ଟେକ୍

ଭାରତରେ ଲଞ୍ଚ ହେଲା Vivoର ପ୍ରଥମ ରଙ୍ଗ ବଦଳାଉଥିବା ସ୍ମାର୍ଟଫୋନ,୫୦ ମେଗାପିକ୍ସେଲ ସେଲ୍ଫି କ୍ୟାମେରା ସହିତ ରହିଛି ଦମଦାର୍ ଫିଚର୍ସ

ସ୍ମାର୍ଟଫୋନ ନିର୍ମାତା କମ୍ପାନୀ Vivo ଏହାର ଦୁଇଟି ନୂଆ ସ୍ମାର୍ଟଫୋନ ଲଞ୍ଚ କରିଛି । ଏହି ସ୍ମାର୍ଟଫୋନ ହେଉଛି Vivo V23 5G ଏବଂ Vivo V23 Pro 5G। ଉଭୟ ସ୍ମାର୍ଟଫୋନର ପଛ ଭାଗରେ ଫ୍ଲୋରାଇଟ୍ ଏଜି ଗ୍ଲାସ୍ ଅଛି, ଯାହା ସୂର୍ଯ୍ୟ କିରଣରେ ରଙ୍ଗ ପରିବର୍ତ୍ତନ କରିଥାଏ । ଭିଭୋ V23 5G ଏବଂ ଭିଭୋ V23 ପ୍ରୋ 5G ମିଡିଆଟେକ ଡାଇମେନ୍ସନ୍ ୯୨୦ ଏବଂ ଡାଇମେନ୍ସନ୍ ୧୨୦୦ SoC ପ୍ରୋସେସର ଦ୍ୱାରା 12GB RAM ସହିତ ଯୋଡି ହୋଇଛି | ଉଭୟ ଭିଭୋ ସ୍ମାର୍ଟଫୋନରେ 5G କନେକ୍ଟିଭିଟି, ଫୁଲ୍- HD + AMOLED ଡିସପ୍ଲେ ଏବଂ ୫୦ ମେଗାପିକ୍ସେଲ ପ୍ରାଥମିକ ସେନ୍ସର ସହିତ ଡୁଆଲ୍ ସେଲଫି କ୍ୟାମେରା ମଧ୍ୟ ରହିଛି।

ଭାରତରେ Vivo V23 5G ଏବଂ Vivo V23 Pro 5G ମୂଲ୍ୟ

ଭିଭୋ Vivo V23 5G ର ବେସ୍ ଭ୍ୟାରିଏଣ୍ଟରେ ୮ GB RAM ଏବଂ ୧୨୮ GB ଜିବି ଷ୍ଟୋରେଜ ରହିଛି । ଏହାର ଦାମ୍ ୨୯,୯୯୦ ଟଙ୍କା ରଖାଯାଇଛି । ଦ୍ୱିତୀୟ ଭ୍ୟାରିଏଣ୍ଟରେ ୧୨GB RAM ସହ ୨୫୬ GB ଷ୍ଟୋରେଜ ରହିଛି । ଏହାର ଦାମ ୩୪,୯୯୦ ଟଙ୍କା ରହିଛି ।

ଭିଭୋ Vivo V23 Pro 5Gରେ ମଧ୍ୟ ୨ଟି ଭ୍ୟାରିଏଣ୍ଟ ରହିଛି, ଯାହାର ବେସ ଭ୍ୟାରିଏଣ୍ଟର ଦାମ ୩୮,୯୯୦ ଟଙ୍କା ରହିଛି ଏଥିରେ ୮ GB RAM ସହ ୧୨୮ GB ଷ୍ଟୋରେଜ ଦିଆଯାଇଛି । ଦ୍ୱିତୀୟ ଭ୍ୟାରିଏଣ୍ଟରେ ୧୨ GB RAM ସହ ୨୫୬ GB ଷ୍ଟୋରେଜ ରହିଛି ଏବଂ ଏହାର ଦାମ୍ ୪୩,୯୯୦ ଟଙ୍କା ରହିଛି । ଏହି ସ୍ମାର୍ଟଫୋନ ବ୍ଲାକ ଏବଂ ଗୋଲ୍ଡ କଲରରେ ଉପଲବ୍ଧ ।

ଭିଭୋର ଅଫିସିଆଲ୍ ୱେବସାଇଟ୍, ଫ୍ଲିପକାର୍ଟ ଏବଂ ଅଫଲାଇନ୍ ଖୁଚୁରା ଷ୍ଟୋର୍ ମାଧ୍ୟମରେ ଆପଣ ଏହି ଫୋନ୍ କିଣିବାକୁ ସକ୍ଷମ ହେବେ। Vivo V23 5G ଏବଂ Vivo V23 Pro 5G ଫୋନ୍ ଗୁଡିକ ଜାନୁଆରୀ ୫ ରୁ ପ୍ରି-ଅର୍ଡର ପାଇଁ ଅଛି। V23 Pro 13 ଜାନୁଆରୀ ୨୦୨୨ ରୁ ବିକ୍ରୟ ପାଇଁ ଉପଲବ୍ଧ ହେବ ଏବଂ V23 ଫୋନ୍ ୧୯ ଜାନୁୟାରୀ୨୦୨୨ ରୁ ବିକ୍ରି ହେବ।

Vivo V23 5G ଫିଚର୍ସ

ଏଥିରେ ଗ୍ରାହକଙ୍କୁ ୬.୪୪ ଇଞ୍ଚର ଫୁଲ୍ ଏଚଡି ପ୍ଲସ୍ ଡିସପ୍ଲେ ମିଳୁଛି । ଏହା ୯୦ ହର୍ଜ ରିଫ୍ରେଶ୍ ରେଟ୍ ସହିତ ଆସୁଛି । କ୍ୟାମେରା ପାଇଁ ଏଥିରେ ୬୪ ମେଗାପିକ୍ସେଲର ରିୟର କ୍ୟାମେରା ଏବଂ ୮ ମେଗାପିକ୍ସଲର ଅଲ୍ଟ୍ରା-ୱାଇଡ୍ କ୍ୟାମେରା ଓ ୨ ମେଗାପିକ୍ସଲର ଡେପ୍ଥ ସେନ୍ସର ଦିଆଯାଇଛି । ଏହା ବ୍ୟତୀତ ସେଲ୍ଫି ପାଇଁ ଫୋନରେ ୫୦ ମେଗାପିକ୍ସେଲ୍ ଓ ୮ ମେଗାପିକ୍ସେଲ କ୍ୟାମେରା ସେଟଅପ୍ ଦିଆଯାଇଛି । ପାୱର ପାଇଁ ଏଥିରେ ୪୨୦୦ ଏମଏଏଚ୍ ବ୍ୟାଟେରୀ ରହିଛି ଯାହାକି ୪୪ ଡବ୍ଲୁ ଫାଷ୍ଟ୍ ଚାର୍ଜିଂ ସହିତ ଆସୁଛି ।

Vivo V23 Pro 5G ଫିଚର୍ସ

ଫୋନରେ ୪୩୦୦ଏମଏଏଚ୍ ବ୍ୟାଟେରୀ ଦିଆଯାଇଛି । ଏହା ୪୪ ଡବ୍ଲୁ ଫାଷ୍ଟ୍ ଚାର୍ଜିଂ ସପୋର୍ଟ ସହିତ ଆସୁଛି । ଏଥିରେ ୧୨ ଜିବି ରାମ୍ ଓ ୨୫୬ ଜିବି ଇଣ୍ଟରନାଲ୍ ଷ୍ଟୋରେଜ୍ ସହିତ ଆସୁଛି । କ୍ୟାମେରା କଥା କହିବା ତ ଏହି ଫୋନରେ ଟ୍ରିପଲ କ୍ୟାମେରା ସେଟଅପ୍ ଦିଆଯାଇଛି ଯେଉଁଥିରେ ୧୦୮ ମେଗାପିକ୍ସେଲର ପ୍ରାଇମେରୀ କ୍ୟାମେରା, ୮ ମେଗାପିକ୍ସେଲର ଅଲ୍ଟ୍ରା-ୱାଇଡ୍ କ୍ୟାମେରା ଏବଂ ୨ ମେଗାପିକ୍ସେଲର ମାକ୍ରୋ କ୍ୟାମେରା ରହିଛି । ସେଲ୍ଫି ପାଇଁ ଫୋନରେ ଡୁଆଲ ଫ୍ରଣ୍ଟ୍ କ୍ୟାମେରା ରହିଛି । ଏଥିରେ ୫୦ ମେଗାପିକ୍ସେଲର ଫ୍ରଣ୍ଟ୍ କ୍ୟାମେରା ଓ ୮ ମେଗାପିକ୍ସେଲର ଅଲ୍ଟ୍ରା-ୱାଇଡ୍ ଫ୍ରଣ୍ଟ୍ କ୍ୟାମେରା ଦିଆଯାଇଛି । ଏହି ଫୋନ୍ ୬.୫୬ ଇଞ୍ଚର ଫୁଲ୍ ଏଚଡି ପ୍ଲସ୍ ଡିସପ୍ଲେ ମିଳେ ଯାହା କି ୯୦ ହର୍ଜ ରିଫ୍ରେଶ୍ ରେଟ୍ ସହିତ ଆସିଥାଏ ।

Barsha

Recent Posts

ନିର୍ବାଚନ ପରେ ସ୍ଥିତି ଜାହିର କଲେ ମାଓବାଦୀ, ଛକରେ ଲଗାଇଲେ ମାଓ ପୋଷ୍ଟର

କୋରାପୁଟ (କେନ୍ୟୁଜ); କୋରାପୁଟ ଜିଲ୍ଲା ବନ୍ଧୁଗାଁରେ ମାଓ ପୋଷ୍ଟର । ନିର୍ବାଚନ ପରେ ନିଜର ସ୍ଥିତି ଜାହିର ପାଇଁ ଲଗାଇଲେ…

6 mins ago

ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍, ୫୯ ଜଣ ରୋଗୀ ଚିହ୍ନଟ

ସମ୍ବଲପୁର(କେନ୍ୟୁଜ): ଏକ ଦଶନ୍ଧି ପରେ ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍ । ଏହାକୁ ନେଇ ମହାନଗରବାସୀ ଚିନ୍ତାରେ…

9 mins ago

ଯୋଗ ଦିବସରେ କାଶ୍ମୀର ମହିଳାଙ୍କ ସହିତ ସେଲଫି ନେଲେ ମୋଦି, ଫଟୋ ଭାଇରଲ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅର୍ନ୍ତରାଷ୍ଟ୍ରୀୟ ଯୋଗ ଦିବସରେ ଜମ୍ମୁ କାଶ୍ମୀର ଶ୍ରୀନଗର ସ୍ଥିତ ଶେର-ଏ-କଶ୍ମୀର ଅର୍ନ୍ତରାଷ୍ଟ୍ରୀୟ ସମ୍ମେଳନ କେନ୍ଦ୍ର (SKICC)…

13 mins ago

ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ, ପଥରରେ ଛେଚି ଯୁବକଙ୍କୁ ହତ୍ୟା

କଣ୍ଟାବାଞ୍ଜି (କେନ୍ୟୁଜ); ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ। ସିନ୍ଧେକେଲା ଥାନା ସାଲେବରଟ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ…

26 mins ago

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ, ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ

ଭୁବନେଶ୍ୱର (କେନ୍ୟୁଜ) : ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ  ।  ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ ।  ଭୁବନେଶ୍ବର ତମାଣ୍ଡୋରେ…

42 mins ago

କିଟ୍ ରେ ଯୋଗ ଦିବସ ପାଳିତ, ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ଡକ୍ଟର ସାମନ୍ତ

ଭୁବନେଶ୍ୱର (କେନ୍ୟୁଜ): ଆଜି କିଟ୍ ପକ୍ଷରୁ ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ । କିଟ୍ ଇଣ୍ଡୋର ଷ୍ଟାଡିୟମରେ କିଟ୍…

2 hours ago