ଭିଭୋ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ଭିଭୋ ଖୁବ ଶୀଘ୍ର ଭାରତୀୟ ସ୍ମାର୍ଟଫୋନ୍ ବଜାରରେ ଏକ ନୂଆ ସ୍ମାର୍ଟଫୋନ୍ ଲଞ୍ଚ କରିବାକୁ ଯାଉଛି । ଭିଭୋର ଆଗାମୀ ଫୋନ୍ Vivo T3 Ultra ହେବ । କିଛି ସମୟ ପୂର୍ବରୁ କମ୍ପାନୀ ଏହାକୁ ଟିଜ କରିଥିଲା । କିନ୍ତୁ ବର୍ତ୍ତମାନ କମ୍ପାନୀ ଏହାର ଲଞ୍ଚ ଡେଟ୍ ନିଶ୍ଚିତ ହୋଇଛି । ଲଞ୍ଚ ଡେଟ୍ ଆସିବା ସହିତ ଏହା ମଧ୍ୟ ନିଶ୍ଚିତ ହୋଇଛି ଯେ କେଉଁ ପ୍ଲାଟଫର୍ମରୁ ଗ୍ରାହକମାନେ ଏହି ସ୍ମାର୍ଟଫୋନକୁ କିଣିପାରିବେ । ଯଦି ଆପଣ ଏକ ନୂଆ ସ୍ମାର୍ଟଫୋନ୍ କିଣିବାକୁ ଚାହୁଁଛନ୍ତି ତେବେ ଏହି ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ ।
ଆପଣଙ୍କୁ କହି ରଖୁଛୁ ଯେ Vivo T3 Ultraର ଲଞ୍ଚ ଡେଟ୍ ଘୋଷଣା କରିଛି । ଏହି ସ୍ମାର୍ଟଫୋନ୍ ଭାରତୀୟ ବଜାରରେ ୯ ସେପ୍ଟେମ୍ବର ୨୦୧୪ ରେ ଲଞ୍ଚ ହେବ । ଏହାର ଲଞ୍ଚ ଇଭେଣ୍ଟ ମଧ୍ୟାହ୍ନ ୧୨ ଟାରେ ଅନୁଷ୍ଠିତ ହେବ । ଯଦି ଆପଣ ମଧ୍ୟ ଏହି ସ୍ମାର୍ଟଫୋନ୍ ପାଇଁ ଅପେକ୍ଷା କରିଛନ୍ତି, ତେବେ ଆପଣଙ୍କୁ କହି ରଖୁଛୁ ଯେ ଆପଣ ଏହାକୁ ଇ-କମର୍ସ ୱେବସାଇଟ୍ ଫ୍ଲିପକାର୍ଟରୁ ମଧ୍ୟ କିଣିପାରିବେ ।
ଭିଭୋ ଦ୍ୱାରା ଏହା ଫ୍ଲିପକାର୍ଟରେ ଲିଷ୍ଟେଡ୍ ହୋଇଛି । କେବଳ ଏତିକି ନୁହେଁ, ଏହି ସ୍ମାର୍ଟଫୋନ୍ ପାଇଁ କମ୍ପାନୀ ୱେବସାଇଟରେ ଏକ ମାଇକ୍ରୋସାଇଟ୍ ଲାଇଭ୍ କରିଛି । ଏହି ସ୍ମାର୍ଟଫୋନ୍ ଦାମ୍ ସମ୍ପର୍କରେ କମ୍ପାନୀ ଦ୍ୱାରା ଏପର୍ଯ୍ୟନ୍ତ କୌଣସି ସୂଚନା ଦିଆଯାଇ ନାହିଁ । କିନ୍ତୁ ଯଦି ଲିକ୍ ବିଶ୍ୱାସ କରାଯାଏ, ତେବେ ଏହି ଫୋନ୍ ବଜାରରେ ମିଡ୍ ରେଞ୍ଜ୍ ଫ୍ଲାଗସିପ୍ ସେଗମେଣ୍ଟରେ ରହିପାରେ । ଭିଭୋ ଅନୁଯାୟୀ, ଏହି ସ୍ମାର୍ଟଫୋନ୍ ଏକ କର୍ଭଡ୍ ଡ଼ିସପ୍ଲେ ସହିତ ସବୁଠାରୁ ପତଳା ସ୍ମାର୍ଟଫୋନ୍ ହେବ । ଏଥିରେ ଆପଣ କେବଳ 0.785 ସେମିର ଥିକନେସ୍ ମିଳିବାକୁ ଯାଉଛି ।
Vivo T3 Ultra ଫିଚର୍ସ:
-Vivo T3 Ultra ୬.୭୮ ଇଞ୍ଚ 3D କର୍ଭଡ୍ ଡ଼ିସପ୍ଲେ ମିଳିବ । ଏଥିରେ କମ୍ପାନୀ AMOLED ପ୍ୟାନେଲ୍ ଦେବାକୁ ଯାଉଛି ।
-ଏହାର ଡ଼ିସପ୍ଲେରେ ଆପଣ ୪୫Hz ନିଟ୍ସର ପିକ୍ ବ୍ରାଇଟନେସ୍ ସହିତ ୧୨୦Hzର ରିଫ୍ରେସ୍ ରେଟ୍ ପାଇପାରିବେ ।
-Vivo T3 Ultraକୁ କମ୍ପାନୀ ମିଡିଆ ଟେକ୍ ଡାଇମେନସିଟି 9200+ ଚିପସେଟ୍ ଦିଆଯାଇପାରେ ।
-Vivo T3 Ultraରେ, ଆପଣ ୨୪GB RAM ର ସପୋର୍ଟ ପାଇବେ ଯେଉଁଥିରେ ଆପଣ ୧୨GB RAM ଷ୍ଟାଣ୍ଡାର୍ଡ ଏବଂ ୧୨GB RAM ଭର୍ଚୁଆଲ୍ ପାଇବେ ।
-ଯଦି ଲିକ୍ ବିଶ୍ୱାସ କରାଯାଏ, ତେବେ ଆପଣ ବେସ୍ ଭାରିଆଣ୍ଟରେ ୧୨GB RAM ସହିତ ୨୫୬GB ଷ୍ଟୋରେଜ୍ ପାଇବେ ।
-Vivo T3 Ultra ଫଟୋଗ୍ରାଫି ପାଇଁ ୫୦MPର ପ୍ରାଇମେରୀ କ୍ୟାମେରା ରହିବ । ଏଥିରେ ଆପଣ ୮ ମେଗାପିକ୍ସେଲର ଏକ ଅଲ୍ଟ୍ରା-ୱାଇଡ୍ କ୍ୟାମେରା ପାଇପାରିବେ ।
-Vivo T3 Ultraର ସେଲଫି କ୍ୟାମେରା ବହୁତ ଦମଦାର ହେବାକୁ ଯାଉଛି । ଏଥିରେ ଆପଣ AI ଫିଚର୍ସ ସହିତ ୫୦MP ଫ୍ରଣ୍ଟ କ୍ୟାମେରା ପାଇପାରିବେ ।
-ଭିଭୋର ଏହି ସ୍ମାର୍ଟଫୋନରେ ଆପଣ ୫୫୦୦mAhର ଏକ ବଡ ବ୍ୟାଟେରୀ ପାଇପାରିବେ ।