ଟେକ୍

Paytm ଏବଂ PhonePe ଆଣୁଛନ୍ତି ଖାସ୍‌ ସର୍ଭିସ, ବିନା UPI ପିନରେ ହେବ ପେମେଣ୍ଟ

ଡିଜିଟାଲ୍ ପେମେଣ୍ଟ ଆପ୍ସର ବ୍ୟବହାର ଦ୍ରୁତ ଗତିରେ ବୃଦ୍ଧି ପାଉଛି। UPI ପେମେଣ୍ଟ କରିବା ପାଇଁ ଲୋକମାନେ ପେଟିଏମ୍ ଏବଂ ଫୋନ୍ ପେ ବ୍ୟବହାର କରନ୍ତି। ବର୍ତ୍ତମାନ ଉଭୟ କମ୍ପାନୀ ଏକ ନୂତନ ଫିଚର ଉପରେ କାମ କରୁଛନ୍ତି। ଯାହାପରେ UPI PIN ବ୍ୟବହାର ନକରି ବି ଆପଣଙ୍କ ଟ୍ରାନଜାକସନ୍‌ ସକସେସ୍‌ ହୋଇଯିବ । ଏହି ଫିଚର ଇନଷ୍ଟାଣ୍ଟ ପେମେଣ୍ଟ କରିବାରେ ବହୁତ କାମରେ ଆସିବ ।

ଯଦିଓ ଟ୍ରାନଜାକସନ୍‌ ଲିମିଟ୍‌ ୨୦୦ ଟଙ୍କା ପର୍ଯ୍ୟନ୍ତ ହୋଇପାରିବ। ରିପୋର୍ଟରେ ଦାବି କରାଯାଇଛି ଯେ ଉଭୟ କମ୍ପାନୀ ୟୁପିଆଇ ଲାଇଟ୍ କୁ ଇଣ୍ଟିଗ୍ରେଟ୍‌ କରିବାର ଆଡଭାନ୍ସ ଷ୍ଟେଜରେ ଅଛନ୍ତି । ଏକ ରିପୋର୍ଟରେ ଦାବି କରାଯାଇଛି ଯେ ପ୍ରଥମ ପେଟିଏମ୍ ଏକ ମାସ ମଧ୍ୟରେ ଏହାର ଆପ୍ ପାଇଁ UPI ଲାଇଟ୍ ସେବାକୁ ଲଞ୍ଚ୍‌ କରିବ। ଏହା ପରେ ଫୋନପେ ମଧ୍ୟ ଏହି ସେବା ଆରମ୍ଭ କରିବ। ଯଦି ଏପରି ହୁଏ ତାହେଲେ UPI ଲାଇଟ୍ ସେବା ପ୍ରଦାନ କରିବାରେ ପେଟିଏମ୍ ଥାର୍ଡ ପାର୍ଟି ଆପ୍‌ ବନିଯିବ ।ଏହା ବ୍ୟତୀତ ଫିନଟେକ୍ କମ୍ପାନୀ ସ୍ଲାଇସ୍ ମଧ୍ୟ ଏହାର ପ୍ଲାଟଫର୍ମରେ UPI ଲାଇଟ୍ ସେବା ମୁକ୍ତ କରିବାକୁ କାର୍ଯ୍ୟ କରୁଛି ବୋଲି ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି।

ସୂଚନାମୁତାବକ ଗତ ବର୍ଷ ରିଜର୍ଭ ବ୍ୟାଙ୍କ ଦ୍ୱାରା ୟୁପି ଲାଇଟ୍ ସେବା ଆରମ୍ଭ କରାଯାଇଥିଲା। ଏହା ଉପଭୋକ୍ତାମାନଙ୍କୁ ଇଣ୍ଟରନେଟ୍ କିମ୍ବା UPI PIN ପ୍ରାମାଣିକରଣ ବିନା କମ୍ ମୂଲ୍ୟର ପରିମାଣ ସ୍ଥାନାନ୍ତର କରିବାକୁ ଅନୁମତି ଦିଏ । ୱାଲେଟ୍ ମାଧ୍ୟମରେ ୨୦୦ ଟଙ୍କା ପର୍ଯ୍ୟନ୍ତ ଦେୟ ଅନୁମୋଦିତ ହୋଇଛି ।

ଗତ ବର୍ଷ ମାର୍ଚ୍ଚରେ NPCI କହିଥିଲା ଯେ ମୋଟ UPI କାରବାରର ପ୍ରାୟ ୫୦ ପ୍ରତିଶତ ୨୦୦ ଟଙ୍କା କିମ୍ବା ତା’ଠାରୁ କମ୍ ଅଟେ। ତୃତୀୟ-ପକ୍ଷ ପ୍ଲାଟଫର୍ମରେ ଏହାର ଏକୀକରଣ ଏହିପରି କାରବାରକୁ ଅଧିକ ସହଜ କରିବ । କିନ୍ତୁ ବର୍ତ୍ତମାନ ସୁଦ୍ଧା ଏ ସମ୍ପର୍କରେ ଉଭୟ କମ୍ପାନୀ ପକ୍ଷରୁ କିଛି କୁହାଯାଇନାହିଁ।

Pritiparna

Recent Posts

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

3 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

11 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

26 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

32 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

46 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

2 hours ago