5G ଫୋନ୍‌ ବ୍ୟବହାର ଦ୍ୱାରା ଆପଣ ଫସି ପାରନ୍ତି ଏହି ଅସୁବିଧାରେ, ବନ୍ଦ ହେଲା 5G ଷ୍ଟେସନ୍‌

ନୂଆଦିଲ୍ଲୀ : ଭାରତ ସମେତ ଅନ୍ୟ ରାଷ୍ଟ୍ରରେ 5G ର ବ୍ୟବହାର ଦ୍ରୁତ ଭାବରେ ବଢ଼ି ଚାଲିଛି । ତେବେ 5G ଫୋନର ବ୍ୟବହାର ନେଇ ସେମିତି କିଛି ଚିନ୍ତାଜନକ ତଥ୍ୟ ସାମ୍‌ନାକୁ ଆସିଛି । ଏହାର ବ୍ୟବହାର ଦ୍ୱାରା ଆପଣଙ୍କ ଜୀବନ ସଙ୍କଟରେ ପଡ଼ିପାରେ । ଏ ସମ୍ପର୍କରେ ଫ୍ରାନ୍ସ ସିଭିଲ୍‌ ଏଭିଏସନ୍‌ ଅଥୋରଟି ଚିନ୍ତା ପ୍ରକଟ କରିଛନ୍ତି ।

ସେ କହିଛନ୍ତି ଏହି ଫୋନ ବ୍ୟବହାର ଦ୍ୱାରା ବିମାନ ଚଳାଚଳରେ ବାଧା ଉପୁଜି ପାରେ । ବିମାନ ଅଥୋରଟି ଆହୁରି କହିଛନ୍ତି ଯେ 5G ଡିଭାଇସ୍‌ ଯୋଗୁ ବିମାନର ଏଲ୍‌ଟିଚୁଡ୍‌ ଅର୍ଥାତ ଉଚ୍ଚତା ରିଡିଂ କରିବାରେ (ଜାଣିବାରେ) ବାଧା ଉପୁଜିବ । ଯାହାକି ବିମାନର ଅବତରଣ ବେଳେ ଜରୁରୀ ଅଟେ । କାରଣ ଉଚ୍ଚତା ଜାଣିବାରେ ଅସୁବିଧା ହେଲେ ବିମାନ ଦୁର୍ଘଟଣା ହେବାରେ ବହୁତ ଆଶଙ୍କା ରହିଥାଏ ।

airport
photo credit: jagran.com

5G ବେସ୍‌ ଷ୍ଟେସନ୍‌ ପାଇଁ ଥିବା ସର୍ତ୍ତ :

DGAC ଏୟାରପୋର୍ଟରେ 5G ବେସ୍‌ ଷ୍ଟେସନ୍‌ ବ୍ୟବହାର କରିବା ପାଇଁ କିଛି ସର୍ତ୍ତ ରଖିଛନ୍ତି । ଯାହାଦ୍ୱାରା ଫ୍ଲାଇଟ ଲ୍ୟାଣ୍ଡିଂ ସମୟରେ କୌଣସି ଅସୁବିଧା ଯେପରି ନ ହେବ । ଫ୍ରାନ୍ସ ର ମୁଖ୍ୟ ଏୟାରପୋର୍ଟ ନିକଟରେ ଥିବା 5G ବେସ୍‌ ଷ୍ଟେସନ୍‌ ରୁ ବାହାରୁଥିବା ସିଗ୍‌ନାଲ୍‌ କୁ ପ୍ରତିବନ୍ଧିତ କରାଯାଇଛି । ଏହାଛଡା ବିମାନ ବନ୍ଦର ନିକଟରେ ଥିବା ସବୁ 5G ଷ୍ଟେସନର ଦେଖାରଖା ପାଇଁ ରେଡିଓ ଫ୍ରିକ୍ୟୁନ୍ସି ତଦାରଖ କରୁଥିବା ବ୍ୟକ୍ତିଙ୍କୁ ଏହି ଦାୟିତ୍ତ୍ୱ ଦିଆଯାଇଥିବା ଫ୍ରାନ୍ସ ଏୟାରପୋର୍ଟ ଅଥୋରଟି କହିଛନ୍ତି ।

ଫୋନ୍‌ ର ସ୍ୱିଚ୍‌ ଅଫ୍‌ କିମ୍ବା ଫ୍ଲାଇଟ ମୋଡ୍‌ ରେ ରଖିବାକୁ ପରାମର୍ଶ :

ଫ୍ରାନ୍ସ ସିଭିଲ୍‌ ଏଭିଏସନ୍‌ ଅଥୋରଟି କହିବା ଅନୁଯାୟୀ ଏହି ସମୟରେ ଯଦି ଫୋନ୍‌ ସ୍ୱିଚ୍‌ ଅଫ୍‌ କରାଯାଏ କିମ୍ବା ଫ୍ଲାଇଟ ମୋଡ୍‌ର ରଖାଯାଏ ତେବେ ଏପରି ବିପଦରୁ ବିମାନକୁ ରକ୍ଷା କରାଯାଇପାରେ । ତେଣୁ କେତେକ ଦେଶରେ ବିମାନରେ ଯବା ବେଳେ ମୋବାଲ୍‌ ସ୍ୱିଚ୍‌ ବନ୍ଦ କରିବାକୁ ପଡ଼ିଥାଏ ।

 

Leave A Reply

Your email address will not be published.