ଏବେ ପ୍ରତି ୧୦ ବର୍ଷରେ ଅପଡେଟ କରିବାକୁ ହେବ ଆଧାର କାର୍ଡ ,ଜାଣନ୍ତୁ ପୁରା ପ୍ରୋସେସ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଆଧାର କାର୍ଡକୁ ନେଇ ବଡ଼ ଘୋଷଣା କରିଛନ୍ତି । ଏବେ ଦେଶର ନାଗରିକଙ୍କୁ ପ୍ରତି ୧୦ ବର୍ଷରେ ଆଧାର କାର୍ଡ ଅପଡେଟ କରିବାକୁ ହେବ । ଏହାଛଡ଼ା ଯେଉଁ ନାଗରିକମାନେ ୧୦ ବର୍ଷ ପୂର୍ବେ ଆଧାର କାର୍ଡ ପଂଜିକରଣ କରିଥିଲେ, ସେମାନେ ମଧ୍ୟ ଆଧାର କାର୍ଡ ଅପଡେଟ କରିବେ । ଏ ସମ୍ପର୍କରେ ସରକାରଙ୍କ ପକ୍ଷରୁ ୯ ନଭେମ୍ବର ୨୦୨୨ ରେ ଏକ ନୋଟିଫିକେସନ ଜାରି କରାଯାଇଛି । ଫଳରେ ଯେଉଁ ନାଗରିକଙ୍କର ଆଧାର କାର୍ଡ ୧୦ ବର୍ଷ ପୁରିଯାଇଛି । ସେମାନେ ତାଙ୍କର ଆଧାର କାର୍ଡକୁ ଅପଡେଟ କରିବେ ।

ଅନ୍‌ଲାଇନରେ ଏପରି କରିପାରିବେ ଅପଡେଟ୍‌

• ପ୍ରଥମେ େଓ୍ଵବସାଇଟ uidai.gov.in ଉପରେ ଲଗ ଇନ କରିବାକୁ ହେବ ।

• ପୁଣି ଆପଣଙ୍କୁ ମାଇ ଆଧାର ଉପରେ କ୍ଲିକ କରିବାକୁ ହେବ ।

• ଏହାପରେ ଆପଣଙ୍କୁ ଅପଡେଟ ଡେମୋଗ୍ରାଫିକ ଡାଟା ଓ ଚେକ୍‌ ଷ୍ଟାଟସ ଉପରେ କ୍ଲିକ କରିବାକୁ ହେବ ।

• ପୁଣି https://myaadhaar.uidai.gov.in ଏକ ନୂଆ ପେଜ ଖୋଲିଯିବ ।

• ଏହାପରେ ଆପଣଙ୍କୁ ଆଧାର କାର୍ଡ ନମ୍ବର ଓ ପୁଣି ଓଟିପି ଦେଇ ଅପଡେଟ କରିବାକୁ ହେବ ।

• ପୁଣି ଆପଣଙ୍କୁ ପ୍ରୋସିଡ ଟୁ ଅପଡେଟ ଆଧାର ଉପରେ କ୍ଲିକ କରିବାକୁ ହେବ ।

• ଉଦାହରଣ ସ୍ୱରୁପ ଯଦି ଆପଣଙ୍କ ଠିକଣା ଅପଡେଟ କରିବାକୁ ଅଛି, ତାହାଲେ ଆପଣଙ୍କ ପାଖରେ ଏହାର ପ୍ରମାଣପତ୍ର ଥିବା ଦରକାର । ଯେଉଁଥିରେ ଆପଣଙ୍କୁ ଅପଲୋଡ କରିବାକୁ ହେବ ।

• ଶେଷରେ ସବମିଟ ବଟନ ଉପରେ କ୍ଲିକ କରିବା ପରେ ନୂଆ ପେଜ ଖୋଲିଯିବ ।

• ଉଦ୍ଦିଷ୍ଟ ଫି’ ଭରିବା ପରେ ଆପଣଙ୍କ ଦ୍ୱାରା ଦିଆଯାଇଥିବା ତଥ୍ୟ କିଛ ଦିନ ପରେ ଅପଡେଟ ହୋଇଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.