କରୋନା ମହାମାରୀ ପରେ ଡିଜିଟାଲ୍ ପେମେଣ୍ଟ (UPI) ର ପ୍ରକିୟା ଦ୍ରୁତ ଗତିରେ ବୃଦ୍ଧି ପାଇଛି। ବର୍ତ୍ତମାନ ପ୍ରାୟ ସମସ୍ତେ ଡିଜିଟାଲ୍ ପେମେଣ୍ଟ ବ୍ୟବହାର କରୁଛନ୍ତି। ମହାମାରୀ ପରଠାରୁ ଡିଜିଟାଲ୍ ପେମେଣ୍ଟ ବ୍ୟବହାର ପ୍ରତ୍ୟେକ ବ୍ୟକ୍ତିଙ୍କୁ ସୁବିଧା ଦେଇଛି। ବର୍ତ୍ତମାନ ସମୟରେ ଆମେ ସାଧାରଣ ଜିନିଷଟିଏ ବି କିଣିଲେ ଡିଜିଟାଲ୍ ପେମେଣ୍ଟ କରିଦେଉଛେ । କାରଣ ମୋବାଇଲ୍ ବ୍ୟବହାର କରି UPI ପେମେଣ୍ଟ କରିବା ଅତି ସହଜ ହୋଇପାରିଛି। UPI ପେମେଣ୍ଟ ବିକଳ୍ପ ହେତୁ ଲୋକମାନେ ସ୍ମାର୍ଟଫୋନ୍ ଠାରୁ ଆରମ୍ଭ କରି ଛୋଟ ଛୋଟ ଦୋକାନରେ ମଧ୍ୟ ସପିଂ କରିବାକୁ ଏବେ ସୁବିଧା ହେଉଛି।
ଏପରି ପରିସ୍ଥିତିରେ, ଯଦି ଆପଣଙ୍କର ମୋବାଇଲ୍ କୌଣସି ସ୍ଥାନରେ ହଜିଯାଏ କିମ୍ବା ଚାରି ହୋଇଯାଏ, ତେବେ ଏହା ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ମଧ୍ୟ ଖାଲି କରି ଦେଇପାରେ। ଆପଣଙ୍କର ସୁରକ୍ଷାକୁ ଧ୍ୟାନରେ ରଖି, ଏଠାରେ ଆମେ ଆପଣଙ୍କୁ କହିବୁ ଯଦି ଆପଣଙ୍କର ଫୋନ୍ ଚୋରି କିମ୍ବା ହଜିଯାଏ ତେବେ କିପରି UPI ଆକାଉଣ୍ଟକୁ ସହଜରେ ଡି-ଆକ୍ଟିଭିଟି କରିପାରିବେ।
କିପରି UPIକୁ ଡି-ଆକ୍ଟିଭେଟ କରିବେ
1- ଫୋନ୍ ଚୋରି କିମ୍ବା ହଜିଗଲେ ସର୍ବପ୍ରଥମେ ଆପଣଙ୍କ ମୋବାଇଲ୍ ନେଟୱାର୍କର Customer care Executiveଙ୍କୁ ଡାକନ୍ତୁ । Customer care କୁ ସମ୍ପୂର୍ଣ୍ଣ ବିବରଣୀ ଦିଅନ୍ତୁ ଏବଂ ତୁରନ୍ତ ଆପଣଙ୍କର ମୋବାଇଲ୍ ନମ୍ବର ଏବଂ ସିମ୍ କୁ ବ୍ଲକ କରିବାକୁ କୁହନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କର ମୋବାଇଲ୍ ନମ୍ବର ବ୍ୟବହାର କରି କେହି UPI PIN ବ୍ୟବହାର କରିବାକୁ ସମର୍ଥ ହେବେ ନାହିଁ । କହିରଖୁଛୁ ଯେ ସିମ୍କୁ ବ୍ଲକ କରିବା ପାଇଁ, Customer car ଆପଣଙ୍କୁ ଆପଣଙ୍କର ସବିଶେଷ ତଥ୍ୟ ଯେପରିକି ପୂର୍ଣ୍ଣ ନାମ, ବିଲିଂ ଠିକଣା, ଶେଷ ରିଚାର୍ଜ କେବେ କରିଥିଲେ , ଇମେଲ୍ id ଇତ୍ୟାଦି ମାଗିପାରେ ।
2-ତା’ପରେ ଆପଣ ବ୍ୟାଙ୍କର ହେଲ୍ପଲାଇନ ନମ୍ବରକୁ କଲ କରନ୍ତୁ ଏବଂ ଆପଣ ବ୍ୟାଙ୍କ ଆକାଉଣ୍ଟକୁ ବ୍ଲକ କରିବାକୁ ଏବଂ UPI ସେବା ବନ୍ଦ କରିବାକୁ କୁହନ୍ତୁ ।
3- ଏହା ପରେ ହଜିଯାଇଥିବା ଫୋନ୍ FIR ଫାଇଲ୍ କରନ୍ତୁ, ଏହି FIR ବ୍ୟବହାର କରି ଆପଣ ଆପଣ ସିମ୍ ଏବଂ ବ୍ୟାଙ୍କିଙ୍ଗ୍ ସେବାଗୁଡିକ ପୁଣି ଆରମ୍ଭ କରିପାରିବେ।