Vivo V50 ର ଟିଜର ଜାରି, ଖୁବ୍ ଶୀଘ୍ର ଲଞ୍ଚ ହେବ ବଡ଼ ବ୍ୟାଟେରୀ ଥିବା ଏକ ସ୍ମାର୍ଟଫୋନ୍

ଭାରତରେ ଖୁବ୍ ଶୀଘ୍ର ଲଞ୍ଚ ହେବାକୁ ଯାଉଛି Vivo V50 । କମ୍ପାନୀ ଅପକମିଙ୍ଗ ଫୋନକୁ ଟିଜ୍ କରିବା ଆରମ୍ଭ କରିଛି । Vivo India ଏହାର X ହ୍ୟାଣ୍ଡେଲରେ ଏହି ଫୋନ୍ ସହିତ ଜଡିତ ଏକ ଟିଜର ପୋଷ୍ଟର ସେୟାର କରିଛି ।

Vivo, X ରେ V50 ପାଇଁ ପ୍ରଥମ ଟିଜର ସେୟାର କରିଛି । ଏହି ସିରିଜର ଖାସ୍ ବିଷୟ କ୍ୟାମେରା ହେବ । ଟିଜରରୁ ମଧ୍ୟ ଏହି ଇନଫରମେସନ୍ ମିଳିଛି । ହେଲେ କମ୍ପାନୀ କେବଳ ଏତିକି କହିଛି ଯେ, କିଛି ସ୍ପେସ୍ ନାହିଁ, ଲଞ୍ଚ ଡେଟ୍ ମଧ୍ୟ ନାହିଁ, କେବଳ ଗୋଟିଏ ଟିଜର ରହିଛି । କିନ୍ତୁ ଆଗାମୀ ସପ୍ତାହରେ ଏହି ବିଷୟରେ ଅଧିକ ଡିଟେଲ୍ସ ଉପଲବ୍ଧ ହୋଇପାରେ ।

ଏହି ସପ୍ତାହ ଆରମ୍ଭରେ ଲିକ୍ ହୋଇଥିବା ଏକ ପୋଷ୍ଟରରେ ସ୍ମାର୍ଟଫୋନର ବ୍ୟାକ୍ ଡିଜାଇନ୍ ବିଷୟରେ ଝଲକ ମଧ୍ୟ ମିଳିଛି । ଏଥିରେ ଏକ ସାର୍କୁଲାର୍ କ୍ୟାମେରା ମଡ୍ୟୁଲ୍ ରହିଛି । Vivo ଏପର୍ଯ୍ୟନ୍ତ ସ୍ପେସିଫିକେସନର ଡିଟେଲ୍ସ କନପର୍ମ କରି ନାହିଁ, କିନ୍ତୁ V50, S20 ର ରିବ୍ରାଣ୍ଡ ଭର୍ସନ ହେବ ବୋଲି ଆଶା କରାଯାଉଛି, ଯାହା ଡିସେମ୍ବର ୨୦୨୪ ରେ ଚାଇନାରେ ଲଞ୍ଚ କରାଯାଇଥିଲା । ଯେହେତୁ ପୂର୍ବ Vivo V40 ସିରିଜ୍ ମଧ୍ୟ S19 ର ରିବ୍ରାଣ୍ଡ ଭର୍ସନ ଥିଲା । ଚାଇନିଜ୍ ଫୋନର ସ୍ପେକ୍ସକୁ ଗଲେ ଏହାର ୧୨୦ Hz ରିଫ୍ରେସ୍ ରେଟ୍ ଏବଂ ୧.୫K ରିଜୋଲ୍ୟୁସନ୍ ସହିତ ୬.୬୭ ଇଞ୍ଚ AMOLED ଡିସପ୍ଲେ ହେବାର ସମ୍ଭାବନା ଅଛି ।

ପରଫରମାନ୍ସ ପାଇଁ ଏଥିରେ Snapdragon 7 Gen 3 processor ଥାଇପାରେ, ଯେଉଁଥିରେ ୧୬ GB ପର୍ଯ୍ୟନ୍ତ LPDDR5 RAM ଏବଂ ୫୧୨ GB UFS ୨.୨ ଷ୍ଟୋରେଜ୍ ସହିତ ଆଡ୍ ହୋଇପାରେ ।

S20 ରେ ଅଟୋଫୋକସ୍ ସହିତ ୫୦ MP ର ସେଲଫି କ୍ୟାମେରା, OIS ସହିତ ୫୦ MP ର ପ୍ରାଇମେରୀ ସେନ୍ସର ଏବଂ ୮ MP ର ଅଲ୍ଟ୍ରା ୱାଇଡ୍ ଲେନ୍ସ ରହିଛି । ଡିଭାଇସରେ ୯୦W ଫାଷ୍ଟ ଚାର୍ଜିଂ ସହିତ ୬,୫୦୦ mAh ର ବ୍ୟାଟେରୀ ରହିଛି । ଟିଜର ରିଲିଜରୁ ଏହା ସ୍ପଷ୍ଟ ହୋଇଛି ଯେ ଖୁବ୍ ଶୀଘ୍ର ଫୋନ୍ ଲଞ୍ଚ ହେବ । କିନ୍ତୁ ଏହାର ଲଞ୍ଚ ଡେଟ୍ ପାଇଁ ଆପଣମାନଙ୍କୁ ଅପେକ୍ଷା କରିବାକୁ ପଡିବ ।

You might also like