ମୁହଁ ଦେଖାଇ କିମ୍ବା ଫିଙ୍ଗର ପ୍ରିଣ୍ଟ ଦ୍ୱାରା UPI ପେମେଣ୍ଟ କରିବେ ୟୁଜର, ଖୁବଶୀଘ୍ର ମିଳିବ ସୁବିଧା

ଅଧିକାଂଶ ଡିଜିଟାଲ ଟ୍ରାନଜାକ୍ସନ UPI ମାଧ୍ୟମରେ ଭାରତରେ କରାଯାଇଥାଏ । ପ୍ରତିବର୍ଷ UPI ମାଧ୍ୟମରେ ପେମେଣ୍ଟ ଲିଷ୍ଟ ବଢ଼ିଚାଲିଛି । ଭାରତରେ ଡିଜିଟାଲ ପେମେଣ୍ଟ ଉପରେ ନଜର ରଖୁଥିବା ଏଜେନ୍ସି NPCI ଖୁବ୍ ଶୀଘ୍ର UPI ପେମେଣ୍ଟ ସିଷ୍ଟମରେ ଏକ ବଡ଼ ଅପଗ୍ରେଡ୍ କରିବାକୁ ଯାଉଛି । UPI ପେମେଣ୍ଟ ଦେବା ପାଇଁ ୟୁଜରମାନଙ୍କୁ ଆଉ PIN କୋଡ୍ ମନେ ରଖିବାର ଆବଶ୍ୟକ ନାହିଁ । ସେମାନେ କେବଳ ମୁହଁ ଦେଖାଇ କିମ୍ବା ଫିଙ୍ଗର ପ୍ରିଣ୍ଟ ଦ୍ୱାରା UPI ପେମେଣ୍ଟ କରିବାକୁ ସକ୍ଷମ ହେବେ ।

ଏକ ରିପୋର୍ଟରେ କୁହାଯାଇଛି ଯେ ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI) ସ୍ମାର୍ଟଫୋନ୍ ବାୟୋମେଟ୍ରିକ୍ସ ବ୍ୟବହାର କରି UPI ପେମେଣ୍ଟ ସମ୍ପର୍କରେ ଅନେକ କମ୍ପାନୀ ସହ ଆଲୋଚନା କରୁଛି । ଏପରି ପରିସ୍ଥିତିରେ ଶୀଘ୍ର ୟୁଜରମାନଙ୍କୁ UPI ପେମେଣ୍ଟ ପାଇଁ PIN କିମ୍ବା କୋଡ୍ ମନେ ରଖିବା ଆବଶ୍ୟକ ନାହିଁ । ୟୁଜରମାନେ ସେମାନଙ୍କ ସ୍ମାର୍ଟଫୋନର ବାୟୋମେଟ୍ରିକ୍ ଫିଚର ବ୍ୟବହାର କରି ଅନଲାଇନ୍ ପେମେଣ୍ଟ କରିପାରିବେ ।

ଯଦି ଆପଣ କାହାକୁ UPIରେ ପେମେଣ୍ଟ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ UPI PIN ଏଣ୍ଟ୍ରି କରିବାକୁ ପଡିବ ନାହିଁ । ଅନଲାଇନ୍ ପେମେଣ୍ଟ୍ କରିବା ପାଇଁ ଆପଣ ସ୍ମାର୍ଟଫୋନର ବାୟୋମେଟ୍ରିକ୍ ଲକ୍ ବ୍ୟବହାର କରିପାରିବେ । ବର୍ତ୍ତମାନ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ସାଇବର ଅପରାଧକୁ ରୋକିବା ପାଇଁ NPCI ନୂଆ ଟେକ୍ନୋଲୋଜି ଅନୁସନ୍ଧାନ କରୁଛି । UPI ପେମେଣ୍ଟ କରିବା ପାଇଁ ୟୁଜରମାନେ ସ୍ମାର୍ଟଫୋନରେ ଫୋନ୍ ପେ, ଆମାଜନ ପେ, ପେଟିଏମ୍ ଭଳି ଆପ୍ ବ୍ୟବହାର କରୁଛନ୍ତି ।

UPI ବ୍ୟବହାର କରୁଥିବା କୋଟି କୋଟି ୟୁଜରଙ୍କୁ ୬ ଅଙ୍କ ବିଶିଷ୍ଟ PIN କିମ୍ବା କୋଡ୍ ମନେରଖିବାରେ ଅସୁବିଧା ହୋଇଥାଏ । NPCI ର ଏହି ଅପଗ୍ରେଡ୍ ପରେ UPI ୟଜୁରମାନେ ଆଙ୍ଗୁଠି ଲଗାଇ କିମ୍ବା ମୁହଁ ଦେଖାଇ ପେମେଣ୍ଟ୍ କରିପାରିବେ । ଆଗାମୀ ଦିନରେ ଏହି ସୁବିଧା UPI ୟୁଜରଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.