ଏଣିକି ବିନା ଇଣ୍ଟରନେଟରେ କରିପାରିବେ UPI ପେମେଣ୍ଟ୍, ଜାଣନ୍ତୁ ଏହାର ସହଜ ଉପାୟ

ଆଜି କାଲି ଅନଲାଇନ ଟ୍ରାନଜାକ୍ସନ୍ ପାଇଁ ୟୁପିଆଇ ପେମେଣ୍ଟ୍ ମୋଡର ବ୍ୟବହାର ଖୁବ୍ ସାଧାରଣ ହୋଇଗଲାଣି । ଏହାର ବହୁଳ ବ୍ୟବହାରର କାରଣ ହେଲା ଏଥିରେ ପେମେଣ୍ଟ ଗୋଟିଏ ଚୁଟକିରେ ହୋଇଯାଉଛି । ଏଥିରେ ଟଙ୍କା ଦେଣନେଣ ଖୁବ୍ ସହଜ । ହେଲେ ଅନେକ ଥର ୟୁଜର ମାନେ ପେମେଣ୍ଟ କରିବା ସମୟରେ ସ୍ଲୋ ଇଣ୍ଟରନେଟ୍ ର ସାମନା କରନ୍ତି । ଯେଉଁଥିପାଇଁ ପେମେଣ୍ଟ ହେବାକୁ ସମୟ ଲାଗେ । ହେଲେ ଏବେ ଏହି ସମସ୍ୟା ଦୂର ହୋଇଯିବ ।

କଣ ଅପାଣ ଜାଣନ୍ତି କି ୟୁପିଆଇ ପେମେଣ୍ଟ କରିବା ପାଇଁ ସର୍ବଦା ଇଣ୍ଟରନେଟ୍ କନେକ୍ସନ୍ ର ଆବଶ୍ୟକତା ପଡ଼େ ନାହିଁ ? ଆପଣ ମାନେ ୟୁପିଆଇ ପେମେଣ୍ଟ୍ ଅଫଲାଇନ୍ ମୋଡ୍ ରେ ବି କରିପାରିବେ । ୟୁଜର୍ ମାନେ *99# ୟୁଏସଏସଡି କୋଡ୍ କୁ ବ୍ୟବହାର କରି ଅଫଲାଇନ୍ ରେ ପେମେଣ୍ଟ୍ କରିପାରିବେ । ହେଲେ ଗୋଟିଏ କଥା ହେଉଛି ଅଫଲାଇନ୍ ରେ ପେମେଣ୍ଟ କରିବା ପାଇଁ ୟୁଜର୍ ଙ୍କ ମୋବାଇଲ୍ ନମ୍ବର ତାଙ୍କ ବ୍ୟାଙ୍କ ଆକାଉଣ୍ଟ୍ ସହିତ ଲିଙ୍କ୍ ରହିଥିବା ଆବଶ୍ୟକ ।

ସ୍ଲୋ ଇଣ୍ଟରନେଟ୍ ହେତୁ ଯଦି ଆପଣ ୟୁପିଆଇ ଆପ୍ କୁ ଆକ୍ସେସ୍ କରିପାରୁନାହାନ୍ତି ଓ ୟୁପିଆଇ ଜରିଆରେ ହିଁ ପେମେଣ୍ଟ୍ କରିବା ପାଇଁ ଚାହୁଁଛନ୍ତି ତେବେ ଏହି ଉପାୟକୁ ଆପଣାନ୍ତୁ ।

  • ନିଜ ଫୋନରେ *99# ଡାଏଲ କରନ୍ତୁ ।
  • ଏହା ପରେ ଆପଣ ନିଜ ପସନ୍ଦ ମୁତାବକ ଭାଷା ଚୟନ କରନ୍ତୁ ।
  • ଅପସନ୍ ସହିତ ମେନୁ ବି ଦେଖିବାକୁ ପାଇବେ । ଯଦି କେବଳ ଟଙ୍କା ପଠାଇବାର ଆବଶ୍ୟକତା ରହିଛି ତେବେ 1 ଦବାନ୍ତୁ ।
  • ଏବେ ଯାହା ଜରିଆରେ ରିସିଭର୍ ଙ୍କ ୟୁପିଆଇ ର ଉପଯୋଗ କରିପାରିବେ ସେହି ଅପସନ୍ କୁ ଚୟନ କରନ୍ତୁ । ଯଦି ଆପଣ ମୋବାଇଲ୍ ନମ୍ବରକୁ ବ୍ୟବହାର କରିବାକୁ ଚାହୁଁଚନ୍ତି ତେବେ 1 ଦବାନ୍ତୁ ।
  • ଏବେ ରିସିଭର୍ ର ବ୍ୟାଙ୍କ୍ ଆକାଉଣ୍ଟ ସହିତ ଜଡ଼ିତ ଥିବା ଫୋନ୍ ନମ୍ବରକୁ ENTER କରନ୍ତୁ ।
  • ଏବେ କେତେ ଟଙ୍କା ପଠାଇବାକୁ ଚାହୁଁଛନ୍ତି ତାହା ଲେଖନ୍ତୁ ଓ SEND ଉପରେ କ୍ଲିକ୍ କରନ୍ତୁ ।
  • ଆଉ ଶେଷରେ ନିଜର ୟୁପିଆଇ ପିନ୍ ଏଣ୍ଟର କରନ୍ତୁ । ଏହାପରେ ବିନା ଇଣ୍ଟରନେଟ୍ କନେକ୍ସନ୍ ରେ ପେମେଣ୍ଟ୍ ପୁରା ହୋଇଯିବ ।
  • ଆପଣ *99# କୁ ବ୍ୟବହାର କରି ୟୁପିଆଇ ଡିସେବଲ୍ ବି କରିପାରିବେ ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.