ଟ୍ୱିଟରର ଧମାକାଦାର ଫିଚର : ଏଣିକି ଆପଣ ଟ୍ୱିଟ୍ କରିବା ମାତ୍ରେ ଇନଷ୍ଟାଗ୍ରାମ ଏବଂ ସ୍ନାପଚାଟରେ ସ୍ୱୟଂଚାଳିତ ଭାବେ ହୋଇଯିବ ପୋଷ୍ଟ

ଟ୍ୱିଟରର ସମସ୍ତ ୟୁଜର୍ସ ମାନଙ୍କ ପାଇଁ କମ୍ପାନୀ ଏକ ଭଲ ସୁବିଧା ଯୋଗାଇ ଦେବାକୁ ଯାଉଛି। ଗୁରୁବାର ଟ୍ୱିଟର ଏକ ନୂଆ ଫିଚର ଘୋଷଣା କରିଛି । ଯାହା ମାଧ୍ୟମରେ ବର୍ତ୍ତମାନ ୟୁଜର୍ସମାନେ ସ୍ନାପଚାଟ ଏବଂ ଇନଷ୍ଟାଗ୍ରାମ ଷ୍ଟୋରୀରେ ସିଧାସଳଖ ଟ୍ୱିଟ୍ କ୍ରସ୍ ପୋଷ୍ଟ କରିବାର ସୁବିଧା ପାଇବେ। ଏହି ଫିଚର ପୂର୍ବରୁ iOS ରେ ଉପଲବ୍ଧ ଥିଲା ଏବଂ ବର୍ତ୍ତମାନ ଏହି ଫିଚର ଟ୍ୱିଟର ଦ୍ୱାରା ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ପାଇଁ ମଧ୍ୟ ଅଣାଯାଇଛି। ଟ୍ୱିଟର ଉଭୟ ଆଣ୍ଡ୍ରଏଡ୍ ଏବଂ ଆଇଓଏସରେ LinkedInରେ ଯୋଡ଼ା ଯାଇଛି।

ଯେଉଁ ୟୁଜର୍ସମାନେ ସେମାନଙ୍କର ଟ୍ୱିଟର ଆକାଉଣ୍ଟକୁ ଲାଟେସ୍ଟ ଭର୍ସନରେ ଅପଡେଟ୍ କରିଛନ୍ତି ସେମାନେ ବର୍ତ୍ତମାନ ଇନଷ୍ଟାଗ୍ରାମ ଷ୍ଟୋରୀ ଏବଂ ସ୍ନାପଚାଟରେ ସେମାନଙ୍କର ଟ୍ୱିଟ୍ ସିଧାସଳଖ ସେୟାର କରିପାରିବେ। ଇନଷ୍ଟାଗ୍ରାମ ଷ୍ଟୋରୀ ପାଇଁ, କେବଳ ସେୟାର ବଟନ୍ ଟ୍ୟାପ୍ କରନ୍ତୁ, ତାପରେ ଇନଷ୍ଟାଗ୍ରାମ ଆଇକନ୍ ଟ୍ୟାପ୍ କରନ୍ତୁ । ଏହା ପରେ ଆପଣଙ୍କର ଟ୍ୱିଟ୍ ପୋଷ୍ଟ ହୋଇସାରିଥିବ। ତେବେ କହିରଖୁଛୁ ସ୍ନାପଚେଟ୍ ଏବଂ LinkedIn ପାଇଁ ସମାନ ପ୍ରକ୍ରିୟା ରହିଛି। ଟ୍ୱିଟର ବ୍ୟବହାରକାରୀଙ୍କୁ ଫେସବୁକ୍ ନ୍ୟୁଜ୍ ଫିଡ୍, ଫେସବୁକ୍ ଗ୍ରୁପ୍, ମେସେଞ୍ଜର ଚାଟ୍, ଜିମେଲ୍ ଚାଟ୍, ଟେଲିଗ୍ରାମ ଏବଂ ସିଗନାଲରେ ଟ୍ୱିଟ୍ ସେୟାର କରିବାକୁ ଅନୁମତି ଦେଇଛି।

କିଛି ଦିନ ପୂର୍ବରୁ ଟ୍ୱିଟର ବ୍ୟବହାରକାରୀଙ୍କ ପାଇଁ ମୋଷ୍ଟ –ଆୱେଟେଡ୍‌ ଏଡିଟ୍‌ ବଟନର ଫିଚର ରୋଲଆଉଟ୍ କରିବ ବୋଲି ସୂଚନା ଦେଇଛି। ତେବେକେବଳ ବ୍ଲୁ ଟିକ୍ ବ୍ୟବହାରକାରୀ ଏହାକୁ ପ୍ରଥମେ ବ୍ୟବହାର କରିପାରିବେ। ଟୁଇଟ୍ ପ୍ରକାଶ ପାଇବା ପରେ ଏହା ଉପଭୋକ୍ତାମାନଙ୍କୁ ସେମାନଙ୍କର ଟ୍ୱିଟ୍ ଏଡିଟ୍ କରିବାକୁ ଅନୁମତି ଦେବ। ତେବେ, ଏଡିଟ୍‌ ବଟନ ୟୁଜରଙ୍କୁ ପବ୍ଲିସିଂ ପରେ ୩୦ ମିନିଟ୍‌ ପର୍ଯ୍ୟନ୍ତ ଟ୍ୱିଟ୍‌ରେ ପରିବର୍ତ୍ତନ କରିବାକୁ ଅନୁମତି ଦେବ। ପବ୍ଲିଶଡ୍‌ ଟ୍ୱିଟ୍‌ରେ ଏକ ଲେବଲ , ଟାଇମଷ୍ଟାମ୍ପ ଓ ଆଇକନ ଭଳି ଆଇଡେଣ୍ଟିଫାୟର୍ସ ହେବେ , ଯାହା ଏହା ଦର୍ଶାଇବ କି ଟ୍ୱିଟ୍‌କୁ ଏଡିଟ କରାଯାଇଛି । ଟ୍ୱିଟର ବ୍ୟବହାରକାରୀମାନେ ଟ୍ୱିଟ୍ ଉପରେ କ୍ଲିକ୍ କରିବାକୁ ଏବଂ ଓରିଜିନାଲ କଣ୍ଟେନରେ କରାଯାଇଥିବା ସମସ୍ତ ପରିବର୍ତ୍ତନ ଦେଖିବାକୁ ସମର୍ଥ ହୋଇପାରିବେ।

You might also like