ମାର୍କେଟକୁ ଆସିଲା ବଢ଼ିଆ ଇଅର ବଡସ୍‌, ୩୦୦ ଘଣ୍ଟାର ମିଳିବ ବ୍ୟାଟେରୀ ଲାଇଫ

ବ୍ଲୁଟୁଥ୍ v5.3 + EDR ଟେକନିକରେ ଲ୍ୟାସ ହୋଇଥିବା କାଉଣ୍ଟର TWS ଆପଣଙ୍କ ସମସ୍ତ ଡିଭାଇସରେ କନେକ୍ଟ ହୋଇପାରିବ । ଏଥିରେ ଅଡିଓ କ୍ୱାଲିଟି ବଢ଼ିଆ ରହିଛି । ମ୍ୟୁଜିକ୍ ଏବଂ କଲ୍ କୁ ସହଜରେ କଣ୍ଟ୍ରୋଲ କରିବା ପାଇଁ ୟୁଜରମାନେ ଟଚ୍‌ ସେନ୍ସିଟିଭ୍‌ ସରଫେସକୁ ବ୍ୟବହାର କରିପାରିବେ ।

ଭାରତୀୟ ଗ୍ୟାଜେଟ୍, ଆକ୍ସେସୋରିଜ୍ ଏବଂ କନଜ୍ୟୁମର୍‌ ଇଲେକ୍ଟ୍ରୋନିକ୍ସ ବ୍ରାଣ୍ଡ U & i କାଉଣ୍ଟର TWS ର ଲଞ୍ଚିଂକୁ ନେଇ ଘୋଷଣା କରିଛି । ବ୍ଲୁଟୁଥ୍ v5.3 + EDR ଟେକନିକରେ ଲ୍ୟାସ ହୋଇଥିବା କାଉଣ୍ଟର TWS ଆପଣଙ୍କ ସମସ୍ତ ଡିଭାଇସରେ କନେକ୍ଟ ହୋଇପାରିବ । ଏଥିରେ ଅଡିଓ କ୍ୱାଲିଟି ବଢ଼ିଆ ରହିଛି । ମ୍ୟୁଜିକ୍ ଏବଂ କଲ୍ କୁ ସହଜରେ କଣ୍ଟ୍ରୋଲ କରିବା ପାଇଁ ୟୁଜରମାନେ ଟଚ୍‌ ସେନ୍ସିଟିଭ୍‌ ସରଫେସକୁ ବ୍ୟବହାର କରିପାରିବେ ।

୩୦୦ ଘଣ୍ଟାର ଷ୍ଟାଣ୍ଡବାଏ ଟାଇମ୍‌ ଏବଂ ୧୮ ଘଣ୍ଟାର ଲଗାତାର ପ୍ଲେ ବ୍ୟାକ୍ ସହିତ କାଉଣ୍ଟର TWS ଆସୁଛି । ତେଣୁ ଏହାକୁ ବାରମ୍ବାର ଚାର୍ଜ କରିବାକୁ ପଡିବ ନାହିଁ । ଏହାର ଚାର୍ଜିଂ କେସରେ ଏକ ୧୮୦ mAh ବ୍ୟାଟେରୀ ରହିଛି ଯାହା ମାତ୍ର ୮୦ ମିନିଟରେ ଚାର୍ଜ ହୋଇଥାଏ ।

କାଉଣ୍ଟର ସିରିଜ୍ TWS ସହିତ U & i ଏହାର କ୍ୱେଷ୍ଟ୍ ସିରିଜ୍ USB-C ଡାଟା କେବୁଲ୍ ମଧ୍ୟ ଆଣିଛି, ଯାହା ସ୍ମାର୍ଟଫୋନ୍ ଏବଂ ଅଲ୍ଟ୍ରା-ପୋର୍ଟେବଲ୍ ଲାପଟପ୍ ସହିତ ବିଭିନ୍ନ ପୋର୍ଟେବଲ୍ ଡିଭାଇସ୍ ଚାର୍ଜ କରିବାକୁ ଡିଜାଇନ୍ ହୋଇଛି । କ୍ୱେଷ୍ଟ ସିରିଜ୍ 65 ୱାଟ (25 ୱାଟ V8) ପର୍ଯ୍ୟନ୍ତ ପାଓ୍ଵାର ଆବଶ୍ୟକତାକୁ ସପୋର୍ଟ କରେ, ଏହା ପ୍ରତ୍ୟେକ କମ୍ପାଟିବଲ୍‌ ଡିଭାଇସ୍‌ ପାଇଁ ସୁରକ୍ଷିତ ଏବଂ ଭଲ ଚାର୍ଜିଂକୁ ସପୋର୍ଟ କରେ ।

U & i କାଉଣ୍ଟର ସିରିଜ୍ TWS ଏବଂ U & i Quest USB-C ଡାଟା କେବଲ୍ ଭଲ ଦାମରେ ମିଳୁଛି । TWS ଇୟରବଡସ୍‌ ର ଦାମ୍‌ ୨,୪୯୯ ଏବଂ USB-C କେବଲ୍ ଦାମ୍‌ ମାତ୍ର ୬୯୯ । ଆପଣ ଏହି ସମସ୍ତ ପ୍ରଡକ୍ଟକୁ ସମସ୍ତ U & i ଆଉଟଲେଟ୍ ଏବଂ ଭାରତର ଅନ୍ୟାନ୍ୟ ରିଟେଲ୍‌ ଷ୍ଟୋରରୁ କିଣି ପାରିବେ ।

Leave A Reply

Your email address will not be published.