ଭାରତୀୟ ସେନା ପାଇଁ ଏହି ବ୍ୟକ୍ତି ତିଆରି କରିଛନ୍ତି ଆଇରନ୍‌ ମ୍ୟାନ୍‌ ସୁଟ୍‌, ଗୁଳିବାଜିଲେ ବି କିଛି ହେବନି

ଉତ୍ତର ପ୍ରଦେଶ ବାରଣାସୀର ଜଣେ ଯୁବକ ଭାରତୀୟ ସେନା ବାହିନୀ ପାଇଁ ଆଇରନ୍‌ ମ୍ୟାନ୍‌ ସୁଟ୍‌ ତିଆରି କରିଛନ୍ତି। ଶତ୍ରୁ ସହ ଲଢ଼ିବା ବେଳେ ଏହି ସୁଟ୍‌ ଗୁଳିମାଡ଼ରୁ ଶରୀରକୁ ରକ୍ଷା କରିବ। ଏହି ସୁଟ୍‌କୁ ବାରଣାସୀର ଅଶୋକା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜ୍‌ମେଣ୍ଟରେ କାମ କରୁଥିବା ଶ୍ୟାାମ ଚୌରସିଆ ତିଆରି କରିଛନ୍ତି। ସେ ସ୍ୱତନ୍ତ୍ର ଭାବେ ଭାରତୀୟ ସେନା ପାଇଁ ଏହି ସୁଟ୍‌ ପ୍ରସ୍ତୁତ କରିଥିବା କହିଛନ୍ତି।

ଦେଖନ୍ତୁ ଭିଡିଓ:


ଶ୍ୟାମଙ୍କ କହିବାନୁସାରେ ଏହି ମେଟାଲ ସୁଟ୍‌ ଭାରତୀୟ ଯବାନଙ୍କୁ ଆତଙ୍କବାଦୀ ଓ ଶତ୍ରୁଙ୍କ ସହ ଲଢ଼ିବା ବେଳେ ସାହାଯ୍ୟ କରିବ। ତେବେ ବର୍ତ୍ତମାନ ସେ ଡେମୋ ତିଆରି କରିଛନ୍ତି। କିନ୍ତୁ ଯୁଦ୍ଧ ବେଳେ ଏହା ସୈନିକଙ୍କୁ ସାହାଯ୍ୟ କରିବ ବୋଲି କହିଛନ୍ତି ଶ୍ୟାମ। ଏହି ସୁଟ୍‌ରେ ଗିୟର ଓ ମୋଟର ମଧ୍ୟ ବ୍ୟବହାର କରାଯାଇଛି। ଏଥିରେ ମୋବାଇଲ୍‌ କନେକ୍ସନ୍‌ ମଧ୍ୟ ଦିଆଯାଇଛି। ଏହି ଅତ୍ୟାଧୁନିକ ସୁଟ୍‌ରେ ସେନ୍‌ସର ରହିଛି, ଯାହା ଆକ୍ରମଣ ପୂର୍ବରୁ ଯବାନଙ୍କୁ ଚେତାଇ ଦେବ। କମ୍‌ ଅର୍ଥ ଥିବାରୁ ଶ୍ୟାମ ଏହି ସୁଟ୍‌କୁ ଟିନ୍‌ରେ ପ୍ରସ୍ତୁତ କରିଥିବା କହିଛନ୍ତି।

ଏହାସହ ପଢ଼ନ୍ତୁ: Googleର Best Game ଭାବେ ମନୋନୀତ ହେଲା ଇଣ୍ଡିଆନ ଏୟାରଫୋର୍ସର ଭିଡିଓ ଗେମ

ସେ ସରକାରଙ୍କୁ ଏହି ସୁଟ୍‌ ଉପରେ ଧ୍ୟାନ ଦେବାକୁ ଅନୁରୋଧ କରିଛନ୍ତି। ଆଇରନ୍‌ ମ୍ୟାନ୍‌ ସୁଟ୍‌ ପିନ୍ଧିବା ଦ୍ୱାରା ସୈନିକଙ୍କ ଆୟୁଷ ବଢ଼ିବ ବୋଲି କହିଛନ୍ତି ଶ୍ୟାମ।

Leave A Reply

Your email address will not be published.