Vivo ଭାରତରେ ଆଉ ଏକ ଦମ୍ଦାର ସ୍ମାର୍ଟଫୋନ୍ ଲଞ୍ଚ କରିଛି । Vivo ର ଏହି ଫୋନ V40e ନାମ ସହିତ ଲଞ୍ଚ କରାଯାଇଛି । ଫୋନରେ ୫୦MP ଫାଷ୍ଟ ଚାର୍ଜିଂ ସହିତ ଭଲ ଫିଚର୍ସ ମଧ୍ୟ ରହିଛି । Vivo ର ଏହି ନୂଆ ଫୋନ୍ରେ ମିଡିଆ ଟେକ୍ ଡାଇମେନସିଟି ୭୩୦୦ ପ୍ରୋସେସର ରହିଛି ।
ଏହା ପୂର୍ବରୁ କମ୍ପାନୀ Vivo V40 ସିରିଜ୍ରେ, V40 ଏବଂ V40 Pro ଦୁଇଟି ଫୋନ ଲଞ୍ଚ କରିଛି । ଫୋନର ଲୁକ୍ ଏବଂ ଡିଜାଇନ୍ ଏହି ସିରିଜର ଅନ୍ୟ ଦୁଇଟି ମଡେଲ ସହିତ ସମାନ । ଏହି ଫୋନ୍ OnePlus, Xiaomi, Realme ପରି ମିଡ୍ ରେଞ୍ଜ ବଜେଟ ବ୍ରାଣ୍ଡକୁ କଠୋର ପ୍ରତିଯୋଗିତା ଦେବ ।
Vivo V40e ର ମୂଲ୍ୟ :
Vivo V40e 5G ଦୁଇଟି ଷ୍ଟୋରେଜ୍ ଭରିଆଣ୍ଟରେ ଲଞ୍ଚ କରାଯାଇଛି ଯଥା- 8GB RAM ଓ 128GB ଏବଂ 8GB RAM ଓ 256GB । ଫୋନର ପ୍ରାରମ୍ଭିକ ମୂଲ୍ୟ ରହିଛି ୨୮,୯୯୯ ଟଙ୍କା । ଏଥି ସହିତ, ଏହାର ସବୋର୍ଚ୍ଚ ମୂଲ୍ୟ ହେଉଛି ୩୦,୯୯୯ ଟଙ୍କା । ଏହି ଫୋନରେ ଦୁଇଟି କଲର ଅପ୍ସନ ରଖାଯାଇଛି । ସେହି ଦୁଇଟି କଲର ହେଉଛି- ମିଣ୍ଟ ଗ୍ରୀନ୍ ଏବଂ ରୟାଲ ବ୍ରୋଞ୍ଚ । ଫୋନର ଫାଷ୍ଟ ସେଲ ଅକ୍ଟୋବର ୨ ରେ ଇ-କମର୍ସ ୱେବସାଇଟ୍ ଫ୍ଲିପିକାର୍ଟ ତଥା କମ୍ପାନୀର ଅଫିସିଆଲ ଷ୍ଟୋରରେ ଉପଲବ୍ଧ ହେବ । ୟୁଜର୍ସମାନେ ଫୋନ୍ କିଣିବା ପରେ ତାଙ୍କୁ ବ୍ୟାଙ୍କ ଅଫର ସହିତ ଡିସ୍କାଉଣ୍ଡ ମଧ୍ୟ ମିଳିବ ।
Vivo V40e ର ଫିଚର୍ସ :
Vivo ର ଏହି ଫୋନରେ ୬.୭ ଇଞ୍ଚର 3D କଭର ସହ ଲେସ୍, AMOLED FHD ରହିଛି । ଫୋନର ଡିସପ୍ଲେ ୧୨୦Hz ରିଫ୍ରେସ ରେଟ୍ ଏବଂ ଏହା HDR10 କୁ ସପୋର୍ଟ କରେ । ଏହା ବ୍ୟତୀତ, ଫୋନର ଡିସପ୍ଲେରେ SGS ଲୋ ବ୍ଲୁ ଲାଇଟ୍ ସାଟିଫିକେସନ୍ ଦିଆଯାଇଛି ।
Vivo V40e 5G ରେ ମିଡିଆ ଟେକ୍ ଡାଇମେନସିଟି ୭୩୦୦ ପ୍ରୋସେସର ଦିଆଯାଇଛି । ଏହି ଫୋନରେ 8GB LPDDR4X RAM ଏବଂ ୨୫୬GB ପର୍ଯ୍ୟନ୍ତ UFS ୨.୨ ଅନୱାର୍ଡ ଷ୍ଟୋରେଜ ଫିଚର୍ସ ରଖାଯାଇଛି । ଫୋନ୍ Android 14 ଉପରେ ଆଧାର କରି Funtouch OS ଅପରେଟିଂ ସିଷ୍ଟମରେ କାମ କରେ ।
ଏହି ଫୋନର ପଛ ଭାଗରେ ଡୁଆଲ କ୍ୟାମେରା ସେଟଅପ୍ ରହିଛି । ଫୋନରେ 50 MPର ମେନ୍ Sony IMX882 କ୍ୟାମେରା ଅଛି । ଯାହା OIS ଅର୍ଥାତ୍ ଅପ୍ଟିକାଲ ଇମେଜ୍, ଷ୍ଟାବ୍ଲାଇଜେସନ୍ ଫିଚର୍ସକୁ ସପୋର୍ଟ କରେ । ଏହା ବ୍ୟତୀତ ଏହି ଫୋନରେ ୮MP ସେକେଣ୍ଡାରୀ ଅଲଟ୍ରା ଓ୍ୱାଇଡ୍ କ୍ୟାମେରା ରହିବ । ଏହି Vivo ଫୋନରେ ସେଲଫି ଏବଂ ଭିଡିଓ କଲିଂ ପାଇଁ ୫୦MP ର ଫ୍ରଣ୍ଟ କ୍ୟାମେରା ରଖାଯାଇଛି ।
Vivo V40e 5G ରେ ୫,୫୦୦mAh ର ବ୍ୟାଟେରି ଦିଆଯାଇଛି । ଯାହା ସହିତ ୮୦W ଫାଷ୍ଟ ଚାର୍ଜିଂ ଫିଚର୍ସ ପ୍ରଦାନ କରାଯାଇଛି । ଫୋନ Bluetooth ୫.୪, USB Type C ପୋର୍ଟ ପରି କନେକ୍ଟିଭିଟି ଫିଚର୍ସକୁ ସପୋର୍ଟ କରେ । ଏହା ବ୍ୟତୀତ, ଏହି ଫୋନ୍ IP64 ରେଟେର୍ଡ ହୋଇଛି ଅର୍ଥାତ ଏହି ଫୋନ୍ ପାଣିରେ ଓଦା ହେଲେ ମଧ୍ୟ ଏହା ନଷ୍ଟ ହେବ ନାହିଁ ।