ଭାରତୀୟ ଛାତ୍ରଙ୍କୁ ୧୦ ଲକ୍ଷର ସ୍ମାର୍ଟଫୋନ୍ ଦାନ କରିବ Vivo, ୧.୫ ଲକ୍ଷର ଦେବ ଛାତ୍ର ବୃତ୍ତି

ଛାତ୍ରଙ୍କୁ ମାଗଣାରେ ମୋବାଇଲ ଦେବ ଭିଭୋ। ଭାରତୀୟ ଛାତ୍ରଙ୍କୁ ଦାନ କରିବ ୧୦ ଲକ୍ଷ ସ୍ମାର୍ଟଫୋନ୍। ସ୍ମାର୍ଟ ଫୋନ୍ ବ୍ରାଣ୍ଡ୍ ଭିଭୋ ଘୋଷଣା କରିଛି ଯେ ସେ ୧୦ ଲକ୍ଷ ଟଙ୍କାରେ ୧୦୦ଟି ସ୍ମାର୍ଟ ଫୋନ୍ ଓ ୧୦୦ ଜଣ ଗରିବ ପିଲାଙ୍କ ଶିକ୍ଷା ପାଇଁ ୧.୫ ଲକ୍ଷ ଟଙ୍କା ଛାତ୍ର ବୃତ୍ତି ଦାନ କରିବ। ‘Vivo For Education’ ଯୋଜନାରେ Vivo ଏହି ଘୋଷଣା କରିଛି। ଏଥି ପାଇଁ ପ୍ରୋଟିନ୍ (ପୂର୍ବରୁ ଏନ୍ଏସ୍ଡିଏଲ୍ ନାଁରେ ଜଣାଶୁଣା ଥିଲା) ର ସହଯୋଗ ଲୋଡ଼ିଛି ଭିଭୋ।
କମ୍ପାନୀ ପକ୍ଷରୁ ଏକ ବୟାନ ଜାରି କରି କୁହାଯାଇଛି, ବେଶ୍ ସରଳୀକୃତ ଟେକ୍ନିକ ଓ ଅନୁଭବ ମାଧ୍ୟମରେ ଖୁସିର ଦୁନିଆ ବନାଇବା ଉଦ୍ଦେଶ୍ୟରେ ପ୍ରେରିତ, ବ୍ରାଣ୍ଡ୍ର ଏହି ଉଦ୍ୟମ ୟୁଜର୍ସଙ୍କ ଖୁସିକୁ ଧରି ରଖିବାରେ ସାହାଯ୍ୟ କରିବ ଓ ଏହା ସାହାଯ୍ୟରେ ଭାରତୀୟ ବଜାରରେ ନିଜର ସ୍ଥାନ ବନାଇବ ବୋଲି କମ୍ପାନୀ କହିଛି।
The beneficiaries of this program will be awarded with not only a scholarship reward but also with a brand new vivo smartphone to support their online education.
Open for students of class 11th only*.— Vivo India (@Vivo_India) January 13, 2022
ଭିଭୋ ପକ୍ଷରୁ ଏହି ଯୋଜନାକୁ ଦେଶର ଗରିବ ଛାତ୍ରଙ୍କ ପାଇଁ ଲାଗୁ କରାଯିବ। ଗରିବ ଛାତ୍ର, ଯେଉଁମାନଙ୍କ ପରିବାର ପାଖରେ ପିଲାଙ୍କୁ ମୋବାଇଲ ଯୋଗାଇ ଦେବାକୁ ଆବଶ୍ୟକ ଅର୍ଥ ନାହିଁ ସେଭଳି ପିଲାଙ୍କୁ ଭିଭୋ ପକ୍ଷରୁ ସ୍ମାର୍ଟ ଫୋନ୍ ଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ କରୋନା ସମୟରେ ଘରେ ରହି ପିଲାମାନେ ସ୍ମାର୍ଟ ଫୋନ୍ ସାହାଯ୍ୟରେ ଅନ୍ଲାଇନ୍ ମାଧ୍ୟମରେ ଶିକ୍ଷା ଗ୍ରହଣ କରୁଛନ୍ତି। ଏହି ସମୟରେ ଗରିବ ପିଲାମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଣୁ ସେମାନଙ୍କୁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ଭିଭୋ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଭିଭୋର ଏହି ଛୋଟ ସାହାଯ୍ୟ ଫଳରେ ପିଲାମାନେ ଠିକ୍ ଭାବେ ପାଠ ପଢ଼ିପାରିବେ ବୋଲି ଭିଭୋ କହିଛି।
The smartphones will be helpful for students in the coming session 2022-23 for their 12th Board Exams preparation.
Registration Link: https://t.co/ywSS8WQYww
Scholarship Details: https://t.co/4CyDfYKqUDT&C Applied
— Vivo India (@Vivo_India) January 13, 2022
ଭିଭୋର ଏହି ଯୋଜନାରେ ବର୍ତ୍ତମାନ ଏକାଦଶ ଶ୍ରେଣୀରେ ପଢ଼ୁଥିବା ଛାତ୍ରଙ୍କୁ ଭିଭୋ ସ୍ମାର୍ଟଫୋନ୍ ଓ ଛାତ୍ର ବୃତ୍ତି ପ୍ରଦାନ କରାଯିବ। ତେବେ ଏହା ପ୍ରଥମ ନୁହେଁ, ପୂର୍ବରୁ ମଧ୍ୟ ଭିଭୋ ୧୦୦ ଜଣ ଗରିବ ଛାତ୍ରଙ୍କୁ ଅନ୍ଲାଇନ୍ କ୍ଲାସ୍ ପାଇଁ ସ୍ମାର୍ଟଫୋନ୍ ଦାନ କରିଥିଲା।