ବଦଳିଗଲା ଟ୍ଵିଟରର ଫଣ୍ଟ, ହେଲେ ଲୋକଙ୍କୁ ଆସୁନି ପସନ୍ଦ, ମିମ୍ସ ସେୟାର କରି ଉଡ଼ାଉଛନ୍ତି ମଜା

ମାଇକ୍ରୋ ବ୍ଲିଗିଙ୍ଗ୍‌ ସାଇଟ୍‌ ଟ୍ଵିଟର ନିକଟରେ ଏକ ପୋଷ୍ଟ ମାଧ୍ୟମରେ ଘୋଷଣା କରିଛି କି, ସେ ନିଜ ଡିଜାଇନରେ କିଛି ପରିବର୍ତ୍ତନ କରିବାକୁ ଯାଉଛି। ଏବେ ଟ୍ଵିଟରର ମୋବାଇଲ ଆପ୍‌ ଏବଂ େଓ୍ଵବ୍‌ ଦୁଇଟି ଯାକରେ ପରିବର୍ତ୍ତନ ନଜର ଆସିବାରେ ଲାଗିଛି। କିନ୍ତୁ ଏହି ପରିବର୍ତ୍ତନ ବୋଧହୁଏ ଲୋକଙ୍କୁ ପସନ୍ଦ ଆସିନି, କାହିଁକିନା, ଟ୍ଵିଟରରେ ଏହି ଡିଜାଇନ ଏବଂ ଫଣ୍ଟକୁ ନେଇ ମିମ୍ସ ବର୍ଷା ହେବାରେ ଲାଗିଛି।

ଟ୍ଵିଟର ନୂଆ ଡିଜାଇନରେ ଏକ ନୂଆ ଫଣ୍ଟ ଆଡ୍‌ କରିଛି, ଯାହାକୁ Chirp ନାମ ଦିଆଯାଇଛି। ଏହି ଫଣ୍ଟକୁ ଚଳିତବର୍ଷ ଜାନୁୟାରୀରେ ଅଣାଯାଇଥିଲା। ଏହା ଆମେରିକାନ୍‌ Gothic ଏବଂ ୟୁରୋପିୟନ Grotesque ଷ୍ଟାଇଲର ମିକ୍ସ ଭର୍ଜନ। ଟ୍ଵିଟରର ନୂଆ ଇଣ୍ଟରଫେସ୍‌ରେ ଏଥର ଆପଣଙ୍କୁ କଲର୍ସରେ କିଛି ପରିବର୍ତ୍ତନ ଦେଖିବାକୁ ମିଳିବ। ନୂଆ କଲର୍ସରେ ଅଧିକ କନ୍‌ଟ୍ରାଷ୍ଟ ସହିତ କମ୍‌ ବ୍ଲ୍ୟୁ କଲର ଦିଆଯାଇଛି। କିନ୍ତୁ ଏହାର ଲାଭ ଆପଣଙ୍କୁ ପ୍ଲାଟଫର୍ମରେ ସେୟାର କରାଯାଇଥିବା ଫଟୋ କିମ୍ବା ଭିଡିଓରେ ଦେଖିବାକୁ ମିଳିବ। ଏହା ବ୍ୟତୀତ କମ୍ପାନୀ ଫଲୋ ବଟନକୁ ଏବେ ବ୍ଲାକ୍‌ କଲର କରି ଦେଇଛି।

କମ୍ପାନୀ ନିଜର ନୂଆ ଡିଜାଇନ ଏବଂ ଫଣ୍ଟକୁ ନେଇ ଟ୍ଵିଟରରେ ଏକ ପୋଷ୍ଟ ସେୟାର କରିଛି। ଏଥିରେ ପଚାରିଛି କି, ‘କ’ଣ ଆପଣ କିଛି ପରିବର୍ତ୍ତନ ନୋଟିସ୍‌ କରିଛନ୍ତି କି’? କମ୍ପାନୀର ଏହି ପୋଷ୍ଟକୁ ନେଇ ଲୋକେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.