ଭାରତର ସବୁଠାରୁ ପତଳା ସ୍ମାର୍ଟଫୋନ ହେବ Vivo V40 Pro, ମିଳିବ ୫୦MPର ଚାରୋଟି କ୍ୟାମେରା

Vivo ଭାରତୀୟ ସ୍ମାର୍ଟଫୋନ୍ ବଜାରରେ ଏକ ନୂଆ ସ୍ମାର୍ଟଫୋନ୍ ସିରିଜ୍ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି । ଭିଭୋ ଦୁଇଟି ହ୍ୟାଣ୍ଡସେଟ୍ ଲଞ୍ଚ କରିବ, ଯେଉଁଥିରେ Vivo V40 ଏବଂ Vivo V40 Pro ସାମିଲ ହେବ । ଭିଭୋ ଲଞ୍ଚ ପୂର୍ବରୁ ଏହାର ଫିଚର ସବୁ ପ୍ରକାଶ କରିଛି । ଅପକମିଂ ସ୍ମାର୍ଟଫୋନ୍ ସିରିଜ୍ ଦମଦାର ଫିଚର ସହିତ ଆସିବ । ଏଥିରେ ଚାରିଟି ୫୦ MPର କ୍ୟାମେରା ରହିବ । ସେମାନଙ୍କର ଡିଜାଇନ୍ ବହୁତ ପତଳା ରହିବ । ଏହି ସ୍ମାର୍ଟଫୋନରେ କେଉଁ ସବୁ ଫିଚର ରହିବ ଆସନ୍ତୁ ଜାଣିବା ।

ଭିଭୋ ସୂଚନା ଦେଇଛି ଯେ ଅପକମିଂ Vivo V40 ସିରିଜ୍ ସ୍ମାର୍ଟଫୋନ୍ ତିନୋଟି କଲର ଭାରିଆଣ୍ଟରେ ଲଞ୍ଚ ହେବ । ଆପଣ ଲୋଟସ୍ ପର୍ପଲ, ବ୍ଲୁ ଏବଂ ଟାଇଟାନିୟମ୍ ଗ୍ରେ ଭଳି ୩ଟି କଲର ଅପ୍ସନରେ ଏହି ସ୍ମାଟଫୋନକୁ କିଣି ପାରିବେ । ଏହା ବ୍ୟତୀତ Vivo V40 Pro IP68 ଓ୍ଵାଟର ଏବଂ ଡଷ୍ଟ ରେସିଷ୍ଟେଣ୍ଟ ରେଟିଂ ସହିତ ଆସିବ ।

Vivo V40 Proରେ ଏକ ଟ୍ରିପଲ୍ କ୍ୟାମେରା ସେଟଅପ୍ ରହିବ । ଏଥିରେ ସୋନି IMX816 ସେନ୍ସର ସହିତ ୫୦MP Zeissର ମେନ୍‌ କ୍ୟାମେରା ରହିବ । ଏଥିରେ ୫୦MPର ଟେଲିଫୋଟୋ ଏବଂ ୫୦ MP ଅଲ୍ଟ୍ରା ୱାଇଡ୍ କ୍ୟାମେରା ମଧ୍ୟ ରହିବ । ଭିଡିଓ ଏବଂ ସେଲଫି ପାଇଁ ଆପଣ ୯୨ ଡିଗ୍ରୀ ଓ୍ଵାଇଡ୍‌ ଆଙ୍ଗଲ୍ ଭ୍ୟୁ ସହିତ ୫୦ MPର ଫ୍ରଣ୍ଟ କ୍ୟାମେରା ପାଇବେ । ଏଭଳି ଭାବେ ଏହି ଫୋନରେ ସମୁଦାୟ ୫୦MP ର ଚାରୋଟି କ୍ୟାମେରା ରହିବ ।

ଅପକମିଂ ସ୍ମାର୍ଟଫୋନ୍ ଗୁଡିକ ବହୁତ ପତଳା ହେବ । ଏଥିରେ ଦମଦାର ବ୍ୟାଟେରୀ ବ୍ୟାକଅପ୍ ମଧ୍ୟ ରହିବ । Vivo V40 Proରେ ୫୫୦୦mAh ବ୍ୟାଟେରୀ ପାଓ୍ଵାର ମିଳିବ । ଭିଭୋ ଦାବି କରିଛି ଯେ ଏହା ଭାରତର ସବୁଠାରୁ ପତଳା ସ୍ମାର୍ଟଫୋନ୍ ହେବ ।

 

You might also like