କାର କିଣିବା ବିଷୟରେ ଭାବୁଥିଲେ, ଜାଣିରଖନ୍ତୁ ଭାରତରେ ଲଞ୍ଚ କରିବାକୁଥିବା ଏହି ଦମଦାର ମିନି କାର୍ ବିଷୟରେ

ନୂଆଦିଲ୍ଳୀ : ଚଳିତ ବର୍ଷ ଭାରତ ବଜାରେ ଖୁବ ଷ୍ଟାଇଲିସ ଏବଂ ଦମଦାର ଫିଚରର କାର୍ ଲଞ୍ଚ କରିଛି। ଏବେ ବର୍ଷର ଶେଷ ହୋଇଥିବା ବେଳେ ଆସନ୍ତା ବର୍ଷ କେଉଁ ଦମଦାର କାର ଲଞ୍ଚ କରିବ ସେ ନେଇ ଗ୍ରାହକ ଚାହିଁ ବସିଛନ୍ତି। ଆଜି ଆମେ ଆପଣଙ୍କୁ ଆସନ୍ତା ବର୍ଷ ଲଞ୍ଚ କରିବାକୁ ଥିବା ମିନି କାର ମାନଙ୍କ ବିଷୟରେ କହିବାକୁ ଯାଉଛି। କାର ଗୁଡ଼ିକ ଆକାରରେ ଛୋଟ ହୋଇଥିଲେ ମଧ୍ୟ ଏହାର ଫିଚର ରହିଛି ଦମଦାର। ଆସନ୍ତୁ ଜାଣିବା ସେହି କାର ମାନଙ୍କ ବିଷୟରେ ସଂପୂର୍ଣ୍ଣ ତଥ୍ୟ।

Tata Tiago XZ Plus 12

Tata Tiago XZ Plus 12

Tata Tiago XZ Plus 12 କାର ଡ଼ିସେମ୍ବର ମାସରେ ଭାରତରେ ଲଞ୍ଚ ହେବା ନେଇ ଖବର ରହିଛି। ଏହାର ଫିଚର ନିକଟରେ ଅନଲାଇନରେ ଲିକ୍ ହୋଇଛି। ଏହା ଉଦ୍ଭୟ ଡ଼ିଜେଲ ଏବଂ ପେଟ୍ରୋଲ ବ୍ୟାରିଏଣ୍ଟରେ ଲଞ୍ଚ ହେବାକୁ ଯାଉଛି। ଏଥିରେ ୫ଟି ମାନୁଆଲ ଗିୟରର ସୁବିଧା ଦିଆଯାଇଥିବା ବେଳେ ଏହାର ମୂଲ୍ୟ ପାଖାପାଖି ୫.୭ଲକ୍ଷ ରଖାଯାଇଛି। Tata ଏହାର ଇଣ୍ଟିରିୟରରେ ୭ଇଞ୍ଚ ଟଚସ୍କ୍ରିନ୍ ଇଫୋଟେନମେଣ୍ଟ ସିଷ୍ଟମ ରହିଛି। ତେବେ ଏହାର ପ୍ରୋଜେକ୍ଟର ହେଡ଼ଲାଇଟରେ କୌଣସି ପ୍ରକାରର ପରିବର୍ତ୍ତନ କରାଯାଇନାହିଁ।

Hyundai Grand i10(1)

Hyundai Grand i10

Hyundai ଭାରତ ବଜାରରେ ଖୁବ ଶୀଘ୍ର  Grand i10ର ନୂଆ ମଡ଼େଲ ଲଞ୍ଚ କରିବାକୁ ଯାଉଛି। ଏହି କାରକୁ ଭାରତ ରାସ୍ତାରେ ଅନେକ ଥର ଟେଷ୍ଟିଂ କରାଯାଉଥିବା ଦେଖିବାକୁ ମିଳିଛି। ତେବେ ରିପୋର୍ଟ ମୁତାବକ Grand i10ର ରହିଥିବା ଭର୍ସନ ଅପେକ୍ଷା ଏହି କାରଟି କମ୍ ଉଚ୍ଚତା ଏବଂ ଅଧିକ ଚଉଡ଼ା ବିଶିଷ୍ଟ ରହିଛି। ତେବେ ଏହା ଆସନ୍ତା ବର୍ଷ ଅକ୍ଟୋବରରେ ଲଞ୍ଚ କରିବା ନେଇ ଖବର ରହିଛି।

Maruti Suzuki WagonR

Maruti Wagon R

Maruti Suzuki ନିଜର ନୂଆ Wagon Rକୁ ଲଞ୍ଚ କରିବାକୁ ଯାଉଛି। ରିପୋର୍ଟ ଅନୁଯାୟୀ , Wagon Rର ଟେଷ୍ଟିଂ ବର୍ତ୍ତମାନ ଚାଲିଛି। ଗ୍ରାହକଙ୍କ ଅବଶ୍ୟକତାକୁ ନଜରରେ ରଖି କମ୍ପାନି ଏଥିରେ କିଛି ଖାସ ପରିବର୍ତ୍ତନ କରାଯାଇଛି। ଏହି କାରରେ ବର୍ତ୍ତମାନର ଭସର୍ନ ଭଳି ସମସ୍ତ ଫିଚର ରହିଥିବା ବେଳେ ଖାଲି ସୁରକ୍ଷା ଫିଚରଟି କିଛି ପରିବର୍ତ୍ତନ କରାଯାଇଛି । ତେବେ ଏହାର ବାହାର ଲୁକରେ ମଧ୍ୟ କିଛିଟା ପରିବର୍ତ୍ତନ କରାଯାଇଛି।

Ford Figo Facelift

Ford Figo Facelift

Ford କମ୍ପାନି Figo Facelift ଖୁବ୍ ଶୀଘ୍ର ଭାରତରେ ଲଞ୍ଚ ହେବାକୁ ଯାଉଛି। ରିପୋର୍ଟ ମୁତାବକ ଏଥିରେ ଅସ୍ପାୟର ଫେସଲିଫ୍ଟ ଭଳି ସେଲ୍ୟୁଲର ଗ୍ରିଲ ଦିଆଯାଇଛି। ଏଥିସହ କାରରେ EBD ଏବଂ ABS ଫଚର ମଧ୍ୟ ଦିଆଯାଇଛି। କମ୍ପାନି ଏହି କାରକୁ ଆସନ୍ତା ବର୍ଷ ମାର୍ଚ୍ଚ ମାସରେ ଲଞ୍ଚ କରିବାକୁ ଯାଉଛି।

Leave A Reply

Your email address will not be published.