ନେଟୱାର୍କ ନଥିଲେ ବି କରିପାରିବେ କଲ୍, JIO ଦେବ VoWi-Fi ସେବା

ଚଳିତ ବର୍ଷ ଜୁଲାଇ ମାସରେ ଗୋଟିଏ ଖବର ଶୁଣିବାକୁ ମିଳିଥିଲା ଯେ ରିଲାଏନ୍ସ ଜିଓ ଦେଶରେ VoWi-Fi ସେବାର ଟେଷ୍ଟ କରୁଛି। ବର୍ତ୍ତମାନ ଏହା କୁହାଯାଉଛି ଯେ ଖୁବ୍ ଶୀଘ୍ର ଏହି ସେବାକୁ ପୂରା ଦେଶରେ ଲଞ୍ଚ କରାଯିବ। ଟେଲକୋ ନିଜ ରିପୋର୍ଟରେ କୁହିଛି ଯେ ମଧ୍ୟପ୍ରଦେଶରେ ଏହି ଟେଷ୍ଟକୁ କରାଯାଇସାରିଛି। ସୂଚନା ଅନୁଯାୟୀ କେବଳ ମଧ୍ୟପ୍ରଦେଶ ନୁହେଁ ବରଂ ଜିଓ ଆନ୍ଧ୍ରପ୍ରଦେଶ,ତେଲେଙ୍ଗାନା,କେରଳ ସମେତ ଅନେକ ସର୍କଲରେ ଏହି ସେବାର ଟେଷ୍ଟ କରାଯାଉଛି। ଅବଶ୍ୟ ଅଫିସିଆଲି ଏହାକୁ ଲଞ୍ଜ କରାଯାଇନାହିଁ। ଅନୁମାନ କରାଯାଉଛି ଯେ ଆସନ୍ତା ବର୍ଷ ଜାନୁୟାରୀ ମାସରେ ଏହାର ଅଫିସିଆଲ ଘୋଷଣା କରାଯାଇପାରେ। ଏହି ସେବା ଆରମ୍ଭ ହେବା ପରେ ବିନା ନେଟୱାର୍କରେ ମଧ୍ୟ JIO ମାଧ୍ୟମରେ କଲ୍ କରାଯାଇପାରିବ।
ଆରମ୍ଭରେ ଏହି ସେବା କେବଳ JIO ରୁ JIOକୁ କଲ୍ କରାଯାଇପାରିବ। ଏହାପରେ ଏହି ସେବା ଅନ୍ୟ ନେଟୱାର୍କରେ କଲ୍ କରିବା ପାଇଁ କରାଯାଇପାରେ। JIO ପୂର୍ବରୁ ସୂଚନା ଦେଇଥିଲା ଯେ କେବଳ ସ୍ମାର୍ଟଫୋନରେ ନୁହେଁ ବରଂ ଜିଓ ଫୋନରେ ମଧ୍ୟ ଏହି ସୁବିଧା ମିଳିବ। JIO ଫୋନ କମ୍ପାନୀ ଦ୍ବାରା ଦିଆଯାଇଥିବା ଏହା ଏକମାତ୍ର ଫୋନ ଯେଉଁଥିରେ 4G VoLTE ସେବା ଦିଆଯାଇଛି। ପୂର୍ବ ତିନି ମାସରେ ଜିଓ ୨୦ କୋଟି ଫିଚର ଫୋନ ବିକ୍ରୀ ହେଇଥିବାର ସୂଚନା ଦେଇଥିଲା। ରିଲଏନ୍ସ ଦ୍ବାରା ଆରମ୍ଭ କରାଯାଇଥିବା ଟେକ୍ନୋଲୋଜୀର ଅଧିକ ଲାଭ ଗ୍ରାମୀଣ କ୍ଷେତ୍ରରେ ରହୁଥିବା ଲୋକଙ୍କୁ ମିଳିବ, ଯେଉଁ ସ୍ଥାନରେ ନେଟୱାର୍କ ସବୁବେଳେ କମ୍ ରହିଥାଏ।
Wi-Fiରେ voice callingର ସେବା ସେତେବେଳେ ଆରମ୍ଭ ହେଲା ଯେତେବେଳେ ଦୂରସଞ୍ଚାର ବିଭାଗ ଏହି ସେବାକୁ ଆଗକୁ ବଢ଼ାଇଲେ। ଏହି ସେବାରେ ଉପଭୋକ୍ତାଙ୍କ ବିନା କୌଣସି ସେଲୁଲାର ନେଟୱାର୍କର ୱାଇଫାଇ ମାଧ୍ୟମରେ call କରିପାରିବେ। ରିଲାଏନ୍ସ ଜିଓ ଏହି ସେବା ଆରମ୍ଭ କରିବାର ଚୂଡାନ୍ତରେ ଥିବାବେଳେ ଭାରତୀ ଏୟାରଟେଲ ଏବଂ ଭୋଡାଫୋନ ମଧ୍ୟ VoWi-Fi ଟେକ୍ନୋଲୋଜିର ସେବା ନିଜ ଉପଭୋକ୍ତାଙ୍କୁ ଦେବା ପାଇଁ ପ୍ରସ୍ତୁତି କରିସାରିଲେଣି। ଅନ୍ୟ ଦେଶରେ ଭୋଡାଫୋନ ଏହି ସେବାର ଆରମ୍ଭ କରିସାରିଲାଣି। ଏଥିପାଇଁ ଭାରତରେ ଏହି ସେବାର ଆରମ୍ଭ କରିବାରେ କୌଣସି ଅସୁବିଧା ହେବ ନାହିଁ।