BSNL ଆଣିଛି ବଢ଼ିଆ ଅଫର, ୬ ଟଙ୍କାରୁ କମରେ ମିଳିବ ଅନଲିମିଟେଡ୍ ଡାଟା ଓ କଲିଂର ସୁବିଧା

BSNL ହେଉଛି ଦେଶର ଏକମାତ୍ର ସରକାରୀ ଟେଲିକମ୍ କମ୍ପାନୀ । ଏହି କମ୍ପାନୀ ଏହାର ଶସ୍ତା ରିଚାର୍ଜ ପ୍ଲାନ୍ ପାଇଁ ବେଶ ଜଣାଶୁଣା । ନିକଟରେ ଘରୋଇ ଟେଲିକମ୍ କମ୍ପାନୀଗୁଡ଼ିକ ସେମାନଙ୍କର ରିଚାର୍ଜ ପ୍ଲାନର ମୂଲ୍ୟ ବୃଦ୍ଧି କରିଛନ୍ତି । କିନ୍ତୁ BSNL ଏବେ ବି କମ୍ ଦାମରେ ରିଚାର୍ଜ ପ୍ଲାନ ପ୍ରଦାନ କରୁଛି । ବର୍ତ୍ତମାନ ବିଏସଏନଏଲ ଏମିତି ଏକ ପ୍ଲାନ୍ ଆଣିଛି ଯାହା ଟେଲିକମ୍ ଜଗତରେ ହଇଚଇ ସୃଷ୍ଟି କରିଛି । ଏହି ପ୍ଲାନରେ ୟୁଜର୍ସମାନେ ୬ ଟଙ୍କାରୁ କମ୍ ଦାମରେ ପ୍ରତିଦିନ ଅନଲିମିଟେଡ୍ କଲିଂ ଏବଂ ଡାଟାର ସୁବିଧା ପାଉଛନ୍ତି । ଅଧିକାଂଶ ୟୁଜର୍ସ ଏହି ପ୍ଲାନ୍ ବିଷୟରେ ଜାଣି ନାହାଁନ୍ତି । ତେବେ ଆସନ୍ତୁ ଏହି ପ୍ଲାନର ଲାଭ ବିଷୟରେ ଜାଣିବା।

BSNL ର ପୋର୍ଟଫୋଲିଓରେ ଭିନ୍ନ ଭିନ୍ନ ପ୍ରାଇସରେ ଅନେକ ରିଚାର୍ଜ ପ୍ଲାନ୍ ଉପଲବ୍ଧ। ଯଦି ଆପଣ BSNLର ପୋର୍ଟଫୋଲିଓକୁ ଭଲଭାବେ ଦେଖନ୍ତି, ତେବେ ଆପଣ ଏକ ପ୍ଲାନ୍ ପାଇବେ ଯାହାର ଦାମ୍ ୧,୧୯୯ ଟଙ୍କା ରହିଛି । ଏହି ପ୍ଲାନର ବୈଧତା ୩୬୫ ଦିନ। ଅର୍ଥାତ୍ ଏହି ପ୍ଲାନରେ ରିଚାର୍ଜ କଲେ ଆପଣ ପୂରା ଗୋଟିଏ ବର୍ଷ ପାଇଁ ମାଗଣାରେ ଫ୍ରି କଲିଂ ଓ ଅନଲିମିଟେଡ୍ ଡାଟା ପାଇପାରିବେ ।

ଏହି ପ୍ଲାନର ବେନିଫିଟ୍ସ  ବିଷୟରେ କହିବାକୁ ଗଲେ, ଏହି ପ୍ଲାନରେ ୟୁଜର୍ସମାନେ ଅନଲିମିଟେଡ୍ ଭଏସ୍ କଲିଂର ସୁବିଧା ପାଇବେ । ଅର୍ଥାତ ଆପଣ ସାରା ଦେଶରେ ଯେକୌଣସି ନେଟୱାର୍କକୁ ଯେତେ ଇଚ୍ଛା କଲ୍ କରିପାରିବେ। ଡାଟା ବିଷୟରେ କହିବାକୁ ଗଲେ, ଏହି ପ୍ଲାନରେ ୟୁଜର୍ସମାନେ ଅନଲିମିଟେଡ୍ ଡାଟା ମଧ୍ୟ ପାଇବେ । କିନ୍ତୁ ୬୦୦ GB ଡାଟା ବ୍ୟବହାର କରିବା ପରେ ସ୍ପିଡ୍ ୪୦ kbps କୁ ହ୍ରାସ ପାଇବ। କିନ୍ତୁ ଆପଣ ଏହା ପରେ ବି ଡାଟା ବ୍ୟବହାର କରିପାରିବେ ।

ଏହି ପ୍ଲାନରେ ୟୁଜର୍ସମାନଙ୍କୁ ପ୍ରତିଦିନ ୧୦୦ ଟି ମେସେଜ୍ ପଠାଇବାର ସୁବିଧା ମଧ୍ୟ ମିଳିବ । ଏହି ଟେକ୍ସଟ୍ ମେସେଜ୍ ବ୍ୟବହାର କରି ଆପଣ ଆପଣଙ୍କର ବନ୍ଧୁ ଏବଂ ସମ୍ପର୍କୀୟଙ୍କ ସହ ଚାଟ୍ କରିପାରିବେ। ଏଭଳି ଭାବେ BSNL ୟୁଜର୍ସମାନେ ପ୍ରତିଦିନ ୬ ଟଙ୍କାରୁ କମ୍ ମୂଲ୍ୟରେ ଏହି ପ୍ଲାନରେ ଅନଲିମିଟେଡ୍ ଡାଟା ଏବଂ କଲିଂର ସୁବିଧା ପାଇବେ । ଯଦି ଆପଣ ଏକ ଲଙ୍ଗ୍ ଟାଇମ୍ ପ୍ଲାନ୍ ଚାହୁଁଛନ୍ତି, ତେବେ ଏହି ପ୍ଲାନ୍ ଆପଣଙ୍କ ପାଇଁ ଠିକ୍ ହେବ ।

BSNL ସବୁବେଳେ ୟୁଜର୍ସମାନଙ୍କୁ କମ୍ ମୂଲ୍ୟରେ ଲଙ୍ଗ ଭ୍ୟାଲିଡିଟି ପ୍ଲାନ୍ ଅଫର କରିଥାଏ, ଯେଉଁଥିରେ ୟୁଜର୍ସଙ୍କୁ ଅନଲିମିଟେଡ୍ କଲିଂ ସହିତ ଡାଟା ଏବଂ ଅନ୍ୟ ବେନିଫିଟ୍ସ ମିଳିଥାଏ । ଭାରତ ସଞ୍ଚାର ନିଗମ ଲିମିଟେଡ୍ ଲଗାତାର ନିଜର ନେଟୱାର୍କକୁ ଉନ୍ନତ କରୁଛି । କମ୍ପାନୀ ଏପର୍ଯ୍ୟନ୍ତ ଦେଶରେ ୬୫,୦୦୦ ରୁ ଅଧିକ ନୂଆ 4G ମୋବାଇଲ୍ ଟାୱାର ଲଗାଇଛି । କମ୍ପାନୀ ଆଗାମୀ କିଛି ମାସ ମଧ୍ୟରେ ୧ ଲକ୍ଷ ନୂଆ 4G ମୋବାଇଲ୍ ଟାୱାର ସ୍ଥାପନ କରିବାକୁ ଲକ୍ଷ୍ୟ ରଖିଛି ।