ଟେକ୍

ଏହି ସରକାରୀ ୱେବସାଇଟରେ ବ୍ଲକ୍ କରିପାରିବେ ନିଜର Sim Card, ମାତ୍ର ଗୋଟେ ମିନିଟରେ କରିପାରିବେ ଆପ୍ଲାଏ

ଆଜିକାଲିର ଡିଜିଟାଲ ଯୁଗରେ ଦିନକୁ ଦିନ ଅନଲାଇନ୍ ଠକେଇ ବୃଦ୍ଧି ପାଇବାରେ ଲାଗିଛି । ଏହା ସାଧାରଣ ଜନତା ଏବଂ ପୋଲିସ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ଏଥିମଧ୍ୟରେ ସରକାର ଭାରତୀୟଙ୍କ ପାଇଁ ଏକ ୱେବସାଇଟ୍ ଜାରି କରିଛନ୍ତି ଯାହାର ନାମ ହେଉଛି TAFCOP (Telecom Analytics for Fraud Management and Consumer Protection) । ଏହା ଏକ ସରକାରୀ ପୋର୍ଟାଲ ଅଟେ ଯାହା ମୋବାଇଲ ଗ୍ରାହକଙ୍କୁ ତାଙ୍କ ନାମରେ ଜାରୀ ହୋଇଥିବା ମୋବାଇଲ କନେକସନର ସୂଚନା ପ୍ରଦାନ କରିବ । ଏହି ପୋର୍ଟାଲ ଜରିଆରେ ନିଜ ନାଁରେ ଥିବା ଅନାବଶ୍ୟକ ସିମ୍ କାର୍ଡ଼କୁ ବ୍ଲକ୍ କରିପାରିବେ ।
TAFCOP ନାମକ ଏହି ପୋର୍ଟାଲ ଭାରତ ସରକାରଙ୍କ ଦୂରସଞ୍ଚାର ବିଭାଗ (DoT) ଦ୍ୱାରା ପରିଚାଳିତ ହୋଇଥାଏ । ଏହି ପୋର୍ଟାଲ ଉପଭୋକ୍ତାଙ୍କ ନାଁରେ ଜାରି କରାଯାଇଥିବା ମୋବାଇଲ କନେକସନ୍ ବିଷୟରେ ତଥ୍ୟ ପ୍ରଦାନ କରିଥାଏ ।

୧. ପ୍ରଥମେ ନିଜ ନାମରେ କେତୋଟି ସିମ୍‌ ଚାଲୁଛି ଏଠାରେ ଆପଣ ଦେଖିପାରିବେ ।
୨. ଅଜଣା ସିମକୁ ବନ୍ଦ କରିପାରିବେ।
୩. ନିଜ ସିମର ବିବରଣୀ ଦେଖିପାରିବେ । ଯାହାଦ୍ୱାରା ସିମର ନମ୍ବର, ଜାରୀ କରିବାର ତାରିଖ ଆଦି ।
୪. ନିଜ ସିମକୁ ନେଇ ଅଭିଯୋଗ ରୁଜୁ କରିପାରିବେ ।

TAFCOP ପୋର୍ଟାଲର ବ୍ୟବହାର କରିବା ପାଇଁ ଆପଣଙ୍କୁ ନିଜ ଆଧାର କାର୍ଡର ନମ୍ବର, ଜନ୍ମ ତାରିଖ ରୁଜୁ କରିବାକୁ ହେବ । ଆପଣଙ୍କୁ ଏକ ଓଟିପି ପ୍ରାପ୍ତ ହେବ । ଯାହାକୁ ଆପଣଙ୍କୁ ଭରିବାକୁ ହେବ ।

TAFCOP ପୋର୍ଟାଲରେ କିପରି କରିବେ ଲଗ୍ ଇନ୍ କରିବେ ଜାଣନ୍ତୁ ?

୧. ପ୍ରଥମେ TAFCOP ପୋର୍ଟାଲର ସରକାରୀ ୱେବସାଇଟ୍ https://tafcop.dgtelecom.gov.inକୁ ଯାଆନ୍ତୁ ।

୨. ଏହା ପରେ ‘Login’ ଉପରେ କ୍ଲିକ୍ କରନ୍ତୁ । ଆଧାର କାର୍ଡ଼ ନମ୍ବର ଏବଂ ଜନ୍ମ ତାରିଖ ଉପରେ କ୍ଲିକ୍ କରନ୍ତୁ ।

୩. ‘Generate OTP’ ଉପରେ କ୍ଲିକ୍ କରନ୍ତୁ ।
୪.ଏହା ପରେ ମୋବାଇଲରେ ଆସିଥିବା OTP ନମ୍ବର ଦେଇ ଲଗ୍ ଇନ୍ କରନ୍ତୁ ।

୫. Login କରିବା ପରେ ଆପଣ TAFCOP ପୋର୍ଟାଲର ସମସ୍ତ ସୁବିଧାର ଲାଭ ଉଠାଇ ପାରିବେ ।

TAFCOP ପୋର୍ଟାଲ ମାଧ୍ୟମରେ କିପରି ସିମ୍ କାର୍ଡ଼ ବନ୍ଦ କରିପାରିବେ ଆପଣ ଆସନ୍ତୁ ଜାଣିବା।

୧. ପ୍ରଥମେ TAFCOP ପୋର୍ଟାଲର ୱେବସାଇଟ୍ https://tafcop.dgtelecom.gov.inକୁ ଯାଇ ଲଗ୍ ଇନ୍ କରନ୍ତୁ । ଏହା ପରେ ‘Deactivate SIM’ ଟ୍ୟାବ୍ ଉପରେ କ୍ଲିକ୍ କରନ୍ତୁ ।
୨. ଆପଣଙ୍କ ନାଁରେ ଥିବା ସମସ୍ତ Sim Cardର ସୂଚୀ ପ୍ରଦର୍ଶିତ ହେବ । ଆପଣ ଯେଉଁ ସିମ୍ କାର୍ଡ଼କୁ ବନ୍ଦ କରିବାକୁ ଚାହୁଁଛନ୍ତି ତା’ ସାମ୍ନାରେ ଥିବା ‘Deactivate’ ବଟନ୍ ଉପରେ କ୍ଲିକ୍ କରନ୍ତୁ ।

୩. ଏହା ପରେ ଏକ ପପ୍ ଅପ୍ ୱିଣ୍ଡୋ ଖୋଲିବ ଯେଉଁଥିରେ ସିମ୍ କାର୍ଡ଼ ବନ୍ଦ କରିବାର କାରଣ ଚୟନ କରିବା ପାଇଁ ବିକଳ୍ପ ଆସିବ । କାରଣ ଚୟନ କରିବା ପରେ ‘Submit’ ବଟନ୍ ଉପରେ କ୍ଲିକ୍ କରନ୍ତୁ ।

୪. ‘Submit’ ବଟନ୍ କ୍ଲିକ୍ କରିବା ପରେ ଆପଣଙ୍କ ଦ୍ୱାରା ଚୟନ କରାଯାଇଥିବା Sim Card ବନ୍ଦ ହୋଇଯିବ ।

କହିରଖୁଛୁ TAFCOP ପୋର୍ଟାଲରେ Sim Card ବନ୍ଦ କରିବା ପ୍ରକ୍ରିୟା ଦେୟମୁକ୍ତ ଅଟେ । ସାଧାରଣତଃ ଏହି ପ୍ରକ୍ରିୟା ୨୪ ଘଣ୍ଟା ମଧ୍ୟରେ ପୁରା ହୋଇଥାଏ । ମନେ ରଖନ୍ତୁ ଯଦି ଆପଣଙ୍କ ଦ୍ୱାରା ବନ୍ଦ କରାଯାଇଥିବା ସିମ୍ କାର୍ଡ଼ କୌଣସି ବ୍ୟାଙ୍କ କିମ୍ବା ଜରୁରୀ ସେବା ସହ ଜଡ଼ିତ ଥାଏ ତେବେ ସେବା ପ୍ରଦାନକାରୀଙ୍କୁ ସୂଚିତ କରନ୍ତୁ ।

 

Pritiparna

Recent Posts

ଫିଲ୍ମ ‘କଲ୍‌କୀ 2898 AD’ର ଆଡଭାନ୍ସ ବୁକିଂ, ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିଲା ଭିନ୍ନ କ୍ରେଜ୍

ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍‌କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…

50 seconds ago

ପୋଲିସ ବାବୁଙ୍କୁ ମହଙ୍ଗା ପଡିଗଲା ପରକୀୟା ପ୍ରେମ, ପ୍ରମୋସନ ହେବା ବଦଳରେ ହେଲା ଡିମୋସନ୍‌

ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍‌ରୁ ପ୍ରେମିକା…

2 mins ago

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

20 mins ago

ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…

45 mins ago

ଜଣକ ପରେ ଜଣକୁ ନିଜ କବ୍ଜାକୁ ନେଉଛି ଡିପଥେରିଆ, ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…

49 mins ago

ବ୍ରିଜ ଉପରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…

52 mins ago