ଏହି ସପ୍ତାହରେ ଲଞ୍ଚ ହେବ ଅନେକ ଜବରଦସ୍ତ ସ୍ମାର୍ଟଫୋନ୍, ଜାଣନ୍ତୁ ଡିଟେଲ୍ସ
ଭାରତୀୟ ମାର୍କଟରେ ସ୍ମାର୍ଟଫୋନର ଡିମାଣ୍ଡ ବେସ୍ ବଢ଼ି ଚାଲିଛି । ଅନେକ ଲୋକ ନୂଅ ନୂଆ ସ୍ମାର୍ଟଫୋନ୍ କିଣିବା ପାର୍ଇ ପସନ୍ଦ କରିଥାନ୍ତି । ଯଦି ଆପଣ ଜାନୁଆରୀ ମାସରେ କିଛି ନୂଆ ଫୋନ୍ କିଣିବା ପାଇଁ ପ୍ଲାନ୍ କରୁଛନ୍ତି, ତେବେ ଆସନ୍ତୁ ଜାଣିବା ଏହି ଜାନୁଆରୀ ମାସରେ କେଉଁ କେଉଁ ଫୋନ୍ ଲଞ୍ଚ ହେବାକୁ ଯାଉଛି । ଏଥିରେ OnePlus ରୁ Oppo ସମସ୍ତ ଫୋନ୍ ସାମିଲ ଅଛି ।
OnePlus ର ନୂଆ 13 ସିରିଜରେ OnePlus 13 ଏବଂ OnePlus 13R ସାମିଲ ଅଛି । ଏହି ସିରିଜ୍ ୭ ଜାନୁଆରୀରେ ଲଞ୍ଚ ହେବ । ଲଞ୍ଚ ପରେ ଗ୍ରାହକମାନେ ଆମାଜନରେ କିଣିପାରିବେ ।
Redmi 14C :
Redmi ର ଏହି ନୂଆ ସ୍ମାର୍ଟଫୋନ୍ ୬ ଜାନୁଆରୀରେ ଲଞ୍ଚ ହେବ । ଲଞ୍ଚ ପରେ ଏହାକୁ Mi.com, Flipkart ଏବଂ Amazon ଭଳି ପ୍ଲାଟଫର୍ମରେ କିଣିପାରିବେ ।
itel Zeno 10 :
ଜାନୁଆରୀ ୯ରେ itel ର ଦମଦାର୍ ସ୍ମାର୍ଟଫୋନ୍ ମାର୍କେଟକୁ ଆସିବ । ଲଞ୍ଚ ପରେ ଏହା Amazon ରେ ସେଲ୍ ପାଇଁ ଉପଲବ୍ଧ ହେବ ।
Oppo Reno 13 Series:
Oppo ର Reno 13 ରେ Oppo Reno 13 ଏବଂ Oppo Reno 13 Pro ସ୍ମାର୍ଟଫୋନ୍ ସାମିଲ ରହିଛି । ଏହି ସିରିଜ୍ ଜାନୁଆରୀ ୯ରେ ଅପରାହ୍ନ ୫ଟାରେ ଲଞ୍ଚ ହେବ । ଗ୍ରାହକମାନେ ଏହାକୁ Oppo ଅଫିସିଆଲ ୱେବସାଇଟ୍ ଏବଂ ଫ୍ଲପକାର୍ଟରୁ କିଣି ପାରିବେ ।
Moto G05 :
Motorola ର Moto G05 7 କୁ ଜାନୁଆରୀ ୭ ରେ ମଧ୍ୟାହ୍ନ ୧୨ ଟାରେ ଲଞ୍ଚ କରାଯିବ । ଏହି ସ୍ମାର୍ଟଫୋନ୍ ଲଞ୍ଚ ପରେ ଫ୍ଲପିକାର୍ଟରେ ଉପଳବ୍ଧ ହେବ ।
Poco X7 ସିରିଜ୍ :
Poco ର ନୂଆ X7 ସିରିଜରେ Poco X7 ଏବଂ Poco X7 Pro ସ୍ମାର୍ଟଫୋନ୍ ରହିଛି । ଏହି ସିରିଜ୍ ଜାନୁଆରୀ ୯ ରେ ଭାରତୀୟ ବଜାରରେ ଲଞ୍ଚ ହେବ । ଲଞ୍ଚ ପରେ ଏହି ଫୋନଗୁଡିକ ଫ୍ଲିପକାର୍ଟରେ ଉପଲବ୍ଧ ହେବ ।
ଏହି ନୂଆ ସ୍ମାର୍ଟଫୋନରେ ଲାଟେଷ୍ଟ ଫିଚର୍ସ ଏବଂ ଆକର୍ଷଣୀୟ ଡିଜାଇନ୍ ଦେଖିବାକୁ ମିଳିବ । ପ୍ରତ୍ୟେକ ବ୍ରାଣ୍ଡ ବ୍ୟବହାରକାରୀଙ୍କ ବଜେଟ୍ ଏବଂ ଆବଶ୍ୟକତାକୁ ଆଖି ଆଗରେ ରଖି ଏହି ଫୋନରେ ଡିଜାଇନ୍ କରାଯାଇଛି । ଯଦି ଆପଣ ଆପଣଙ୍କର ସ୍ମାର୍ଟଫୋନ୍ ଅପଗ୍ରେଡ୍ କରିବା ପାଇଁ ପ୍ଲାନ୍ କରୁଛନ୍ତି, ତେବେ ଆସନ୍ତା ସପ୍ତାହରେ ଲଞ୍ଚ ହେବାକୁ ଥିବା ଏହି ୬ଟି ଫୋନ୍ ଉପରେ ନଜର ରଖନ୍ତୁ ।