ଭିଭୋର 3D ସ୍ମାର୍ଟଫୋନରେ ରହିଛି ଜବରଦସ୍ତ ଫିଚର୍ସ, ଜାଣନ୍ତୁ ଏହାର ଦାମ୍‌

ଭିଭୋ ଖୁବ ଶୀଘ୍ର ନିଜର ନୂଆ ମଡେଲର ବଜାର ପ୍ରବେଶ କରିବାକୁ ଯାଉଛି। ଖୁବ ଶୀଘ୍ର ଭାରତୀୟ ମାର୍କେଟରେ Vivo V23 ସିରିଜ ଲଞ୍ଚ କରିବାକୁ ଯାଉଛି। ଗତ ଥର ଏହା ଡିସେମ୍ବର ୧ରେ ଲଞ୍ଚ ହେବ ବୋଲି ଶୁଣିବାକୁ ମିଳିଥିଲା। ଏବେ ଏହାର ରିଲିଜ ତାରିଖ ନୂଆବର୍ଷକୁ ରହିଛି। Vivo V23 5g ଓ V23 Proକୁ ନେଇ ଅନେକ ସୂଚନା ଏବେ ସାମ୍ନାକୁ ଆସିଛି। ଭାରତରେ Vivo V23 5g ସିରିଜ ଆସନ୍ତା ନୂଆବର୍ଷ ଜାନୁଆରୀ ମାସରେ ଲଞ୍ଚ ହେବ।

ତେବେ ଏହା 3D ସ୍ମାର୍ଟଫୋନ। ଭିଭୋର ଏହି ସିରିଜରେ ଦମଦାର ଫିଚର୍ସ ରହିଥିବାର ଶୁଣିବାକୁ ମିଳିଛି। ଏଥିରେ 50mp ଆଇଅଟୋଫୋକସ୍‌ ସେଲଫି କ୍ୟାମେରା ରହିଛି। କିନ୍ତୁ V23E ଓ V23E 5gରେ 50mpର ଦୁଆଲ ସେଲ୍ଫି କ୍ୟାମେରା ନାହିଁ।

Vivo V23 5g ଭାରତୀୟ ବଜାରରେ ସବୁଠୁ ପତଳା 3D ସ୍ମାର୍ଟଫୋନ, ଯାହାର ଆକାର ବା ସେପ୍‌ ରହିଛି 7.36MM। ଏହାର ଫଟୋ ଏବେ ଇଣ୍ଟରନେଟ୍‌ରେ ଘୂରି ବୁଲିଛି। କ୍ୱାର୍ଡ ସ୍କ୍ରିନର ଏକ ଗୋଲ୍ଡ କଲରର ସ୍ମାର୍ଟଫୋନ ଯାହାର ପଛ ପଟେ ୩ଟି କ୍ୟାମେରା ରହିଛି। ମଡେଲଟି ଦେଖିବାକୁ ଖୁବ ସୁନ୍ଦର ହୋଇଥିବା ବେଳେ ଏହାର ଦାମକୁ ନେଇ କୌଣସି ଖବର ସାମ୍ନାକୁ ଆସିନାହିଁ।