ଜୁନ୍ ପ୍ରଥମ ସପ୍ତାହରେ ଲଞ୍ଚ ହେବ ତିନୋଟି ଦମଦାର ସ୍ମାର୍ଟଫୋନ୍, ଫିଚର୍ସ ରହିଛି ବଢିଆ

ଜୁନ୍ ପ୍ରଥମ ସପ୍ତାହରେ ଲଞ୍ଚ ହେବ।କୁ ଯ।ଉଛି ତିନୋଟି ଚମତ୍କାର ସ୍ମାର୍ଟଫୋନ୍, ତେବେ କଣ ଏହି ଫୋନ ଏବଂ ଏଥିରେ କଣ ଖ।ସ୍ ଅଛି, ଆସନ୍ତୁ ଜ।ଣିବ।….ଜୁନ୍ ପ୍ରଥମ ସପ୍ତାହରେ ତିନୋଟି ନୂଆ ସ୍ମାର୍ଟଫୋନ୍ ଲଞ୍ଚ ହେବାକୁ ଯାଉଛି, ଯେଉଁଥିରେ ଚମତ୍କ।ର ଫିଚର ସବୁ ରହିଛି । ତେବେ ଏହି ଫୋନ୍ ଗୁଡିକ ହେଉଛି Motorola Razr 60, Alcatel V3 Series 5G ଏବଂ Tecno Pova Curve 5G । ଯଦି ଆପଣ ଏକ ନୂତନ ସ୍ମାର୍ଟଫୋନ୍ କିଣିବାକୁ ଯୋଜନା କରୁଛନ୍ତି, ତେବେ ଏହା ସଠିକ୍ ସମୟ। ଜୁନ୍ ମାସର ପ୍ରଥମ ସପ୍ତାହରେ ଲଞ୍ଚ ହେବ।କୁ ଯ।ଉଛି ମୋଟୋରୋଲ।, ଆଲକ।ଟେଲ ଏବଂ ଟେକ୍ନୋ ଭଳି ପ୍ରମୁଖ ବ୍ରାଣ୍ଡର ଫୋନ୍ । ଏହି ବ୍ରାଣ୍ଡ ଗୁଡ଼ିକ ସେମାନଙ୍କର ନୂଆ ସ୍ମାର୍ଟଫୋନ୍ ବିକ୍ରି ଆରମ୍ଭ କରିବାକୁ ଯାଉଛନ୍ତି। ଆସନ୍ତୁ ଜାଣିବା କେଉଁ ଫୋନ୍ କେଉଁ ଦିନଠାରୁ ବିକ୍ରୟ ପାଇଁ ଉପଲବ୍ଧ ହେବ ଏବଂ ଏଥିରେ କ’ଣ ବିଶେଷତ୍ତ୍ୱ ଅଛି ।

ମୋଟୋରୋଲ। ଏହାର ଲୋକପ୍ରିୟ ଫୋଲ୍ଡେବଲ୍ ସିରିଜ୍ ଫୋନ୍ Razr 60 ର ଏକ ନୂଆ ଭର୍ସନ ବଜାରରେ ଲଞ୍ଚ କରିବାକୁ ଯାଉଛି। ଏହାର ବିକ୍ରୟ ଜୁନ୍ ୪ ତ।ରିଖରୁ ମୋଟୋରୋଲ।ର ଅଫିସିଆଲ୍ ୱେବସାଇଟ୍ ବ୍ୟତୀତ ଫ୍ଲିପକ।ର୍ଟରେ ଆରମ୍ଭ ହେବ। ଏହି ଫୋନ୍ କେବଳ ଏକ ଉତ୍କୃଷ୍ଟ ଡିଜାଇନ୍ ସହିତ ଆସିବ ନାହିଁ, ବରଂ ଏହ।ର ପ୍ରୋସେସର୍, କ୍ୟାମେରା ଏବଂ ଡିସପ୍ଲେ ମଧ୍ୟ ଉତ୍କୃଷ୍ଟ ଏବଂ ଉନ୍ନତମ।ନର ରହିବ। ଆପଣ Motorola Razr 60 ର 8 GB RAM ଏବଂ 256 GB ଷ୍ଟୋରେଜ୍ ଭାରିଆଣ୍ଟ ପାଇବେ। ଆଶା କରାଯାଉଛି ଯେ ଏହା ପ୍ରିମିୟମ୍ ସେଗମେଣ୍ଟରେ Samsung Z Flip କୁ ପଛରେ ପକ।ଇବ ।

ଆଲକାଟେଲ୍ ମଧ୍ୟ ବର୍ତ୍ତମ।ନ ଭାରତୀୟ ବଜାରକୁ ଫେରିଛି ଏବଂ ଏହାର ନୂତନ V3 Series 5G ଲଞ୍ଚ କରିଛି। ଏହି ସିରିଜରେ ତିନୋଟି ମଡେଲ୍, Alcatel V3 Classic 5G, V3 Pro ଏବଂ V3 Ultra ଅନ୍ତର୍ଭୁକ୍ତ। ଏହି ତିନୋଟି ସ୍ମାର୍ଟଫୋନର ବିକ୍ରୟ ଜୁନ୍ ୨ତ।ରିଖ ଦିନ ମଧ୍ୟାହ୍ନ ୧୨ଟାରୁ ଆରମ୍ଭ ହେବ। ମୂଲ୍ୟ ବିଷୟରେ କହିବାକୁ ଗଲେ, ଏହି ସିରିଜ୍ ବଜେଟ୍ ରୁ ମଧ୍ୟମ ବର୍ଗର ବ୍ୟବହାରକାରୀଙ୍କ ପାଇଁ ଡିଜାଇନ୍ କରାଯାଇଛି ଏବଂ ଏହାର ପ୍ରାରମ୍ଭିକ ମୂଲ୍ୟ ₹ ୧୨,୯୯୯ ରୁ ₹ ୨୧,୯୯୯ ପର୍ଯ୍ୟନ୍ତ । ସୁଲଭ ମୂଲ୍ୟରେ 5G ଫୋନ ପାଇବାକୁ ଚାହୁଁଥିବା ଲୋକଙ୍କ ପାଇଁ ଏହି ଫୋନ୍ ଏକ ଭଲ ବିକଳ୍ପ ହୋଇପାରେ ।

Tecno ର ନୂତନତମ ସ୍ମାର୍ଟଫୋନ୍ Pova Curve 5G ମଧ୍ୟ ଆସନ୍ତା ସପ୍ତାହରେ ବିକ୍ରୟ ହେବାକୁ ଯାଉଛି। ଏହାର ବିକ୍ରୟ ଜୁନ୍ ୫ ତ।ରିଖ ମଧ୍ୟାହ୍ନ ୧୨ଟାରୁ ଆରମ୍ଭ ହେବ।କୁ ଯ।ଉଛି ଏବଂ ଗ୍ରାହକମାନେ ଏହାକୁ Tecno ର ଅଫିସିଆଲ୍ ୱେବସାଇଟ୍ ଏବଂ Flipkart ରୁ କିଣିପାରିବେ, ଏହି ଫୋନଟି ବିଶେଷ ଭାବରେ ସେହି ବ୍ୟବହାରକାରୀଙ୍କୁ ଧ୍ୟାନରେ ରଖି ଡିଜାଇନ୍ କରାଯାଇଛି । Tecno Pova Curve 5G ର ମୂଲ୍ୟ ₹ 15,999 ରୁ ₹ 16,999 ମଧ୍ୟରେ ରଖାଯାଇଛି।

Also Read : ଲଞ୍ଚ ହେବାକୁ ଯାଉଛି Vivo T4 Ultra, ଦମଦାର ଡିଜାଇନ୍ ସହିତ କରିବ ଏଣ୍ଟ୍ରି