୁଥିବା ରିପ୍ଲାଇକୁ ଲୁଚାଇ ପାରୁଛନ୍ତି।

Leave A Reply

Your email address will not be published.