ଟେକ୍

Vi ଆଣିଛି ଅଧିକ ଡାଟା ଥିବା ଶସ୍ତା ପ୍ଲାନ୍‌, ପ୍ରତିଦିନ ପାଇବେ ୩ GB ଡାଟା

ଭୋଡାଫୋନ୍ ଆଇଡିଆ ହେଉଛି ଦେଶର ତୃତୀୟ ବୃହତ୍ତମ ଟେଲିକମ୍ କମ୍ପାନୀ । ୟୁଜର୍ ବେସ୍ ଦୃଷ୍ଟିରୁ ଜିଓ ଏବଂ ଏୟାରଟେଲ୍ ପଛରେ Vi ଥାଇପାରେ, କିନ୍ତୁ ଏହାର ଶସ୍ତା ଏବଂ ସୁଲଭ ପ୍ଲାନ୍‌ ଦ୍ୱାରା କମ୍ପାନୀ ଉଭୟ କମ୍ପାନୀକୁ କଡ଼ା ଟକ୍କର ଦେଇଥାଏ । ଯଦି ଆପଣ ନିଜ ଫୋନରେ Vi ସିମ୍ ବ୍ୟବହାର କରୁଛନ୍ତି, ତେବେ ଆମେ ଆପଣଙ୍କୁ Vi ର ଏକ ଦମଦାର ପ୍ଲାନ୍‌ ବିଷୟରେ ଜଣାଇବାକୁ ଯାଉଛୁ । ଯଦି ଆପଣ ଅଧିକ ଇଣ୍ଟରନେଟ୍ ଡାଟା ଆବଶ୍ୟକ କରୁଛନ୍ତି ତେବେ ଏହି ପ୍ଲାନ୍‌ ଆପଣଙ୍କ ପାଇଁ ଅଧିକ ଲାଭଦାୟକ ହେବ ।

ଭୋଡାଫୋନ୍ ଆଇଡିଆ ଏହାର ଗ୍ରାହକଙ୍କ ପାଇଁ ଡାଟା ବେନିଫିଟ୍ସର ଅନେକ ପ୍ଲାନ୍‌ ଲିଷ୍ଟ କରିଛି । ଆଜି ଆମେ ଆପଣଙ୍କୁ Viର ଏମିତି ଏକ ପ୍ଲାନ୍‌ ବିଷୟରେ ଜଣାଇବାକୁ ଯାଉଛୁ ଯେଉଁଥିରେ ଆପଣ ୧GB, ୨GB କିମ୍ବା ୨.୫ GB ଡାଟା ନୁହେଁ ପ୍ରତିଦିନ ୩ GB ଡାଟା ପାଇବେ । ଏପରି ପରିସ୍ଥିତିରେ ଯଦି ଆପଣ OTT ଷ୍ଟ୍ରିମିଂ କରନ୍ତି କିମ୍ବା IPL ଦେଖନ୍ତି, ତେବେ ଏହି ପ୍ଲାନ୍‌ ବହୁତ ଲାଭଦାୟକ ହେବ । Vi ର ଏହି ଶସ୍ତା ଏବଂ ଦମଦାର ପ୍ଲାନ୍‌ ବିଷୟରେ ଆସନ୍ତୁ ଜାଣିବା ।

ଆମେ କହୁଥିବା Vi ପ୍ଲାନ୍‌ ୯୦୧ ଟଙ୍କାରେ ଆସୁଛି । ଏହି ପ୍ଲାନରେ ଆପଣ ଏକାଥରକେ ଅନେକ ଅଫର ପାଇବ । ଯଦି ଆମେ ଏହାର ଭ୍ୟାଲିଡିଟି ବିଷୟରେ କହିବା, ତେବେ ଏହି ପ୍ଲାନରେ ୭୦ ଦିନର ଲମ୍ବା ଭ୍ୟାଲିଡିଟି ମିଳିବ । ଆପଣ ୭୦ ଦିନ ପାଇଁ ଯେକୌଣସି ନେଟୱାର୍କରେ ଅନଲିମିଟେଡ୍‌ କଲିଂ ପାଇବେ । Vi ମଧ୍ୟ ଏହାର ୟୁଜରମାନଙ୍କୁ ପ୍ରତିଦିନ ୧୦୦ଟି SMS ଦେଇଥାଏ ।

ଯେଉଁମାନେ ଅଧିକ ଇଣ୍ଟରନେଟ୍ ଡାଟା ଆବଶ୍ୟକ କରନ୍ତି ସେମାନଙ୍କ ପାଇଁ ଏହି ପ୍ଲାନ୍‌ ବେଷ୍ଟ ହେବ । ଏଥିରେ Vi ୟୁଜରଙ୍କୁ ୨୧୦ ଜିବି ଡାଟାର ଲାଭ ଦେଇଥାଏ । ଆପଣ ଏଥିରେ ପ୍ରତିଦିନ ୩ GB ଡାଟା ବ୍ୟବହାର କରିପାରିବେ । ଏହି ପ୍ଲାନର ସବୁଠାରୁ ବଡ ସୁବିଧା ହେଉଛି ଆପଣଙ୍କୁ ମାଗଣା ଡାଟା ଦିଆଯାଉଛି । Vi ଏହାର ୟୁଜରଙ୍କୁ ୪୮ GB ଡାଟା ଦେଉଛି । ଏହି ପ୍ଲାନ୍‌ ଦ୍ୱାରା ଆପଣ ପୁରା ପ୍ଲାନରେ ୨୫୮ ଜିବି ଡାଟା ପାଇବେ ।

ଭୋଡାଫୋନ୍ ଆଇଡିଆ ଗ୍ରାହକଙ୍କୁ ୯୦୧ ଟଙ୍କା ପ୍ଲାନରେ କିଛି ଆଡିସନାଲ୍‌ ବେନିଫିଟ୍ସ ମଧ୍ୟ ଦେଇଥାଏ । ଏହି ପ୍ଲାନ୍‌ ବିଞ୍ଜ ଅଲ୍ ନାଇଟ୍ ଅଫର୍ ସହିତ ଆସିଥାଏ । ଏହାର ଅର୍ଥ ହେଉଛି ଏହି ପ୍ଲାନରେ ଆପଣ ୧୨ଟା ରୁ ସକାଳ ୬ ଟା ପର୍ଯ୍ୟନ୍ତ ମାଗଣାରେ ଅନଲିମିଟେଡ୍‌ ଡାଟା ପାଇପାରିବେ ।

 

Subhalaxmi Das

Recent Posts

ଘର ଭିତରେ କନିଷ୍ଠ କିରାଣିଙ୍କ ମୃତଦେହ..

ରେଢାଖୋଲ(କେନ୍ୟୁଜ): ଘର ଭିତରେ ମୃତଦେହ। ଉଦ୍ଧାର ହେଲା କନିଷ୍ଠ କିରାଣିଙ୍କ ମୃତଦେହ । ମୃତକ ରେଢାଖୋଲ ନାକଟିଦେଉଳ ତହସିଲ କାର୍ଯ୍ୟାଳୟରେ…

13 mins ago

ଚର୍ଚ୍ଚରେ ଚୋରି କରିବା ସହ ଫାଦରଙ୍କୁ ମାଡ଼ ମାରିଲେ ଚୋର, ଘଟଣାର ଚାଲିଛି ତଦନ୍ତ

ରାଉରକେଲା(କେନ୍ୟୁଜ): ଚୋରମାନେ ଘର, ଦୋକାନ, ବଜାର ଓ ମନ୍ଦିରରୁ ଚୋରି କରୁଥିବା ତ ଆପଣମାନେ ଜାଣିଥିବେ । କିନ୍ତୁ ଚୋରମାନେ…

27 mins ago

ଏମିତି ଏକ ଗାଁ ଯେଉଁଠି ଦୋଳି ନାହିଁ ସତ କିନ୍ତୁ ରହିଛି ରଜ ପର୍ବର ଦୁଇ ଗୁଣା ଉତ୍ସାହ

ଭଞ୍ଜନଗର(କେନ୍ୟୁଜ): ଓଡ଼ିଶାର ଗଣ ପର୍ବ ରଜ । ଏଥିପାଇଁ ଉତ୍ସବ ମୁଖର ଗାଆଁଠୁ ସହର ।  ବସୁଧା, ପ୍ରକୃତି ମାତାଙ୍କୁ…

29 mins ago

ଉପବାଚସ୍ପତି ପଦ ପାଇଁ ବିରୋଧୀ ଦଳଙ୍କ ଦାବି, ନହେଲେ ବାଚସ୍ପତି ନିର୍ବାଚନ ଲଢ଼ିବାକୁ ଘୋଷଣା

ନୂଆଦିଲ୍ଲୀ:ଚସ୍ପତି ପଦକୁ ନେଇ ତେଜିଲା ବିବାଦ। ଆସନ୍ତା ୨୪ ତାରିଖରୁ ଆରମ୍ଭ ହୋଇ ଜୁଲାଇ ୩ ତାରିଖ ପର୍ଯ୍ୟନ୍ତ ଚାଲିବ…

53 mins ago

ବିବାହ ଉତ୍ସବରେ ରକ୍ତଦାନ ଶିବିର, ନବଦମ୍ପତି ସୃଷ୍ଟି କଲେ ନିଆରା ଉଦାରଣ

ଜଳେଶ୍ୱର (କେନ୍ୟୁଜ): ନିଜର ବିବାହ ଉତ୍ସବକୁ ସ୍ମରଣୀୟ କରିବା ପାଇଁ ଆଜିର ଯୁବପିଢୀ ଭିନ୍ନ ଭିନ୍ନ ଢଙ୍ଗରେ ଏହାକୁ ପାଳନ…

1 hour ago

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧୀନରେ ବିଗ୍ ଫୋର୍, ରହିବ ଅନେକ ଚ୍ୟାଲେଞ୍ଜ

କେନ୍ୟୁଜ (ବ୍ୟୁରୋ) : ବିଭାଗ ବଣ୍ଟନ ସରିଛି । ଏବେ ଦାୟିତ୍ୱ ନେବା ପରେ ମନ୍ତ୍ରୀମାନଙ୍କ ଆଗରେ ରହିବ ଅନେକ ଚ୍ୟାଲେଞ୍ଜ…

1 hour ago