ଟେକ୍

ଶସ୍ତା ହେଲା Vivoର ଏହି ଦୁଇ ସ୍ମାର୍ଟଫୋନ, ତୁରନ୍ତ ଅଫରର ସୁଯୋଗ ଉଠାନ୍ତୁ

ଦୀପାବଳି ପୂର୍ବରୁ ନିଜର ଦୁଇ ସ୍ମାର୍ଟଫୋନର ମୂଲ୍ୟ କମାଇ ଦେଇଛି ଭିଭୋ । Vivo Y 11 ଓ Vivo Y 50 ଦୁଇ ସ୍ମାର୍ଟଫୋନର ମୂଲ୍ୟ ୫୦୦
ଟଙ୍କା ପର୍ଯ୍ୟନ୍ତ କମାଇ ଦିଆଯାଇଛି । ଡ଼ିସକାଉଣ୍ଟ ପରେ Vivo Y 11କୁ 9490 ଟଙ୍କା ଓ Vivo Y 50କୁ ୧୬୪୯୦ ଟଙ୍କାରେ କିଣାଯାଇପାରିବ । କମ୍ପାନୀ ତରଫରୁ ଏହି ସ୍ମାର୍ଟଫୋନରେ ୬.୩୫ ଇଞ୍ଚର ଏଚଡ଼ି ପ୍ଲସ ୱୟର ନଚ ଡିଷ୍ପ୍ଲେ ସୁବିଧା ଦିଆଯାଇଛି । ଯାହାର ରିଜୋଲୁସନ 720 x 1544 ପିକସଲ ପର୍ଯ୍ୟନ୍ତ ରହିବ । ଏହା ସହ ୟୁଜର୍ସ ମାନଙ୍କୁ ଭଲ ପରଫରମାନ୍ସ ପାଇଁ ଅକଟାକୋର କ୍ଵାଲକମ ସ୍ନାପଡ୍ରାଗନ ୪୩୯
ପ୍ରୋସେସର ସୁବିଧା ମିଳିଯାଇପାରିବ । ଆଉ ଏହି ଫୋନ ଆଣ୍ଡ୍ରଏଡ ଅପରେଟିଙ୍ଗ ସିଷ୍ଟମ ଉପରେ କାମ କରୁଥିବା ନେଇ କମ୍ପାନୀ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏଥିରେ ୩ ଜିବି ରାମ ସହ ୩୨ ଜିବି ଷ୍ଟୋରେଜ ଫ୍ୟାସିଲିଟି ବି ମିଳିଯାଇପାରିବ ।

Vivo Y 11 ସ୍ମାର୍ଟଫୋନ:

ଏହି ଫୋନରେ ଡୁଆଲ ରିୟର କ୍ୟାମେରା ସେଟଅପ ବ୍ୟବସ୍ଥା ରହିଛି । ଯେଉଁଥିରେ ୧୩ ମେଗାପିକସଲ ପ୍ରାଇମେରୀ ସେନ୍ସର ଓ ୨
ମେଗାପିକସଲ ସେକେଣ୍ଡାରୀ ସେନ୍ସର ବ୍ୟବସ୍ଥା ଉପଲବ୍ଧ ଅଛି । ଏହା ସହ ୟୁଜର୍ସ ମାନେ ୮ ମେଗା ପିକସଲ ବିଶିଷ୍ଟ ଫ୍ରଣ୍ଟ କ୍ୟାମେରାରୁ ଦମଦାର ସେଲ୍ଫି କ୍ଲିକ କରିପାରିବେ । କନେକ୍ଟିଭିଟି ଦୃଷ୍ଟିରୁ ଏଥିରେ 4 ଜି LTE , ୱାଇ ଫାଇ , ବ୍ଲୁଟୁଥ ଭର୍ଜନ 4.0, ଜିପିଏସ, ମାଇକ୍ରୋ ୟୁଏସବି, ୟୁଏସବି ଓଟିଜି ସମେତ 3.5 ଏମଏମ ହେଡ଼ଫୋନ ଜ୍ୟାକ ଭଳି ଫିଚର୍ସ ବି ରହିଛି | ଏହା ସହ 5000 ଏମଏଏଚ ବ୍ୟାଟେରୀ ସୁବିଧା ବି ମିଳିପାରିବ ।

Vivo Y 50 ସ୍ମାର୍ଟଫୋନ:

ୟୁଜର୍ସଙ୍କୁ ଏହି ଫୋନରେ କ୍ୱାଡ କ୍ୟାମେରା ସେଟଅପ ମିଳିଯାଇପାରିବ । ଯେଉଁଥିରେ ୧୩ ମେଗାପିକସଲର ପ୍ରାଇମେରୀ ସେନ୍ସର, ୮
ମେଗା ପିକଶାଲା ଅଲଟ୍ରା ୱାଇଣ୍ଡ ଆଙ୍ଗଲ ଲେସ, ୨ ମେଗା ପିକସଲ ମାକ୍ରୋ ଲେନ୍ସ ସମେତ ୨ ମେଗା ପିକସଲର ଡେ଼ପଥ ସେନ୍ସର ସୁବିଧା ମାନ ରହିଛି । ଏହା ସହ ୧୬ ମେଗାପିକସଲ ସେଲ୍ଫି କ୍ୟାମେରା ବି ରହିଛି । ପାୱାର ବ୍ୟାକଅପ ପାଇଁ ଏଥିରେ ୫୦୦୦ ଏମଏଏଚ ବ୍ୟାଟେରୀ ସୁବିଧା ବି ରହିଛି । କନେକ୍ଟିଭିଟି ଦୃଷ୍ଟିରୁ ଏଥିରେ 4 ଜି LTE , ୱାଇଫାଇ , ବ୍ଲୁଟୁଥ ଭର୍ଜନ 4.0, ଜିପିଏସ, ମାଇକ୍ରୋ ୟୁଏସବି, ୟୁଏସବି ଓଟିଜି ସମେତ 3.5 ଏମଏମ ହେଡ଼ଫୋନ ଜ୍ୟାକ ଭଳି ଫିଚର୍ସ ବି ରହିଛି ।

 

 

KNews Bureau

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

22 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

24 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

30 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

39 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

39 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

57 mins ago