Vivo ଲଞ୍ଚ୍‌ କରିବାକୁ ଯାଉଛି ଏ ପର୍ଯ୍ୟନ୍ତର ସବୁଠାରୁ ସୁନ୍ଦର 5G ସ୍ମାର୍ଟଫୋନ, ଡିଜାଇନ୍‌ ଦେଖିଲେ ଲୋଭ ଲାଗିଯିବ

ଗତ ସପ୍ତାହରେ ସାମ୍ନାକୁ ଆସିଥିବା ଏକ ରିପୋର୍ଟରେ ଦାବି କରାଯାଇଥିଲା କି, Vivo V21 5G ଖୁବ୍‌ ଜଲ୍‌ଦି ଭାରତରେ ନିୟନ୍‌ କଲର୍‌ରେ ଉପଲବ୍ଧ ହେବ। Vivo ଖୁଲାସା କରିଛି ଯେ ନୂଆ କଲର ଭେରିଏଣ୍ଟକୁ ନିୟନ ସ୍ପାର୍କ କୁହାଯିବ ଏବଂ ଏହା ୧୩ ଅକ୍ଟୋବରରେ ଲଞ୍ଚ୍‌ ହେବ। ନୂଆ କଲର୍‌ V21 5Gକୁ ଅନ୍ୟ କଲର୍‌ ଭେରିଏଣ୍ଟ ଯେମିତି କି, ଡସ୍କ ବ୍ଲୁ, ସନସେଟ୍‌ ଡ୍ୟାଜଲ୍‌ ଏବଂ ଆର୍କଟିକ ହ୍ଵାଇଟ୍‌ ସହିତ ବି ବିକ୍ରି କରାଯିବ।

Vivo V21 5Gରେ ୬.୪୪ ଇଞ୍ଚ୍‌ର ଏମୋଲେଡ୍‌ ପ୍ୟାନେଲ ରହିଛି, ଯାହା ଫୁଲ୍‌ ଏଚ୍‌ଡି ପ୍ଲସ୍‌ ରିଜୋଲ୍ୟୁଶନ ଏବଂ ୯୦ ହର୍ଟଜ୍‌ ରିଫ୍ରେଶ ରେଟ୍‌ ଅଫର୍‌ କରୁଛି। ଏଥିରେ ଡୁଆଲ-ଏଲ୍‌ଇଡି ଫ୍ଲାସ୍‌ ସହିତ ଓଆଇଏସ୍‌-ଆସିଷ୍ଟେଡ୍‌ ୪୪-ମେଗାପିକ୍ସଲର ଫ୍ରଣ୍ଟ କ୍ୟାମେରା ରହିଛି। ଫୋନ୍‌ର ବ୍ୟାକ୍‌ ପ୍ୟାନେଲରେ ୬୪-ମେଗାପିକ୍ସଲର ପ୍ରାଇମେରୀ କ୍ୟାମେରା, ୮-ମେଗାପିକ୍ସଲର ଅଲଟ୍ରାଓ୍ଵାଇଡ୍‌ ଲେନ୍ସ ଏବଂ ୨-ମେଗାପିକ୍ସଲର ମାକ୍ରୋ କ୍ୟାମେରା ରହିଛି। ଏହି ଡାଇମେନଶନ 800U ଚିପସେଟ୍‌ ଦ୍ୱାରା ସଞ୍ଚାଳିତ। ଏହା ୮ ଜିବି ର‍୍ୟାମ୍‌ ଏବଂ ୧୨୮ ଜିବି/୨୫୬ ଜିବି ୟୁଏଫ୍‌ଏସ୍‌ ୨.୨ ଷ୍ଟୋରେଜ୍‌ ସହିତ ଉପଲବ୍ଧ। ଡିଭାଇସ୍‌ ଆଣ୍ଡ୍ରୋଏଡ୍‌ ୧୧ ଉପରେ ଆଧାରିତ ଫନଟଚ ଓଏସ୍‌ ୧୧.୧ ଉପରେ ଚାଲିଥାଏ।

V21 5Gରେ 4,000mAhର ବ୍ୟାଟେରୀ ରହିଛି, ଯାହା 33W ଫାଷ୍ଟ ଚାର୍ଜିଂକୁ ସପୋର୍ଟ କରିଥାଏ। ଏହା ଇନ୍‌-ସ୍କ୍ରୀନ ଫିଙ୍ଗରପ୍ରିଣ୍ଟ ସ୍କାନର ଏବଂ ମାଇକ୍ରୋଏସ୍‌ଡି କାର୍ଡ ଯୋଡ଼ିବା ପାଇଁ ଏକ ସେୟାର ସିମ୍‌ ସ୍ଲଟ୍‌ ସହିତ ଉପଲବ୍ଧ ରହିଛି। V21 5G ର ୮ ଜିବି ର‍୍ୟାମ୍‌ ଓ ୧୨୮ ଜିବି ଷ୍ଟୋରେଜ୍‌ ଏବଂ ୮ ଜିବି ର‍୍ୟାମ୍‌ ଓ ୨୫୬ ଜିବି ଷ୍ଟୋରେଜ୍‌ ସଂସ୍କରଣର ଦାମ୍‌ ଯଥାକ୍ରମେ ୨୯,୯୯୦ ଟଙ୍କା ଏବଂ ୩୨,୯୯୦ ଟଙ୍କା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.