ମାର୍ଚ୍ଚ ୧ରୁ ଭାରତୀୟ ବଜାରରେ ମିଳିବ Vivo v27, କମ୍ପାନୀ ପକ୍ଷରୁ କଲାଗଲା ଘୋଷଣା

ମାର୍ଚ୍ଚ ୧ରୁ ଭାରତରେ ଲଞ୍ଚ କରିବ Vivo v27 ସିରିଜ । ଏହି ସିରିଜରେ ୩ଟି ମଡେଲର ଲଞ୍ଚ କରାଯିବ । Vivo v27 ଓ v27pro ରେ ୬୦ ଡିଗ୍ରୀ କର୍ଭ ଡିସପ୍ଲେ ପାଇବେ । ଏଥିରେ୮ ଜିବି RAM ପାଇ ପାରିବେ । ଉଭୟ ମଡେଲ ଆଣ୍ଡ୍ରଏଡ 13 ଅପରେଟିଙ୍ଗ ସିଷ୍ଟମରେ ଚାଲିବ । ଏହି ସ୍ମାର୍ଟଫୋନରେ ୬୪ ମେଗାପିକ୍ସେଲ ଅଲଟ୍ରା ସେନସିଂ ମେନ କ୍ୟାମେରା ରହିଛି ।

କେନ୍ୟୁଜ୍‌(ବ୍ୟୁରୋ) : ମାର୍ଚ୍ଚ ୧ରୁ ଭାରତରେ ଲଞ୍ଚ କରିବ Vivo v27 ସିରିଜ । ଅଫିସିଆଲ ଭାବେ କମ୍ପାନୀ ପକ୍ଷରୁ ଏହି ଘୋଷଣା କରାଯାଇଛି । ଅନୁମାନ କରାଯାଉଛି କି କମ୍ପାନୀ ପକ୍ଷରୁ ଏହି ସିରିଜରେ ୩ଟି ମଡେଲର ଲଞ୍ଚ କରାଯିବ । ମଡେଲ ଗୁଡ଼ିକ ହେଲା v27, v27pro ଓ v27e । Vivo v25ର ସଫଳତା ପରେ କମ୍ପାନୀ ପକ୍ଷରୁ ଏହି ମଡେଲକୁ ଆଣାଯାଉଛି । ଆସନ୍ତୁ ଜାଣିବା ଏହି ଫୋନରେ କଣ ସବୁ ଫିଚର ରହିଛି ।

Vivo v27 ଓ v27pro ରେ ୬୦ ଡିଗ୍ରୀ କର୍ଭ ଡିସପ୍ଲେ ପାଇବେ । ଏହାସହ ଡିସପ୍ଲେରେ ଫ୍ରଣ୍ଟ କ୍ୟାମେରା ପାଇଁ ଏକ ଖାଲିଯାଗା ରହିଛି । ଏହାର 120HZ ରିଫ୍ରେସ ରେଟ ରହିଛି । ଏହାସହ ଏହାର HDR10+ ଓ FHD+ ରିଜୋଲୁସନ ରହିଛି । ଏଥିରେ ମିଡିଆଟେକ୍‌ ଡାଇମେନସିଟି ୭୨୦୦ ଚିପସେଟ ରହିଛି । ପ୍ରୋ ଭାରିଆଣ୍ଟରେ କିନ୍ତୁ ୮୨୦୦ ଚିପସେଟ ରହିଛି । ଏହାସହ ଏଥିରେ୮ ଜିବି RAM ପାଇ ପାରିବେ । ଉଭୟ ମଡେଲ ଆଣ୍ଡ୍ରଏଡ 13 ଅପରେଟିଙ୍ଗ ସିଷ୍ଟମରେ ଚାଲିବ । ଏହାସହ ଏଥିରେ Funtouch skin ରହିଛି ।

ଏହାର ରିଅରରେ ଟ୍ରିପଲ କ୍ୟାମେରା ସହ ଗୋଲ ଆକାରର ଏଲଇଡି ଫ୍ଲାସ ରହିଛି । ଏହାର ଡାହାଣ ପାଖ ପାର୍ଶ୍ୱରେ ପାଓ୍ଵାର ବଟନ ସହ ଭଲ୍ୟୁମ କି ରହିଛି । ଏହା ଦୁଇଟି ରଙ୍ଗରେ ଆସିବାକୁ ଯାଉଛି ଲାଭେଣ୍ଡର ପର୍ପଲ ଓ ଗ୍ଲୋରି ବ୍ଲାକ କଲରରେ ଆସିବାକୁ ଯାଉଛି । ଏହି ସ୍ମାର୍ଟଫୋନରେ ୬୪ ମେଗାପିକ୍ସେଲ ଅଲଟ୍ରା ସେନସିଂ ମେନ କ୍ୟାମେରା ରହିଛି । ଏହି ସ୍ମାର୍ଟଫୋନରେ ଅଳ୍ପ ଲାଇଟରେ ଫଟୋ ଉଠାଯାଇ ପାରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଏଥିରେ Aura ଲାଇଟ ଫିଚର ରହିଛି । ଯାହା ଷ୍ଟୁଡିଓ ଭଳି ଲାଇଟିଂ ଇଫେକ୍ଟ ପ୍ରଦାନ କରିବ ।

ଏବେ ଆସନ୍ତୁ ନଜର ପକାଇବା ଭାରତରେ ଏହାର ଦାମ କେତେ ରହିବ । ରିପୋର୍ଟ ଅନୁଯାୟୀ ଏହାର ଭାନିଲା ମଡେଲର ଦାମ ୩୫ ହଜାର ରହିବ । ସେହିପରି ପ୍ରୋ ମଡେଲର ଦାମ ୪୦ ହଜାରରୁ ଆରମ୍ଭ ହେବ ବୋଲି ରିପୋର୍ଟରେ କୁହାଯାଇଛି । ଯଦିଓ ଏହାର ପ୍ରକୃତ ଦାମ କେତେ ରହିବ କମ୍ପାନୀର ଅଫିସିଆଲ ଘୋଷଣା ପରେ ଯାଇ ଜଣାପଡ଼ିବ । ଏଥିପାଇଁ ଆମକୁ ମାର୍ଚ୍ଚ ୧ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.