Vivo X200 Ultraରେ ମିଳିବ iPhone 16 ଭଳି ଜବରଦସ୍ତ ଫିଚର୍, ଲିକ୍ ହେଲା ଡିଟେଲ୍ସ

ଭାରତୀୟ ସ୍ମାର୍ଟଫୋନ ବଜାରରେ ଭିଭୋର ବେଶ୍ ଚାହିଦା ରହିଛି । ୩୦ ହଜାର ଟଙ୍କାରୁ କମ୍ ଦାମ୍ର ସ୍ମାର୍ଟଫୋନ ସେଗମେଣ୍ଟରେ ଭିଭୋର ମାର୍କେଟ ସେୟାର ୧୬ ପ୍ରତିଶତରୁ ମଧ୍ୟ ଅଧିକ ରହିଛି । ଏହାକୁ ଦୃଷ୍ଟିରେ ରଖି କମ୍ପାନି ଗତ କିଛି ବର୍ଷ ହେବ ପ୍ରିମିୟମ ସେଗମେଣ୍ଟରେ ନିଜର ଫୋକସ ବଢ଼ାଇଛି । ଭିଭୋ ଏବେ ଆଉ ଏକ ଧମାକାଦାର ସ୍ମାର୍ଟଫୋନ୍ ଲଞ୍ଚ କରିବା ପାଇଁ ପ୍ରସ୍ତୁତ ହେଉଛି । ଯାହାର ଲୁକ୍ ଆକର୍ଷଣୀୟ ରହିଥିବା ବେଳେ ଜବରଦସ୍ତ ଫିଚର୍ ମଧ୍ୟ ରହିଛି ।
ସ୍ମାର୍ଟଫୋନ୍ ନିର୍ମାତା କମ୍ପାନୀ ଭିଭୋର ଆଗାମୀ ଫୋନ୍ Vivo X200 Ultraକୁ ନେଇ ଅନେକ ଦିନ ହେବ ନୂଆ ନୂଆ ଖବର ସାମ୍ନାକୁ ଆସୁଛି । ଏହି ସ୍ମାର୍ଟଫୋନ୍ ଲଞ୍ଚ ହେବା ପୂର୍ବରୁ ହିଁ ଖୁବ ଚର୍ଚ୍ଚାରେ ରହିଛି । ଭିଭୋର ନୂଆ ସ୍ମାର୍ଟଫୋନଟି ଅନେକ ସାର୍ଟିଫିକେସନ୍ ୱେବସାଇଟରେ ମଧ୍ୟ ଦେଖାଯାଇଛି । ତେବେ ବର୍ତ୍ତମାନ ଭିଭୋର ଏହି ଆଗାମୀ ଫୋନ୍ ସମ୍ପର୍କରେ ଏକ ବଡ଼ ଅପଡେଟ୍ ଆସିଛି । ଲାଟେଷ୍ଟ ରିପୋର୍ଟ ଅନୁସାରେ, କମ୍ପାନୀ iPhone 16 ସିରିଜ୍ ସହିତ Vivo X200 Ultra ଲଞ୍ଚ କରିପାରେ । Vivo X200 Ultra ର ଅନେକ ଏବେ ଡିଟେଲ୍ସ ପ୍ରକାଶ ପାଇଛି ।
ଲୋକପ୍ରିୟ ଟିପଷ୍ଟର ଡିଜିଟାଲ୍ ଚାଟ୍ ଷ୍ଟେସନର ଏକ ୱେଇବୋ ପୋଷ୍ଟରେ ଏ ସମ୍ପର୍କରେ ଏକ ବଡ଼ ଖୁଲାସା ହୋଇଛି । ଯଦି ଲିକ୍ କୁ ବିଶ୍ୱାସ କରାଯାଏ, ତେବେ ଏହି ଭିଭୋ ସ୍ମାର୍ଟଫୋନରେ iPhone 16 ପରି ଆକ୍ସନ୍ ବଟନ୍ ଫିଚର୍ ରହିପାରେ । ଏହି ଫିଚର୍ ୟୁଜର୍ସଙ୍କ ଅନେକ କାର୍ଯ୍ୟକୁ ସହଜ କରିବ । Vivo X200 Ultra ରେ ଆକ୍ସନ୍ ବଟନ୍ ଫ୍ରେମର ଡାହାଣ ପାର୍ଶ୍ୱର ତଳ ଭାଗରେ ହୋଇପାରେ । ଏହି ବଟନ୍ ସାହାଯ୍ୟରେ, ୟୁଜର୍ସମାନେ ଫଟୋ କ୍ଲିକ୍ କରିବା ସହିତ ସେଗୁଡ଼ିକୁ କ୍ୟାପଚର କରିପାରିବେ ।
ଆପଣଙ୍କୁ କହି ରଖୁଛୁ ଟେକ୍ ଜିଆଣ୍ଟ ଆପଲ୍ ଏହାର iPhone 15 Pro ଏବଂ iPhone 16 ସିରିଜରେ ଆକ୍ସନ୍ ବଟନ୍ ଦେଇଛି ଯାହା କ୍ୟାମେରା ଆପ୍ ଚାଲୁ କରିବା, DND ମୋଡ୍ ଆକ୍ଟିଭ କରିବା ଏବଂ ଅନ୍ୟାନ୍ୟ ଅନେକ କାର୍ଯ୍ୟ ପାଇଁ ବ୍ୟବହାର କରାଯାଏ । ଡିଜିଟାଲ୍ ଚାଟ୍ ଷ୍ଟେସନ୍ ଅନୁଯାୟୀ, Vivo X200 Ultraରେ ଫଟୋଗ୍ରାଫି ପାଇଁ ଏକ ଟ୍ରିପଲ୍ କ୍ୟାମେରା ସେଟଅପ୍ ରହିପାରିବ । ଏଥିରେ ୫୦-୫୦ ମେଗାପିକ୍ସେଲର ଦୁଇଟି କ୍ୟାମେରା ସେନ୍ସର ସହିତ ୨୦୦ ମେଗାପିକ୍ସେଲର ପେରିସ୍କୋପ୍ ଟେଲିଫୋଟୋ ଲେନ୍ସ ରହିବ ।
ପରଫରମାନ୍ସ ପାଇଁ, ଏହି ସ୍ମାର୍ଟଫୋନରେ ଏକ ପାୱାରଫୁଲ୍ ମିଡିଆଟେକ୍ ଡାଇମେନସିଟି 9400+ ଚିପସେଟ୍ ଦିଆଯାଇପାରେ । Vivo X200 Ultra ଏକ ପ୍ରିମିୟମ୍ ଏବଂ ଫ୍ଲାଗସିପ୍ ସ୍ମାର୍ଟଫୋନ୍ ହେବାକୁ ଯାଉଛି । ତେଣୁ ଏହା ୨TB ପର୍ଯ୍ୟନ୍ତ ଷ୍ଟୋରେଜ୍ ସହିତ ୨୪GB ପର୍ଯ୍ୟନ୍ତ LPDDR5X RAM ସହିତ ଆସିପାରେ । ଏହି ସ୍ମାର୍ଟଫୋନରେ ୬.୮ ଇଞ୍ଚ 2K LTPO OLED ଡିସପ୍ଲେ ରହିପାରିବ । ଏହି ଭିଭୋ ସ୍ମାର୍ଟଫୋନ୍ଟି IP65 IP68 ଏବଂ IP69 ରେଟିଂ ସହିତ ଲେସ୍ ହେବ । ଏଥିରେ ୯୦W ଫାଷ୍ଟ ଚାର୍ଜିଂ ସହିତ ଏକ ବଡ଼ ୬୦୦୦mAh ବ୍ୟାଟେରୀ ରହିବ ।