Vivoର ବଡ଼ ଧମାକା, ଭାରତରେ ଲଞ୍ଚ କଲା 7300mAh ବ୍ୟାଟେରୀର ଜବରଦସ୍ତ ଫୋନ୍

ଭିଭୋ ଭାରତରେ ଏହାର ସବୁଠାରୁ ଶକ୍ତିଶାଳୀ ବ୍ୟାଟେରୀ 5G ସ୍ମାର୍ଟଫୋନ୍ ଲଞ୍ଚ କରିଛି । ଏହି ଭିଭୋ ଫୋନ୍ଟି ଏବେ ଲଞ୍ଚ ହୋଇଥିବା ଭିଭୋ T4xର ଏକ ଅପଗ୍ରେଡେଡ୍ ମଡେଲ୍ । ଏହି ଫୋନରେ ୯୦W ଫାଷ୍ଟ ଚାର୍ଜିଂ, କର୍ଭଡ୍ AMOLED ଡିସପ୍ଲେ ସହିତ ଏକ ଶକ୍ତିଶାଳୀ ୭୩୦୦mAh ବ୍ୟାଟେରୀ ଭଳି ଶକ୍ତିଶାଳୀ ଫିଚର୍ସ ପ୍ରଦାନ କରାଯାଇଛି । ଭିଭୋ ଏହି ଫୋନଟିକୁ ବଜେଟ୍ ପ୍ରାଇସ୍ ରେଞ୍ଜରେ ଲଞ୍ଚ କରିଛି । ଏହା ୧୨ଜିବି ପର୍ଯ୍ୟନ୍ତ ରାମ୍ ଏବଂ ୨୫୬ଜିବି ପର୍ଯ୍ୟନ୍ତ ଷ୍ଟୋରେଜ୍ ସପୋର୍ଟ କରିବ । Vivo T4 5G ଏପ୍ରିଲ ୨୯ରେ ଅନଲାଇନ୍ ଏବଂ ଅଫଲାଇନ୍ ଚ୍ୟାନେଲ ମାଧ୍ୟମରେ ବିକ୍ରି ହେବ ।
Vivo T4 5G ଦାମ୍:
ଏହି Vivo ଫୋନ୍ ତିନୋଟି ଷ୍ଟୋରେଜ୍ ଭାରିଆଣ୍ଟରେ ଉପଲବ୍ଧ – ୮ଜିବି ରାମ୍ + ୧୨୮ଜିବି, ୮ଜିବି ରାମ୍ + ୨୫୬ଜିବି ଏବଂ ୧୨ଜିବି ରାମ୍ + ୨୫୬ଜିବି । ଏହାର ପ୍ରାରମ୍ଭିକ ମୂଲ୍ୟ ୨୧,୯୯୯ ଟଙ୍କା । ଏହାର ଅନ୍ୟ ଦୁଇଟି ଭାରିଆଣ୍ଟର ମୂଲ୍ୟ ଯଥାକ୍ରମେ ୨୩,୯୯୯ ଟଙ୍କା ଏବଂ ୨୫,୯୯୯ ଟଙ୍କା । ଏହି ଫୋନଟି ଦୁଇଟି କଲର ଅପ୍ସନ Emerald Blaze ଏବଂ Phantom Grey ରେ କିଣାଯାଇପାରିବ ।
ଇ-କମର୍ସ ୱେବସାଇଟ୍ ଫ୍ଲିପକାର୍ଟ ବ୍ୟତୀତ, ଏହି ଫୋନଟି କମ୍ପାନୀର ଅଫିସିଆଲ୍ ଅନଲାଇନ୍ ଏବଂ ଅଫଲାଇନ୍ ଷ୍ଟୋରରୁ କିଣାଯାଇପାରିବ । ପ୍ରଥମ ସେଲ୍ ୨୯ ଏପ୍ରିଲରେ ଅନୁଷ୍ଠିତ ହେବ । ଯଦି ଆପଣ ଏହି ଫୋନ୍କୁ Flipkartରୁ କିଣିବେ, ତେବେ ଆପଣଙ୍କୁ ୨୦୦୦ ଟଙ୍କା ପର୍ଯ୍ୟନ୍ତ ଡିସକାଉଣ୍ଟ ମିଳିବ ।
Vivo T4 5G ଫିଚର୍ସ:
-ଏହି Vivo ଫୋନରେ ୬.୭୭ ଇଞ୍ଚର କ୍ୱାଡ୍ କର୍ଭଡ୍ AMOLED ଡିସପ୍ଲେ ଅଛି, ଯାହା FHD+ ରିଜୋଲ୍ୟୁସନକୁ ସପୋର୍ଟ କରେ ।
-ଫୋନର ଡିସପ୍ଲେ ୧୨୦Hz ହାଇ ରିଫ୍ରେସ୍ ରେଟ୍ ଫିଚର୍ସକୁ ସପୋର୍ଟ କରେ ଏବଂ ଏହାର ପିକ୍ ୫,୦୦୦ nits ପର୍ଯ୍ୟନ୍ତ ।
-ଏହି ଫୋନର ଡିସପ୍ଲେର ରିଜୋଲ୍ୟୁସନ ୧୦୮୦ x ୨୩୯୨ ପିକ୍ସେଲ ।
-Vivo T4 5G ରେ Qualcomm Snapdragon 7s Gen 3 ପ୍ରୋସେସର୍ ଅଛି ।
-ଏହା ସହିତ, ୧୨GB ପର୍ଯ୍ୟନ୍ତ LPDDR4X RAM ଏବଂ ୨୫୬GB ପର୍ଯ୍ୟନ୍ତ UFS ୨.୨ ଷ୍ଟୋରେଜ୍ ପାଇଁ ସପୋର୍ଟ ଉପଲବ୍ଧ ହେବ ।
-ଏହି ଫୋନ୍ Android 15 ଉପରେ ଆଧାରିତ Funtouch OS 15ରେ କାମ କରେ ।
-ଏହି ସ୍ମାର୍ଟଫୋନରେ ୭,୩୦୦mAh ବ୍ୟାଟେରୀ ଅଛି, ଯେଉଁଥିରେ ୯୦W USB ଟାଇପ୍ C ଚାର୍ଜିଂ ଫିଚର୍ସ ଉପଲବ୍ଧ ।
-ଫୋନରେ ଇନ-ଡିସପ୍ଲେ ଫିଙ୍ଗରପ୍ରିଣ୍ଟ ସେନ୍ସର ଏବଂ ଫେସ୍ ଅନଲକ୍ ଭଳି ଫିଚର୍ସ ପ୍ରଦାନ କରାଯାଇଛି ।
-କନେକ୍ଟିଭିଟି ପାଇଁ ଏଥିରେ 5G, 4G, Wi-Fi, Bluetooth ୫.୨ ଭଳି ଫିଚର୍ସ ଦିଆଯାଇଛି ।
-ଏହି ଭିଭୋ ସ୍ମାର୍ଟଫୋନର ପଛପଟେ ଡୁଆଲ୍ କ୍ୟାମେରା ସେଟଅପ୍ ଦିଆଯାଇଛି ।
-ଏଥିରେ ଏକ ୫୦MP ମେନ୍ OIS କ୍ୟାମେରା ଏବଂ ଏକ ୨MP ସେକେଣ୍ଡାରୀ କ୍ୟାମେରା ରହିବ ।
-ସେଲଫି ଏବଂ ଭିଡିଓ କଲିଂ ପାଇଁ ଫୋନରେ ୮MP କ୍ୟାମେରା ଅଛି ।
Also read: Oppo ଭାରତରେ ଲଞ୍ଚ କଲା ୭୦୦୦mAh ବ୍ୟାଟେରୀ ସହିତ ଏକ ପାୱାରଫୁଲ୍ ଫୋନ୍, ଜାଣନ୍ତୁ ପ୍ରାଇସ୍ ଏବଂ ଫିଚର୍ସ