UPI ପେମେଣ୍ଟ ପାଇଁ ଏବେ ଇଣ୍ଟରନେଟ-PIN କୁ କରନ୍ତୁ ବାଏ ବାଏ, ଆପଣାନ୍ତୁ ସରକାରଙ୍କର ଏହି ସେଫ୍‌ ଅପସନ୍‌

କୋଭିଡ୍‌ ମହାମାରୀ ପରେ ଡିଜିଟାଲ ପେମେଣ୍ଟର ବ୍ୟବାହାର ବହୁତ ଜୋରସୋରରେ ବଢ଼ିଚାଲିଛି। ଏବେ ପ୍ରାୟ ସବୁ ଲୋକ ଡିଜିଟାଲ ପେମେଣ୍ଟର ବ୍ୟବହାର କରୁଛନ୍ତି। ମହାମାରୀ ସମୟରେ ମଧ୍ୟ ଡିଜିଟାଲ ପେମେଣ୍ଟ ଅପ୍ସନ ଏବଂ ଟଚ୍‌ ଲେସ୍‌ ଟ୍ରାନଜାକସନ୍‌ ରେ ଲେଣଦେଣ କରିବାରେ ବହୁତ ସାହାଯ୍ୟ ମିଳିଥିଲା। ଏହାପରେ ହିଁ ଡିଜିଟାଲ ପେମେଣ୍ଟକୁ ନେଇ ଅନେକ ଖବର ଆସିଲା। ସାଧାରଣତଃ ଆମେ କିଣାକିଣି କରିବା ପାଇଁ ଡିଜିଟାଲ ପେମେଣ୍ଟର ସାହାରା ନେଉଛନ୍ତି। କାହିଁକିନା ମୋବାଇଲ ଫୋନ୍‌ ସାହାଯ୍ୟରେ ୟୁପିଆଇ ପେମେଣ୍ଟ କରିବା ସହଜ ହୋଇଥାଏ। UPI ପେମେଣ୍ଟ ପ୍ରଚଳନ ଆରମ୍ଭ ହେବା ଠାରୁ ପକେଟରେ ଟଙ୍କା ରଖିବାକୁ ଯେମିତି ଭୁଲିଗଲେଣି ଲୋକେ।

ଆଜିର ସମୟରେ କାହାକୁ ଯଦି ଟଙ୍କା ପଠାଇବାର ଅଛି ତାହେଲେ ସବୁଠାରୁ ସହଜ ତରିକା ହେଉଛି UPI ପିନ୍‌। କାରଣ ଏହାର ବ୍ୟବହାର କରିବା ବହୁତ ସହଜ। ୟୁପିଆଇ ପେମେଣ୍ଟ ପାଇଁ ଆପଣଙ୍କୁ ଏକ ପିନ୍‌ ତିଆରି କରିବାକୁ ହୋଇଥାଏ, ଆଉ ଏହି ପିନକୁ କୁହାଯାଏ ୟୁପିଆଇ ପିନ୍‌। ଅନେକ ଲୋକଙ୍କ ପାଇଁ ଏହାକୁ ମନେ ରଖିବା ବହୁତ ମୁସକିଲ ହୋଇଯାଇଥାଏ।

ସରକାର ଆରମ୍ଭ କଲେ ୟୁପିଆଇ ଲାଇଟ୍‌ ସର୍ଭିସ। ଯେଉଁଥିରେ ଟଙ୍କା ଟ୍ରାନ୍ସଫର କରିବା ହେବ ଆହୁରି ସହଜ। ଦର୍ଶକବନ୍ଧୁ ଭାରତରେ କ୍ୟାସଲେସ୍‌ ପେମେଣ୍ଟ ଅଧିକ ହେବାରେ ଲାଗଛି । ଏବେ ସୁବଠି ୟୁପିଆଇ ପେମେଣ୍ଟ ବ୍ୟବସ୍ଥାର ବ୍ୟବହାର କରାଯାଉଛି। ସପିଂ ମଲ୍‌ ଠୁ ଆରମ୍ଭ କରି ଗ୍ରୋସରି ଦୋକାନ ପର୍ଯ୍ୟନ୍ତ। ୟୁପିଆଇ ହେଉଛି ପେମେଣ୍ଟ କରିବାର ସବୁଠୁ ସହଜ ତରିକା। ଏଥିରେ କେବଳ ପିନ୍‌ ର ଆବଶ୍ୟକତା ଥାଏ। ତା ପରେ ତୁରନ୍ତ ପେମେଣ୍ଟ ହୋଇଯାଏ। ଏବେ ସରକାର ଏହ ସର୍ଭିସକୁ ଆହୁରି ସହଜ କରିଦେଇଛନ୍ତି।

ସରକାର ଏବେ ଆରମ୍ଭ କରିଛନ୍ତି UPI Lite ସର୍ଭିସ। ଏହାଦ୍ୱାରା ୟୁଜର୍ସ ୟୁପିଆଇ ପିନ ର ବ୍ୟବାହାର ବିନା ୨୦୦ ଟଙ୍କା ପର୍ଯ୍ୟନ୍ତ ପେମେଣ୍ଟ କରିପାରିବେ। ଏବେ ଜାଣନ୍ତୁ ଏହି ସର୍ଭିସ ସମ୍ପର୍କରେ..

UPI Lite କଣ?
ଏହା ଏକ ଅନ ଡିଭାଇସ ଓ୍ଵାଲେଟ। ଆପଣ ଏହାକୁ ବ୍ୟବହାର କରିବାକୁ ହେଲେ ଆପ୍‌ ର ଓ୍ଵାଲେଟରେ ନିଜ ବ୍ୟାଙ୍କ ଆକାଉଣ୍ଟ ରୁ ଟଙ୍କା ରଖିବାକୁ ହେବ। ଅନ ଡିଭାଇସ୍‌ ଓ୍ଵାଲେଟ ଜରି ଆରେ ରିୟଲ ଟାଇମ ପେମେଣ୍ଟ ପାଇଁ ଇଣ୍ଟରନେଟ୍‌ ର ଆବଶ୍ୟକତା ପଡ଼ିବ ନାହିଁ। ଏହାସହ ପିନ ମଧ୍ୟ ଦେବାକୁ ପଡ଼ିବ ନାହିଁ। ଅଫଲାଇନ ମୋଡରେ ଆପଣ ଟାଞ୍ଜାକସନ କରିପାରିବେ। କିନ୍ତୁ ଏଥିରେ ଆପଣ ଛୋଟ ପେମେଣ୍ଟ ହିଁ କରିପାରିବେ। ଏହାର ଲିମିଟ ରହିଛ ି ମାତ୍ର ୨୦୦ ଟଙ୍କା ପର୍ଯ୍ୟନ୍ତ ।ଆପଣ ଅନ ଡିଭାଇସ୍‌ ଓ୍ଵାଲେଟରେ ୨ ହଜାର ଟଙ୍କା ପର୍ଯ୍ୟନ୍ତ ବାଲାନ୍ସ ରଖିପାରିବେ। ଏହାର ବ୍ୟବହାର ଅନଲିମିଟେଡ ପର୍ଯ୍ୟନ୍ତ କରିପାରିବେ। UPI Lite କୁ ଏବେ ଇନାବେଲ କରି ଅନେକ ବ୍ୟାଙ୍କକୁ ଏଥିରେ ସାମିଲ କରାଯାଇଛି।

ବାଲାନ୍ସ ଆଡ କରିବା ପାଇଁ ଆପଣଙ୍କୁ ଇଣ୍ଟରନେଟର ଆବଶ୍ୟକତା ପଡ଼ିବ। ଅନଲାଇନ ମୋଡ ଜରିଆରେ ବାଲାନ୍ସ ଆଡ୍‌ କରିବା ପରେ ଆପଣ ଅଫଲାଇନରେ ପେମେଣ୍ଟ କରିପାରିବେ। ୟୁପିଆଇ ଓଟିପି ବ୍ୟବହାର କରି ଆପଣ ବାଲାନ୍ସ ଆଡ୍‌ କରିପାରିବେ। ମୋଟ ଉପରେ ଆପଣ UPI Lite ଜରିଆରେ ୟୁଜର୍ସ ଖୁବ ଶୀଘ୍ର ଓ ସହଜରେ ପେମେଣ୍ଟ କରିପାରିବେ।

Leave A Reply

Your email address will not be published.