ବର୍ଷା ଦିନରେ ଆପଣଙ୍କ ଗାଡିର ଟାୟାର ଜଲଦି ହୋଇଯାଉଛି କି ପଞ୍ଚର, ଜାଣନ୍ତୁ ଏପରି ନହେବା ପାଇଁ କିଛି ସେଫଟି ଟିପ୍ସ

ଆପଣ ଯେତେ ବି ଏକ୍ସପର୍ଟ ଡ୍ରାଇଭର ହୁଅନ୍ତୁ ନା କାହିଁକି ବର୍ଷା ଦିନରେ ଗାଡିକୁ ହ୍ୟାଣ୍ଡେଲ କରିବା ମୁସକିଲ ହୋଇଯାଏ। ଖାସ୍‌ କରି ଅଜଣା ରାସ୍ତାରେ ପାଣି ଭର୍ତ୍ତି ହୋଇଥିଲେ, କାର ଚଲାଇଲାବେଳେ ଏହା ଲାଗିଥାଏ ଯେ କେଉଁଠି ଖାଲ ଢ଼ିପ ନଥିବ? କେବଳ ଏତିକି ନୁହେଁ ସବୁ ଯାଗାରେ ବର୍ଷା, କାଦୁଅ, ପାଣି ଭରି ହୋଇରହିଥାଏ, ଯେଉଁ କାରଣରୁ ଟୁ-ହ୍ଵିଲର ଏବଂ ଫୋର-ହ୍ଵିଲର ମଧ୍ୟ ସ୍କିଡ୍‌ ହେବାକୁ ଲାଗିଥାଏ। ବର୍ଷା ଋତୁରେ ପଙ୍କଚର ହେବାର ଭୟ ଅଧିକ ବଢ଼ିଯାଇଥାଏ। ରାସ୍ତାରେ ପଡିଥିବା ଗେଟି ଉଖୁଡିଯାଇଥାଏ ଯେଉଁ କାରଣରୁ ଏହା ଟାୟାର ପାଇଁ ବହୁତ ସମସ୍ୟା ସୃଷ୍ଟି କରିପାରିଥାଏ। ତେବେ ଆପଣଙ୍କୁ କିଛି ଜରୁରୀ କଥା ଉପରେ ଖାସ୍‌ ଧ୍ୟାନ ଦେବା ଉଚିତ। ଯାହାଦ୍ୱାରା ଗାଡି ସ୍ଲିପ କରିବା ଏବଂ ପଙ୍କଚର୍‌ ହେବା ଠାରୁ ଯେପରି ରକ୍ଷା କରିହେବ। ଆଜି ଆମେ ଆପଣଙ୍କୁ ଜଣାଇବୁ ବର୍ଷା ସମୟରେ ଟାୟାରକୁ ବାରମ୍ବାର ପଙ୍କଚର ହେବା ଠାରୁ କେମିତି ରକ୍ଷା କରିବେ।

ଟିପ୍‌ ନମ୍ବର ଓ୍ଵାନ୍‌

ରୋଡ କଣ୍ଡିସନ୍‌

ବର୍ଷାରେ ଅଧିକାଂଶ ରାସ୍ତା ଖରାପ ହୋଇଯାଇଥାଏ। ରାସ୍ତାରେ ପଡିଥିବା ଗେଟି କାରଣରୁ ଟାୟାରର ଗ୍ରିପ ଦୁର୍ବଳ ହୋଇଯାଏ। ଏମିତିରେ ଯେତେବେଳେ ଗାଡି ଅଧିକ ସ୍ପିଡରେ ହୋଇଥାଏ ଏବଂ ବ୍ରେକ ଲଗାନ୍ତି ସେତେବେଳେ ତାହା ସ୍କିଡ କରିଯାଏ। ଗାଡି ସ୍କିଡ ହେବା କାରଣରୁ ଦୁର୍ଘଟଣା ବି ଘଟିଥାଏ। ମାଟିରେ ତିଆରି ହୋଇଥିବା ରାସ୍ତାରେ କାଦୁଅ ହୋଇଯାଏ ଯାହା ଦ୍ୱାରା ଗାଡି ସ୍ଲିପ ହେବାର ଚାନ୍ସ ବଢ଼ିଯାଇଥାଏ।

ଟିପ୍‌ ନମ୍ବର ୨

ଗାଡି ଟାୟାରର କଣ୍ଡିସନ୍‌

କୌଣସି ବି ଗାଡିର ଟାୟାର୍ସ ଘୋରି ଯିବା ଉଚିତନୁହେଁ। ଟାୟାରରେ ୩ଏମଏମ ଥ୍ରେଡସ୍‌ ହେବା ଜରୁରୀ। କାହିଁକିନା ରୋଡରେ ଏହାର ଗ୍ରିପ ଭଲ ହୋଇଥାଏ। ଯଦି ଟାୟାର୍ସରେ ପ୍ରେସର ଠିକ୍‌ ନଥାଏ ତାହେଲେ ଟାୟାର୍ସରେ ପଙ୍କଚର ହେବାର ଚାନ୍ସ ଅଧିକ ବଢ଼ିଯାଇଥାଏ। କେବଳ ଏତିକି ନୁହେଁ ଗାଡି ଖସରିଯିବାର ଚାନ୍ସ ମଧ୍ୟ ବଢ଼ିଯାଏ। ଏଥିପାଇଁ ଟାୟାର୍ସରେ ପ୍ରେସର ଏକଦମ୍‌ ବରାବର ରହିବା ଉଚିତ। ଏହି କଥା ଉପରେ ମଧ୍ୟ ଧ୍ୟାନ ରଖିବାକୁ ହେବ ଯେ ଟାୟର୍ସରେ ପ୍ରେସର ସେତିକି ରହିବା ଜରୁରୀ ଯେକିତି କମ୍ପାନୀ ପକ୍ଷରୁ କୁହାଯାଇଥାଏ।

ଟିପ୍‌ ନମ୍ବର ୩

ଡ୍ରାଇଭରଙ୍କର କଣ୍ଟ୍ରୋଲିଙ୍ଗ୍‌ ହେବା

ବର୍ଷା ଦିନରେ ରାସ୍ତାରେ କାରର ସ୍ପିଡ୍‌ କେତେ ରହିବା ଜରୁରୀ,ଏହି କଥା ବି ବହୁତ ଗୁରୁତ୍ୱପୂର୍ଣ୍ଣ। ହାଇେଓ୍ଵ ଉପରେ ୮୦ କିଲୋମିଟର ପ୍ରତି ଘଣ୍ଟାରୁ ଅଧିକ ସ୍ପିଡ ହେବା ଅନୁଚିତ। ଗାଡିର ସ୍ପିଡ ଧିରେ ରହିଥିଲେ ଏହାକୁ ଆପଣ କଣ୍ଟ୍ରୋଲରେ ରଖିପାରିବେ ଏବଂ ସ୍କିଡ୍‌ ହେବାର ଭୟ ଠାରୁ ରକ୍ଷା ପାଇଯିବେ। ଏମିତିରେ ଖସରୁଥିବା ସ୍ରୋତରେ ଷ୍ଟିୟରିଙ୍ଗକୁ ଅଚାନକ ବୁଲାନ୍ତୁନାହିଁ। ଅଚାନକ ଏକ୍ସିଲେଟର ବଢ଼ାନ୍ତୁନାହିଁ। ବ୍ରେକ୍‌ ଧିରେ ସେ ଲଗାନ୍ତୁ। ଯେପରି ବ୍ରେକ ଲାଗିବା ଦ୍ୱାରା ଗାଡି ନିଜ ଲାଇନରୁ ବାହାରକୁ ଯିବନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.