ନଭେମ୍ବରେ ଆସୁଛି ନୂଆ 5G ସ୍ମାର୍ଟ ଫୋନ, ସୁନ୍ଦର ମଡେଲ ସାଙ୍ଗକୁ ରହିଛି ଆକର୍ଷଣୀୟ ଫିଚର୍ସ

ଭାରତରେ 5G ସର୍ଭିସ୍‌ ଲଞ୍ଚ ହେବା ପରେ ସ୍ମାର୍ଟ ଫୋନ ନିର୍ମାଣକାରୀ କମ୍ପାନିଙ୍କ ଭିତରେ ନୂଆ ଫୋନ ଲଞ୍ଚ କରିବା ପାଇଁ ପ୍ରତିଦ୍ୱନ୍ଦିତା ଚାଲିଛି। ସ୍ପିଡ୍‌ ଇଣ୍ଟରନେଟ୍‌ ବ୍ୟବହାର କରିବା ପାଇଁ ମଧ୍ୟ ଗ୍ରାହକମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଗ୍ରାହକ ମାନଙ୍କ ସୁବିଧାକୁ ଆଖିରେ ରଖି ଗ୍ରାହକମାନଙ୍କୁ ସୁହାଇଲା ପରି ମୂଲ୍ୟରେ ସ୍ମାର୍ଟ ଫୋନ ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଛନ୍ତି।

5G ଲଞ୍ଚ ହେବା ପରେ ଭାରତୀୟ ସ୍ମାର୍ଟ ଫୋନ ମାର୍କେଟରେ ହଇଚଇ ସୃଷ୍ଟି ହୋଇଛି। ଏହି ନଭେମ୍ବର ମାସରେ ଅନେକ ସ୍ମାର୍ଟ ଫୋନ ଲଞ୍ଚ ହେବାକୁ ଯାଉଛି। ଏହି ମାସରେ Google Pixel 7 ସିରିଜ୍‌ ଲଞ୍ଚ ହେବାକୁ ଯାଉଛି। ଏହି ସିରିଜ୍‌ ମାଧ୍ୟମରେ Google Pixel 7 ଏବଂ Pixel 7 Pro ମଧ୍ୟ ଲଞ୍ଚ ହେବାକୁ ଯାଉଛି। ଅନ୍ୟପଟେ ମଟୋରୋଲାର Moto G72 ମଧ୍ୟ ଏହି ନଭେମ୍ବରରେ ଲଞ୍ଚ ହେବାକୁ ଯାଉଛି। ଯଦି ଏହି ସୁନ୍ଦର ସ୍ମାର୍ଟଫୋନକୁ କିଣିବା ପାଇଁ ଆଗ୍ରହୀ ଅଛନ୍ତି। ତେବେ ନଭେମ୍ବରରେ ଲଞ୍ଚ ହେବାକୁଥିବା ୫ଟି ବଢ଼ିଆ ସ୍ମାର୍ଟ ବିଷୟରେ କହିବୁ।

Xiaomi 12S Ultra:

ଏହି ସ୍ମାର୍ଟ ଫୋନ ଗତ ଜୁଲାଇ ମାସରେ ତାର ଘରୋଇ ବଜାରରେ ଏହି ଫୋନକୁ ଲଞ୍ଚ କରିଥିଲା। ଏହି ଫୋନ ନଭେମ୍ବରରେ ଭାରତରେ ଲଞ୍ଚ ହେବାର ଯୋଜନା ଅଛି। ଏହି ଚାଇନା ଭେରିଏଣ୍ଟ ରେ 6.73- ଇଞ୍ଚ୍‌ର 2K AMOLED micro curved display ସହିତ 120Hz ରିଫ୍ରେଶ ହାର ଅଛି। Xiaomi 12S Ultra ରେ ସ୍ନାପଡ୍ରାଗନ 8+ Gen 1 ପ୍ରୋସେସର ତା ସହିତ 12GB LPDDR5 RAM ଏବଂ 512GB ର ଷ୍ଟୋରେଜ୍‌ ଅଛି।

ଏଥିରେ ତିନିଟି ରିୟର କ୍ୟାମେରା ଅଛି ଯେଉଁଥିରେ ୫୦ ମେଗା ପିକ୍ସେଲର Sony IMX989 ସେନ୍ସର ଲାଗିଛି। ଏଥିରେ ଅପ୍ଟିକାଲ ଇମେଜ୍‌ ଷ୍ଟାବିଲାଇଜେସନର ସପୋର୍ଟ ଦିଆଯାଇଛି। ଏହାର ଦ୍ୱିତୀୟ ଲେନ୍ସରେ 48 ମେଗା ପିକ୍ସେଲ ଏବଂ ତୃତୀୟଟି 48 ମେଗାପିକ୍ସେଲ ସହିତ ଅଲ୍‌ଟ୍ରା ଓ୍ଵାଇଡ୍‌ ଏଙ୍ଗଲ ଅଛି। Xiaomi 12S Ultra ରେ 32 ମେଗା ପିକ୍ସେଲର ଫ୍ରଣ୍ଟ କ୍ୟାମେରା ମିଳିବ। ଘରୋଇ ମାର୍କେଟରେ ଏହାର ଦାମ ୭୦,୦୦୦ ଟଙ୍କା।

OnePlus Nord 3 :
ବଜାରରେ ଏହି ଓ୍ଵାନ ପ୍ଲସ ଫୋନର ଚାହିଦା ବହୁତ ଅଛି। ଏହି ଫୋନ ମଧ୍ୟ ଏହି ନଭେମ୍ବରରେ ଲଞ୍ଚ ହେବରକୁ ଯାଉଛି। OnePlus Nord 6.7-inch Full HD Plus AMOLED display ସହିତ ଏହାର ରିଫ୍ରେସ ହାର 120Hz ଅଛି। ଏହାର 1080×2412 ପିକ୍ସେଲ ରିଜୋଲ୍ୟୁସନ ସହିତ ଏହି ଫୋନକୁ ମିଡିଆ ଟେକ୍‌ ଡାଇମନ୍‌ସନର 8100 ପ୍ରସେସର ଏବଂ 50 ମେଗା ପିକ୍ସେଲର ଟ୍ରିପଲ କ୍ୟାମେରା ଅଛି। ଏହି ଫୋନରେ 4,500mAh ବ୍ୟାଟେରୀ ସହିତ 16 ମେଗାପିକ୍ସେଲାର ଫ୍ରଣ୍ଟ କ୍ୟାମେରା ଦିଆଯାଇଛି। OnePlus Nord 3 ରେ 150W ସୁପର ପ୍‌ଲସ ଚାର୍ଜିଙ୍ଗ୍‌ ସପୋର୍ଟ, 12 GB RAM ଏବଂ 256 GB ର ଷ୍ଟୋରେଜ ସପୋର୍ଟ ମିଳେ ।

Sony Xperia 5 IV 5G :
Sonyର ଏହି ଫୋନକୁ ନଭେମ୍ବର ୨୪ ବେଳକୁ ଲଞ୍ଚ କରାଯାଇ ପାରେ। ପ୍ରଥମେ ୟୁରୋପୀୟ ଦେଶରେ ଲଞ୍ଚ କରାଯାଇଛି। Sony Xperia 5 IV 5G ୟୁୁରୋପୀୟ ଭେରିଏଣ୍ଟର 6.1-inch Full HD+ OLED display ସହିତ (1,080×2,520 pixels) ରିଜୋଲ୍ୟୁସନ ଏବଂ 120Hz ରିଫ୍ରେସ ହାର ଅଛି। ଏହି ଫୋନ128 GB ର ଷ୍ଟୋରେଜ୍‌ ସହିତ , 8 GB ରାମ୍‌ ଏବଂ Snapdragon 8 Gen 1 ପ୍ରସେସର ଦିଆଯାଇଛି। ଏହା ଟ୍ରିପଲ କ୍ୟାମେରା ସାଙ୍ଗକୁ 12 megapixel ର ପ୍ରାଇମେରୀ ସେନ୍ସର ,12 megapixel ସେକେଣ୍ଡାରୀ ସେନ୍ସର ଏବଂ 12 megapixel ର ଥାର୍ଡ଼ କ୍ୟାମେରା ଅଛି । ଏହାର ବ୍ୟାଟେରୀ କ୍ଷମତା 5,000mAh ଏବଂ ଏହାର ମୂଲ୍ୟ ୮୦,୦୦୦ ବୋଲି କୁହାଯାଇଛି ।

VIVO Y73T:
VIVOରଏହି ଫୋନକୁ ସର୍ବ ପ୍ରଥମେ ଚାଇନା ମାର୍କେଟରେ ଲଞ୍ଚ କରାଯାଇଛି। କମ୍ପାନି ଭାରତରେ ଏହାର ମୂଲ୍ୟ 15,990 ଟଙ୍କାରେ ଲଞ୍ଚ କରିବାକୁ ଯାଉଛି। ଏହି ଫୋନ୍ 6.58-inch Full HD+ display ସହିତ 60Hz ର ରିଫ୍ରେସ ରେଟ୍‌ ଅଛି। ଏହାର ମିଡିଆଟେକ୍‌ ଡାଇମେନ୍‌ସିଟିର 700 ପ୍ରସେସର ଏବଂ ଗ୍ରାଫିକ୍ସ ପାଇଁ Mali-G57 GPU , 12 ର GB LPDDR4X RAM ଏବଂ 256 GB ର ଷ୍ଟୋରେଜ୍‌ ଅଛି। ଏହାର ପ୍ରାଇମେରୀ ଲେନ୍ସ 50 megapixels ଦିଆଯାଇଛି । ଏହାର ଫ୍ରଣ୍ଟ କ୍ୟାମେରା 8-megapixel ଦିଆଯାଇଛି। ଏହା 6000mAh ର ବ୍ୟାଟେରୀ ସାଙ୍ଗକୁ 44W ର ଫାଷ୍ଟ ଚାର୍ଜ ଦିଆଯାଇଛି ।

Infinix Zero Ultra:
Infinix ଏହି ଫୋନକୁ ବିଶ୍ୱସ୍ତରରେ ଲଞ୍ଚ କରିଛି। ଭାରତରେ ଏହି ଫୋନ ନଭେମ୍ବର ଶେଷରେ କିମ୍ବା ଡିସେମ୍ବର ଆରମ୍ଭରୁ ଲଞ୍ଚ କରିବ। ଏହାର ମୂଲ୍ୟ 520 ଡଲାର ଅର୍ଥାତ୍‌ 42,400 ଟଙ୍କା ଧାର୍ଯ୍ୟ କରିଛି। Infinix Zero Ultra ରେ 6.8-inch 3D curved AMOLED display ଏବଂ MediaTek Dimensity 920 ପ୍ରସେସର , 8 GB RAM ଏବଂ 256 GB ଷ୍ଟୋାରେଜ୍‌ ଅଛି । ଏଥିରେ ସକ୍ୟୁରିଟି ପାଇଁ ଫି ଙ୍ଗର ପ୍ରିଣ୍ଟର ସୁ ବିଧା ମଧ୍ୟ ଅଛି ।Infinix Zero Ultra 5G ରେ 200 megapixel ର primary sensor ,13 megapixel ର ultra wide angle ଏବଂ 2 megapixel ର macro lens ମିଳୁଛି। ଏଥିରେ 32-megapixel ର ଫ୍ରଣ୍ଟ କ୍ୟାମେରା ସହିତ 4,500mAh ର ବ୍ଯାଟେରୀ ସୁବିଧା ଅଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.