Vivo ଲଞ୍ଚ କରିଛି Vivo V50 5G, ରହିଛି ଜବରଦସ୍ତ ବ୍ୟାଟେରି ସହିତ ଦମଦାର୍ ଫିଚର୍ସ

Vivo ଭାରତରେ ନିଜର ୬,୦୦୦mAh ର ଏକ ଦମଦାର୍ ବ୍ୟାଟେରୀ ଫୋନ୍ ଲଞ୍ଚ କରିଛି । କମ୍ପାନୀ ଏହି ସ୍ମାର୍ଟଫୋନକୁ V ସିରିଜ୍ ଅଧୀନରେ ଲଞ୍ଚ କରିଛି । ଫୋନରେ କର୍ଭଡ୍ ଡିସପ୍ଲେ ସମେତ ଅନେକ ଜବରଦସ୍ତ ଫିଚର୍ସ ଦିଆଯାଇଛି । Vivo ର ଏହି ମିଡ୍ ବଜେଟ୍ ଫୋନର ପ୍ରି ବୁକିଂ ଆରମ୍ଭ ହୋଇଛି । ଏଥି ସହ ଏହି ଫୋନର ସେଲ୍ ଆସନ୍ତା ସପ୍ତାହରେ ଭାରତରେ ଆରମ୍ଭ କରାଯିବ । Vivo ର ଏହି ଫୋନ୍ Vivo V50 ନାମରେ ଉପସ୍ଥାପନ କରାଯାଇଛି । କମ୍ପାନୀ ଏହାକୁ ଚିନ୍ ବଜାରରେ ଲଞ୍ଚ କରିସାରିଛି । ଚୀନ୍ କମ୍ପାନୀର ଏହି ଫୋନର ଅନେକ ଫିଚର ଫ୍ଲାଗସିପ୍ X ସିରିଜ୍ ପରି ହେବ । ତେବେ ଆସନ୍ତୁ ଜାଣିବା Vivo ର ଏହି ଦମଦାର୍ ଫୋନର ପ୍ରାଇସ୍ ଏବଂ ଫିଚର୍ସ ବିଷୟରେ ।
Vivo V50 5G ର ପ୍ରାଇସ୍ :
Vivo ର ଏହି ଦମଦାର୍ ସ୍ମାର୍ଟଫୋନ୍ ତିନୋଟି ଷ୍ଟୋରେଜ୍ ଭ୍ୟାରିଆଣ୍ଟରେ ରହିଛି ଯାହା ହେଉଛି- ୮GB RAM + ୧୨୮GB, ୮GB RAM + ୨୫୬GB ଏବଂ ୧୨ GB RAM + ୨୫୬ GB ରେ ଉପଲବ୍ଧ । ଏହାର ପ୍ରାରମ୍ଭିକ ମୂଲ୍ୟ ୩୪,୯୯୯ ଟଙ୍କା ରହିଛି । ଏହାର ଅନ୍ୟ ଦୁଇଟି ଭ୍ୟାରିଆଣ୍ଟର ପ୍ରାଇସ୍ ୩୬,୯୯୯ ଟଙ୍କା ଏବଂ ୪୦,୯୯୯ ଟଙ୍କା ରହିଛି । ଏହି ଫୋନର ପ୍ରଥମ ସେଲ୍ ୨୫ ଫେବୃଆରୀ ୨୦୨୫ ର ଇ-କମର୍ସ ୱେବସାଇଟ୍ Amazon ଏବଂ Flipkart ବ୍ୟତୀତ କମ୍ପାନୀର ଅଫିସିଆଲି ଅନଲାଇନ୍ ଏବଂ ଅଫଲାଇନ୍ ଚ୍ୟାନେଲରେ ଆୟୋଜିତ କରାଯିବ । ଏହି ଫୋନର ପ୍ରି ବୁକିଂ ଗତ କାଲିଠାରୁ ଆରମ୍ଭ ହୋଇଛି ।
Vivo V50 5G ର ଫିଚର୍ସ :
Vivo V50 ର ତିନୋଟି କଲର ଅପ୍ସନ ରହିଛି ଯାହା ହେଉଛି- ଟାଇଟାନିୟମ୍ ଗ୍ରେ, ଷ୍ଟାରି ନାଇଟ୍ ଏବଂ ରୋଜ୍ ରେଡ୍ ରେ ଲଞ୍ଚ କରାଯାଇଛି । ଫୋନ୍ IP68 ଏବଂ IP69 ରେଟେଡ୍ ହୋଇଛି, ଯାହା ଫଳରେ ଫୋନଟି ପାଣି କିମ୍ବା ଧୂଳିରେ ପଡିଲେ ମଧ୍ୟ ଖରାପ ହେବ ନାହିଁ । ଏହି ସ୍ବାର୍ଟଫୋନ୍ Android 15 ଉପରେ ବେସ୍ଡ FuntouchOS 15 ରେ କାମ କରିଥାଏ । ଏଥିରେ ୧୨GB ପର୍ଯ୍ୟନ୍ତ LPDDR4X RAM ଏବଂ ୫୧୨ GB ପର୍ଯ୍ୟନ୍ତ UFS ୨.୨ ଷ୍ଟୋରେଜର ସପୋର୍ଟ ମିଳିଥାଏ ।
Vivo ର ଏହି ମିଡ୍ ବଜେଟ୍ ସ୍ମାର୍ଟଫୋନରେ ୬.୭୭ ଇଞ୍ଚର 3D କର୍ଭଡ୍ AMOLED ଡିସପ୍ଲେ ରହିଛି, ଯାହା ୧୨୦Hz ହାଇ ରିଫ୍ରେସ୍ ରେଟର ସପୋର୍ଟ କରିଥାଏ । ଏହି ଫୋନର ଡିସପ୍ଲେର ରିଜୋଲ୍ୟୁସନ୍ ୨୩୯୨ x ୧୦୮୦ ପିକ୍ସେଲ୍ ଏବଂ ଏହା ଇନ୍-ଡିସପ୍ଲେ ଫିଙ୍ଗରପ୍ରିଣ୍ଟ ସେନ୍ସରର ସପୋର୍ଟ କରିଥାଏ । ଏହି ଫୋନର ପିକ୍ ବ୍ରାଇଟନେସ୍ ୪,୫୦୦ ନିଟ୍ସ ପର୍ଯ୍ୟନ୍ତ ରହିଛି ।
Vivo V50 ର ବ୍ୟାକରେ ଡୁଆଲ୍ କ୍ୟାମେରା ସେଟଅପ୍ ଅଛି । ଫୋନରେ ୫୦ MP ର ମେନ୍ ଅଟୋଫୋକସ୍ କ୍ୟାମେରା ଉପଲବ୍ଧ । ଏହା ସହିତ ୫୦ MP ର ଅଲ୍ଟ୍ରା ୱାଇଡ୍ ଏଙ୍ଗଲ୍ କ୍ୟାମେରା ଦିଆଯାଇଛି । ସେଲଫି ଏବଂ ଭିଡିଓ କଲିଂ ପାଇଁ ଏହି ଫୋନରେ ୫୦ MP ର କ୍ୟାମେରା ରହିଛି । ଏଥିରେ କନେକ୍ଟିଭିଟି ପାଇଁ USB Type C, Wi-Fi ସମେତ ଅନେକ ଫିଚର୍ସ ଦିଆଯାଇଛି । ଏହି ଫୋନରେ ୬,୦୦୦ mAh ର ଦମଦାର୍ ବ୍ୟାଟେରୀ ଦିଆଯାଇଛି, ଯାହା ସହିତ ୯୦ W ଫାଷ୍ଟ ଚାର୍ଜିଂ ଫିଚର ମିଳିବ ।