UPI ୟୁଜର୍ସ ସାବଧାନ ! ୧ ଏପ୍ରିଲରୁ ବନ୍ଦ ହୋଇଯିବ ଏହି ସବୁ ନମ୍ବରରୁ ସର୍ଭିସ୍

UPI ୟୁଜର୍ସଙ୍କ ପାଇଁ ଆସିଲା ଏକ ବଡ଼ ଖବର । ୧ ଏପ୍ରିଲ ୨୦୨୫ ରୁ ନୂଆ ନିୟମ ଲାଗୁ ହେବାକୁ ଯାଉଛି । ଯାହା Google Pay, PhonePe ଏବଂ Paytm ଭଳି ପେମେଣ୍ଟ ଆପ୍ ୟୁଜର୍ସଙ୍କ ଉପରେ ପଡିବ ଭାରି । ପ୍ରକୃତରେ ନ୍ୟାସନାଲ୍ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI) କହିଛି ଯେ ଏହା UPI ସହିତ ଲିଙ୍କ୍ ହୋଇଥିବା ମୋବାଇଳ୍ ନମ୍ବରଗୁଡିକ ବ୍ୟାଙ୍କ ଆକାଉଣ୍ଟରୁ ହଟାଇ ଦେବ, ଯାହା ବହୁତ ଦିନ ଧରି ବନ୍ଦ ଅଛି । ଏହାର ଅର୍ଥ ହେଉଛି ଯଦି ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟ ଏକ ଇନ-ଆକ୍ଟିଭ୍ ନମ୍ବର ସହିତ ଲିଙ୍କ ହୋଇଛି, ତେବେ ଏହା ଡିଲିଟ୍ ହୋଇଯିବ । ଏହା ପରେ ଇନଆକ୍ଟିଭ୍ ନମ୍ବର ମାଧ୍ୟମରେ UPI ଟ୍ରାଞ୍ଜେକ୍ସନ୍ ସମ୍ଭବ ହେବ ନାହିଁ ।
ଆପଣମାନେ ନିଶ୍ଚିତ ଭାବରେ ଜାଣିଥିବେ ଯେ କିଛି ସମୟ ଧରି ଦେଶରେ ସାଇବର ଅପରାଧଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାକୁ ଲାଗିଛି । ଏହାକୁ ଦ୍ରୁଷ୍ଟିରେ ରଖି, NPCI କହିଛି ଯେ ଇନଆକ୍ଟିଭ୍ ନମ୍ବରଗୁଡିକ UPI ଏବଂ ବ୍ୟାଙ୍କ ସିଷ୍ଟମରେ ଟେକ୍ନିକାଲ୍ ତ୍ରୁଟି ସୃଷ୍ଟି କରେ । ଟେଲିକମ୍ ଅପରେଟରମାନେ ଅନ୍ୟ ୟୁଜର୍ସଙ୍କୁ ଇନଆକ୍ଟିଭ୍ ନମ୍ବର ଆଲର୍ଟ କରନ୍ତି, ଯାହା ଠକେଇର ଆଶଙ୍କା ବଢ଼ାଇଥାଏ । ଏହା ସହିତ NPCI, ବ୍ୟାଙ୍କ ଏବଂ UPI ଆପଗୁଡିକୁ ପ୍ରତି ସପ୍ତାହରେ ଇନଆକ୍ଟିଭ୍ ମୋବାଇଲ୍ ନମ୍ବରର ରେକର୍ଡ ରିଭାଇଜ କରିବାକୁ କହିଛି ।
ଏହି ନିଷ୍ପତ୍ତିର ସବୁଠାରୁ ଅଧିକ ପ୍ରଭାବ ସେହି ୟୁଜର୍ସଙ୍କ ଉପରେ ପଡ଼ିବ ଯେଉଁମାନେ ନୂଆ ମୋବାଇଲ୍ ନମ୍ବର ବ୍ୟବହାର କରୁଛନ୍ତି, କିନ୍ତୁ ସେମାଙ୍କର ବ୍ୟାଙ୍କ ଆକାଉଣ୍ଟ ପୁରୁଣା ନମ୍ବର ସହିତ ଲିଙ୍କ୍ ଅଛି । ଏହା ବ୍ୟତୀତ, ଯେଉଁମାନେ ଇନଆକ୍ଟିଭ୍ ମୋବାଇଲ୍ ନମ୍ବର ସହିତ UPI ବ୍ୟବହାର କରୁଛନ୍ତି । ସେମାନେ ମଧ୍ୟ ଏହି ନିଷ୍ପତ୍ତି ଯୋଗୁଁ ସମସ୍ୟାର ସମ୍ମୁଖୀନ ହେବେ । ଏହା ସହିତ ଯଦି ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟ ମଧ୍ୟ କୌଣସି ପୁରୁଣା ନମ୍ବର କିମ୍ବା ଏପରି ନମ୍ବର ସହିତ ଲିଙ୍କ ହୋଇଛି ଯାହା ଆଉ ଆକ୍ଟିଭ୍ ନାହିଁ, ତେବେ ବ୍ୟାଙ୍କ ଆକାଉଣ୍ଟ ସହିତ ଆପଣଙ୍କର ନମ୍ବରକୁ ଅପଡେଯ୍ କରନ୍ତୁ । ଏଥି ସହ ଇନଆକ୍ଟିଭ୍ ନମ୍ବରକୁ ଆପଣଙ୍କ ଟେଲିକମ୍ ସର୍ଭିସ ପ୍ରୋଭାଇଡରଙ୍କ ସହିତ ଯୋଗାଯୋଗ କରି ଆକ୍ଟିଭ୍ କରାଯାଇପାରିବ । ଆପଣଙ୍କ ନମ୍ବର ଆକ୍ଟିଭ୍ ହେବା ପରେ ଆପଣ ‘ଏପ୍ରିଲ୍ ୧’ ପରେ ମଧ୍ୟ ପୂର୍ବ ପରି UPI ସର୍ଭିସ୍ ବ୍ୟବହାର କରିପାରିବେ ।