ତୁରନ୍ତ ଅପ୍‌ଡେଟ୍‌ କରନ୍ତୁ Google Chrome, ନଚେତ୍‌ ଚୋରି ହୋଇପାରେ ସମସ୍ତ ପର୍ସନାଲ ଡାଟା

ଯେକୌଣସି ଜିନିଷ ବିଷୟରେ ସର୍ଚ୍ଚ କରିବାକୁ ଆମେ ଗୁଗଲ୍‌ କ୍ରୋମ୍‌ ବ୍ରାଉଜର ବ୍ୟବହାର କରିଥାଉ। ଏଣୁ ବ୍ୟବହାରକାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କମ୍ପାନୀ ସମସ୍ତ ୟୁଜରଙ୍କୁ ତୁରନ୍ତ ଗୁଗଲ୍‌ କ୍ରୋମ୍‌କୁ ଅପଡେଟ୍‌ କରିବାକୁ ପରାମର୍ଶ ଦେଇଛି। ଅପଡେଟ୍‌ ନ କରି ପୁରୁଣା ଭର୍ସନ ବ୍ରାଉଜର ବ୍ୟବହାର କରୁଥିଲେ ଆପଣଙ୍କ ପର୍ସନାଲ ଡାଟା ଚୋରି ହେବା ଆଶଙ୍କା ରହିଛି। ଲୋକମାନଙ୍କ ପର୍ସନାଲ ଡାଟାର ସୁରକ୍ଷା ପାଇଁ ଗୁଗଲ ଏଭଳି ପଦକ୍ଷେପ ଗ୍ରହଣ କରିଥିବା ଜଣାଯାଇଛି।

ଏହାସହ ପଢନ୍ତୁ: Tiktok କମ୍ପାନୀ ByteDance ଲଞ୍ଚ୍‌ କଲା ପ୍ରଥମ ସ୍ମାର୍ଟଫୋନ୍‌, ଜାଣନ୍ତୁ ଫିଚର ଓ ଦାମ୍‌

ରିପୋର୍ଟ ମୁତାବକ, ଗୁଗଲର ଲାଟେଷ୍ଟ ଅପ୍‌ହେଟ୍‌ ଟୁ ଜିରୋ ଡେ ବଲ୍ନରବିଲିଟିରେ ଥିବା କେତେକ ସମସ୍ୟାକୁ ସମାଧାନ କରାଯିବ। ପୂର୍ବରୁ ପିଡ଼ିFium ଏବଂ ଅଡିଓ କମ୍ପୋନେଣ୍ଟ କ୍ରୋମ୍‌ର ଲାଇବ୍ରେରୀକୁ ନଷ୍ଟ କରିବାକୁ ହ୍ୟାକରମାନେ ଚେଷ୍ଟା କରିଥିଲେ।

ଦୀର୍ଘଦିନ ହେବ ହ୍ୟାକର କ୍ରୋମ୍‌ରୁ ଡାଟା ଚୋରି କରିବାକୁ ଚେଷ୍ଟା ଜାରି ରଖିଛନ୍ତି। ଏଥିସହ ହ୍ୟାକର କ୍ରୋମ୍‌ର ମେରୋରୀର ଡାଟାକୁ କରପ୍ଟ ଓ ବଦଳାଇବାକୁ ମଧ୍ୟ ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି। ଏଣୁ ୟୁଜରଙ୍କ ଡାଟାକୁ ସୁରକ୍ଷିତ ରଖିବାକୁ ଗୁଗଲ୍‌ ନୂଆ ଭର୍ସନ ଆଣିଥିବା ସୂଚନା ଦେଇଛି। ୟୁଜରମାନେ ନିଜ ଡାଟାକୁ ସୁରକ୍ଷିତ ରଖିବାକୁ ତୁରନ୍ତ କ୍ରୋମ୍‌କୁ ଅପ୍‌ଡେଟ୍‌ କରିବାକୁ ପରାମର୍ଶ ଦେଇଛି ଗୁଗଲ୍‌।

ଆଇଓଏସ୍‌ ଏବଂ ଓ୍ଵିଣ୍ଡୋଜ୍‌ ୟୁଜରଙ୍କ ପାଇଁ କ୍ରୋମ୍‌ ୭୮ର ଅପ୍‌ଡେଟ୍‌ ଜାରି କରିଛି। ଏଥିସହ ଡାର୍କ ମୋଡ୍‌ର ଅପ୍‌ଡେଟ୍‌ ମଧ୍ୟ ମିଳିବ। ବର୍ତ୍ତମାନ ନୂଆ କ୍ରୋମ୍‌ରେ ନୂଆ ଡିଜାଇନ୍‌ରେ ୟୁଜର୍ସ ହିଷ୍ଟ୍ରୀ, ରିସେଟ୍‌ ଟ୍ୟାବ୍ସ ଏବଂ ରିଡିଂ ଲିଷ୍ଟ ଉପଲବ୍ଧ ହେବ।

Leave A Reply

Your email address will not be published.