Realme ସ୍ମାର୍ଟଫୋନ୍‌ ଉପରେ ୪୦୦୦ ଟଙ୍କା ପର୍ଯ୍ୟନ୍ତ ଡିସ୍‌କାଉଣ୍ଟ! ସେଲ୍‌ର ଶେଷ ୩ ଦିନ; ଅତି ଶସ୍ତାରେ ଉଠାନ୍ତୁ ଅଫର୍‌ର ଲାଭ

ଅନଲାଇନ ଶପିଙ୍ଗ୍‌ େଓ୍ଵବସାଇଟ ଫ୍ଲିପକାର୍ଟରେ ବିଗ୍‌ ବିଚତ୍‌ ଧମାଲ (Flipkart Big Bachat Dhamal) ସେଲ୍‌ ଚାଲିଛି। ଏହି ସମୟରେ ବାକି କମ୍ପାନୀଗୁଡ଼ିକ ଭଳି realme ମଧ୍ୟ ସ୍ମାର୍ଟଫୋନ ଉପରେ ଭାରି ଡିସ୍‌କାଉଣ୍ଟ ଦେଉଛି। ଗ୍ରାହକ realme େଓ୍ଵବ୍‌ସାଇଟ ଜରିଆରେ ମଧ୍ୟ ଅଫର୍‌ର ଲାଭ ଉଠାଇ ପାରିବେ। କମ୍ପାନୀର େଓ୍ଵବସାଇଟରେ ସେଲ ୮ ଡିସେମ୍ବର ପର୍ଯ୍ୟନ୍ତ ଚାଲିବ। ସେଲ୍‌ ସମୟରେ realme GT Neo 2ରୁ ଆରମ୍ଭ କରି realme 8s ଭଳି ଡିଭାଇସ୍‌ଗୁଡ଼ିକୁ ଶସ୍ତାରେ କିଣା ଯାଇପାରିବ। ଆସନ୍ତୁ ଜାଣିବା କେଉଁ ଡିଭାଇସ୍‌ ଉପରେ କେତେ ରିହାତି ମିଳୁଛି।

ଶସ୍ତାରେ କିଣନ୍ତୁ realme ସ୍ମାର୍ଟଫୋନ

realme GT Neo 2: ଏହି ସ୍ମାର୍ଟଫୋନ ଉପରେ ୪ ହଜାର ଟଙ୍କାର ରିହାତି ମିଳୁଛି। ଫୋନର ୮ ଜିବି ଭେରିଆଣ୍ଟର ଦାମ୍‌ ୩୧,୯୯୯ ଟଙ୍କା ରହିଛି। କିନ୍ତୁ ରିହାତିରେ ଏହାକୁ ୨୭,୯୯୯ ଟଙ୍କାରେ ବିକ୍ରି କରାଯାଉଛି। ଏଥିରେ ୬୪ ମେଗାପିକ୍ସଲର ଟ୍ରିପଲ କ୍ୟାମେରା, 65W ସୁପରଡାର୍ଟ ଚାର୍ଜିଙ୍ଗ୍‌ ଏବଂ ସ୍ନାପ୍‌ଡ୍ରାଗନ 870 5G ପ୍ରୋସେସର ମିଳୁଛି।

Realme 8s 5G: Realme 8s 5G ଉପରେ କମ୍ପାନୀ ୨ ହଜାର ଟଙ୍କାର ଡିସ୍‌କାଉଣ୍ଟ ଅଫର୍‌ କରୁଛି। ଏହାର 8GB+128GB ଭେରିଆଣ୍ଟର ଦାମ୍‌ ୧୯,୯୯୯ ଟଙ୍କା ରହିଛି। ଫୋନ୍‌ରେ ୬୪ ମେଗାପିକ୍ସଲର ପ୍ରାଇମେରୀ କ୍ୟାମେରା, 33W ଫାଷ୍ଟ ଚାର୍ଜିଙ୍ଗ୍‌ ଏବଂ 90Hzର ଡିସ୍‌ପ୍ଲେ ମିଳୁଛି।

Realme GT Master Edition: ଏହି ସ୍ମାର୍ଟଫୋନ ଉପରେ ମଧ୍ୟ ୪ ହଜାର ଟଙ୍କାର ରିହାତି ରହିଛି। ଫୋନର 6GB+128GB ଭେରିଆଣ୍ଟର ଦାମ୍‌ ୨୫,୯୯୯ ଟଙ୍କା ରହିଛି। କିନ୍ତୁ ରିହାତିରେ ଏହା ୨୧,୯୯୯ ଟଙ୍କାରେ ବିକ୍ରି କରାଯାଉଛି। ଏଥିରେ ୬୪ ମେଗାପିକ୍ସଲର ଟ୍ରିପଲ କ୍ୟାମେରା, 65W ସୁପରଡାର୍ଟ ଚାର୍ଜିଙ୍ଗ୍‌ ଏବଂ ସ୍ନାପ୍‌ଡ୍ରାଗନ 778 5G ପ୍ରୋସେସର ମିଳୁଛି।

Realme C21Y: ଏହା କମ୍ପାନୀର ସବୁଠାରୁ ଶସ୍ତା ଡିଭାଇସ୍‌ ମଧ୍ୟରୁ ଗୋଟିଏ। ଏଥିରେ ୫୦୦୦ ଏମ୍‌ଏଏଚ୍‌ର ବ୍ୟାଟେରୀ ଏବଂ ଟ୍ରିପଲ ରିୟର କ୍ୟାମେରା ଭଳି ଫିଚର୍ସ ମିଳୁଛି। ଫୋନରେ ୫୦୦ ଟଙ୍କାର ରିହାତି ରହିଛି। ୮,୯୯୯ ଟଙ୍କା ଦାମ୍‌ ବାଲା ଏହି ଡିଭାଇସ୍‌କୁ ୮,୪୯୯ ଟଙ୍କାରେ କିଣା ଯାଇପାରିବ।

ଏହି ଫୋନ୍‌ଗୁଡ଼ିକ ଉପରେ ମଧ୍ୟ ରିହାତି ମିଳୁଛି

ଏହିଭଳି କମ୍ପାନୀର Realme C25Y ସ୍ମାର୍ଟଫୋନ ଉପରେ ୧୫୦୦ ଟଙ୍କା, Realme C25_Y ସ୍ମାର୍ଟଫୋନ ଉପରେ ୧୫୦୦ ଟଙ୍କା, Realme Narzo 50A ସ୍ମାର୍ଟଫୋନ ଉପରେ ୧୦୦୦ ଟଙ୍କା ଏବଂ Realme 8 5G ସ୍ମାର୍ଟଫୋନ ଉପରେ ୨୦୦୦ ଟଙ୍କାର ରିହାତି ଦିଆଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.