ଡିସେମ୍ବରରେ ଲଞ୍ଚ ହେବ ଅନେକ ଦମଦାର ସ୍ମାର୍ଟଫୋନ, ଜାଣନ୍ତୁ ଡିଟେଲ୍ସ

ଆଜିକାଲି ସାରା ବିଶ୍ୱରେ ପ୍ରତିମାସରେ ଶହ ଶହ ସ୍ମାର୍ଟଫୋନ ଲଞ୍ଚ ହେଉଛି । ଭାରତରେ ମଧ୍ୟ ପ୍ରତି ମାସରେ ଅନେକ ନୂଆ ସ୍ମାର୍ଟଫୋନ ଲଞ୍ଚ କରାଯାଏ ଏବଂ ଭାରତୀୟ ୟୁଜର୍ସମାନେ ମଧ୍ୟ ନୂଆ ଫୋନ ପାଇଁ ଅପେକ୍ଷା କରିଥାନ୍ତି । ସ୍ମାର୍ଟଫୋନ କମ୍ପାନୀଗୁଡିକ ପାଇଁ ଭାରତ ହେଉଛି ସବୁଠାରୁ ବଡ ଫୋନ୍ ମାର୍କେଟ୍ , ଏଥିପାଇଁ ପ୍ରତି ମାସରେ କିଛି ନୂଆ ଫୋନ ଲଞ୍ଚ କରାଯାଏ ।

୨୦୨୪ ମସିହାରେ ମଧ୍ୟ Samsung Galaxy S24 Series ଠାରୁ ଆରମ୍ଭ କରି Realme GT 7 Pro ପର୍ଯ୍ୟନ୍ତ ଅନେକ ଦମଦାର ଫୋନ୍ ଭାରତରେ ଲଞ୍ଚ କରାଯାଇଛି, କିନ୍ତୁ ଏ ବର୍ଷ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ । ଏହି ବର୍ଷ ଶେଷ ହେବାକୁ ଆଉ ଏକ ମାସ୍ ବାକି ଅଛି ଏବଂ ଏହି ମାସ ଅର୍ଥାତ୍ ଡିସେମ୍ବରରେ ଅନେକ କମ୍ପାନୀ ଭାରତରେ ସେମାନଙ୍କର ନୂଆ ସ୍ମାର୍ଟଫୋନ ଲଞ୍ଚ କରିବାକୁ ପ୍ଲାନ୍ କରୁଛନ୍ତି । ଆପଣଙ୍କୁ କହିବୁ ଯେ କିଛି ଫୋନ୍ ବିଷୟରେ ଯାହା ଡିସେମ୍ବର ମାସରେ ଲଞ୍ଚ ହେବାକୁ ଯାଉଛି ।

iQOO 13 :

iQOO 13 ୩ ଡିସେମ୍ବରରେ ଭାରତରେ ଲଞ୍ଚ ହେବ ଏବଂ ଏଥିରେ Snapdragon 8 Elite ପ୍ରୋସେସର୍ ରହିବ । କମ୍ପାନୀ କହିଛି ଯେ ଏହି ଫୋନରେ AnTuTu ସ୍କୋର୍ ୩ ମିଲିୟନରୁ ଅଧିକ ହୋଇପାରେ । ଏଥିରେ ୬,୦୦୦mAh ର ବ୍ୟାଟେରୀ ଏବଂ ୧୨୦W ଫାଷ୍ଟ ଚାର୍ଜିଂର ସପୋର୍ଟ ମିଳିବ ।

ଫୋନ୍ IP68 ଏବଂ IP69 ର ରେଟିଂ ପାଇପାରିବେ, ଅର୍ଥାତ୍ ଏହା ପାଣି ଏବଂ ଧୂଳୀରୁ ସୁରକ୍ଷିତ ରହିବ । ଚାଇନାରେ iQOO 13 ରେ ୬.୮୨ ଇଞ୍ଚର 2K+୧୪୪ Hz LTPO AMOLED ଡିସପ୍ଲେ, ୫୦ MP Sony IMX921 କ୍ୟାମେରା ଏବଂ ୩୨ MP ର ଫ୍ରଣ୍ଟ କ୍ୟାମେରା ଦେଖିବାକୁ ମିଳିବ ।

Vivo X200 Series :

ଭାରତରେ Vivo X200 ସିରିଜ୍ କେବେ ଲଞ୍ଚ ହେବ, ଏପର୍ଯ୍ୟନ୍ତ କିଛି ପ୍ରକାଶ କରାଯାଇ ନାହିଁ । କିନ୍ତୁ କମ୍ପାନୀ ଏହାର ପ୍ରୋମୋସନ୍ ଆରମ୍ଭ କରିଛି, ଯେଉଁ କାରଣରୁ ଏହାର ଲଞ୍ଚ ଶୀଘ୍ର ହେବ ବୋଲି ଆଶା କରାଯାଉଛି । Vivo X200 ରେ MediaTek 9400 ପ୍ରୋସେସର, ୧୬ GB RAM ଏବଂ ୫୧୨GB ଷ୍ଟୋରେଜ୍ ଥାଇପାରେ । ଏହାର କ୍ୟାମେରାରେ ୫୦ MP Sony IMX882 ସେନ୍ସର ଥିବାବେଳେ, X200 Pro ରେ ୨୦୦ MP Samsung HP9 ସେନ୍ସର ରହିଛି ।

OnePlus 13 :

OnePlus 13 ସାଧାରତଃ ଜାନୁଆରୀରେ ଲଞ୍ଚ ହୁଏ, କିନ୍ତୁ ଏଥର କିଛି ଫୋନ୍ ପୂର୍ବରୁ ଲଞ୍ଚ କରାଯିବ, ତେଣୁ ଏହା ହୋଇପାରେ ଯେ OnePlus 13 ମଧ୍ୟ ଡିସେମ୍ବରରେ ହିଁ ଭାରତକୁ ଆସିବ । ଏଥିରେ ୬.୮୨ ଇଞ୍ଚର ୨K+ AMOLED ଡିସପ୍ଳେ, Snapdragon 8 Elite ପ୍ରୋସେସର ଏବଂ ୬,୦୦୦mAh ର ବ୍ୟାଟେରୀ ଥାଇପାରେ । ଏହାସହିତ ୧୦୦W ଚାର୍ଜିଂକୁ ସପୋର୍ଟ ମଧ୍ୟ କରିବ । ଏହାର କ୍ୟାମେରା ସେଟଅପରେ Sony LYT 808 ପ୍ରାଇମେରୀ କ୍ୟାମେରା, ୫୦ MP 3x ଟେଲିଫଟୋ ଲେନ୍ସ ଏବଂ ୫୦MP ଅଲ୍ଟ୍ରା-ୱାଇଡ୍ କ୍ୟାମେରା ରହିପାରେ ।

Tecno Phantom V Fold 2 ଏବଂ Phantom V Flip 2 :

Tecno ଆସନ୍ତା ମାସରେ ଭାରତରେ ଏହି ଦୁଇଟି ଫୋନକୁ ଲଞ୍ଚ କରିପାରିବ । Phantom V Flip 2 ରେ ୬.୯ ଇଞ୍ଚର LTPO AMOLED ଡିସପ୍ଲେ, MediaTek Dimensity 8020 ପ୍ରୋସେସର ଏବଂ ୭୦W ଫାଷ୍ଟ ଚାର୍ଜିଂ ସପୋର୍ଟ ଥାଇପାରେ । ସେହିଭଳି Phantom V Fold 2 ରେ ୭.୮୫ ଇଞ୍ଚର LTPO AMOLED ଡିସପ୍ଲେ ଏବଂ MediaTek Dimensity 9000+ ପ୍ରୋସେସର ରହିପାରେ ।

Poco F7 :

Poco F7 ଭାରତରେ ଲଞ୍ଚ ହେବାକୁ ପ୍ରସ୍ତୁତ ହେଉଛି, ଏହାର ମଡେଲ୍ ନମ୍ବର BIS ୱେବସାଇଟରେ ଦେଖାଯାଇଛି । ଏହି ଫୋନ ବିଷୟରେ ଏପର୍ଯ୍ୟନ୍ତ କିଛି ଡିଟେଲ୍ସ ସାମ୍ନାକୁ ଆସି ନାହିଁ ।