ଲଞ୍ଚ ହୋଇଛି Vivo ର ଦୁଇଟି ଦମଦାର୍ ସ୍ମାର୍ଟଫୋନ୍, ଜାଣନ୍ତୁ କ’ଣ ରହିଛି ଖାସ୍

ଭାରତରେ Vivo X200 ଏବଂ Vivo X200 Pro ଲଞ୍ଚ କରାଯାଇଛି । ଚୀନ୍ କମ୍ପାନୀର ଏହି ଉଭୟ ଫ୍ଲାଗସିପ୍ ସ୍ମାର୍ଟଫୋନ୍ ୧୬ GB RAM , IP69 ପରି ଜବରଦସ୍ତ ଫିଚର୍ସ ସହିତ ଆସିଥାଏ । ନିକଟରେ ଲଞ୍ଚ ହୋଇଥିବା iPhone 16 ଠାରୁ ଏହି ସିରିଜର ପ୍ରାଇସ୍ ଅଧିକ ରହିଛି । କମ୍ପାନୀ ଦାବି କରିଛି ଯେ ଏହି ସ୍ମାର୍ଟଫୋନରେ ଦମଦାର୍ କ୍ୟାମେରା ରହିଛି, ଯେଉଁଥି ପାଇଁ Vivo ପୁଣି ଥରେ Zeiss ସହିତ ପାର୍ଟନରଡ୍ କରିଛି । ଏହା ସହିତ ଏହି ଫୋନ୍ ଇନ୍-ହାଉସ୍ ଡେଡିକେଟେଡ୍ V3+ ଇମେଜିଂ ଚିପ୍ ସହିତ ଆସିଥାଏ । ଆପଣଙ୍କୁ କହିବୁ Vivo ର ଏହି ଉଭୟ ଫୋନରେ କ’ର ଖାସ୍ ରହିଛି?

Vivo X200 ଏବଂ Vivo X200 Pro ର ପ୍ରାଇସ୍ :

ଏହି ସିରିଜର ରୋଟେଡ୍ ମଡେଲ୍ Vivo X200 ର ଦୁଇଟି ଷ୍ଟୋରେଜ୍ ଭ୍ୟାରିଆଣ୍ଟ ରହିଛି ସେଗୁଡିକ ହେଲା- ୧୨ GB RAM + ୨୫୬ GB ଏବଂ ୧୬ GB RAM + ୫୧୨GB ରେ ଲଞ୍ଚ କରାଯାଇଛି । ଏହାର ବେସ୍ ଭ୍ୟାରିଆଣ୍ଟର ପ୍ରାଇସ୍ ୬୫,୯୯୯ ଟଙ୍କା ଅଛି । ସେହିଭଳି ଏହାର ଟପ୍ ଭ୍ୟାରିଆଣ୍ଟର ପ୍ରାଇସ୍ ୭୧,୯୯୯ ଟଙ୍କାରେ ଆସିଛି । ଏହି ଫୋନର ଦୁଇଟି କଲର ଅପ୍ସନ ରହିଛି ଯାହା ହେଉଛି- Cosmos Black ଏବଂ Natural Green ।

Vivo X200 Pro କମ୍ପାନୀ ଦ୍ୱାରା ୧୬ GB RAM + ୫୧୨ GB ରେ ଲଞ୍ଚ କରାଯାଇଛି । ଏହାର ପ୍ରାଇସ୍ ୯୪,୯୯୯ ଟଙ୍କା ରହିଛି । ଏହାର ଦୁଇଟି କଲର ଅପ୍ସନ ଅଛି ଯାହା ହେଲା- Titanium Grey ଏବଂ Cosmos Black ରେ କିଣିଯାଇପାରିବ । ଏହି ଦୁଇଟି ଫୋନର ପ୍ରି-ବୁକିଂ ଭାରତରେ ଆରମ୍ଭ ହୋଇଛି ।
ଏହି ଉଭୟ ଫୋନକୁ କିଣିବା ଉପରେ ୯,୫୦୦ ଟଙ୍କା ପର୍ଯ୍ୟନ୍ତ ଇଣ୍ଟ୍ରେଷ୍ଟ ଡିସକାଉଣ୍ଟ ଅଫର କରାଯାଉଛି । ଏହା ସହିତ ଏକ୍ସଣ୍ଟେଟ୍ ୱରେଣ୍ଟି ଏବଂ ୯,୫୦୦ ଟଙ୍କା ପର୍ଯ୍ୟନ୍ତ ଏକ୍ସଚେଞ୍ଜ ବୋନସ୍ ମଧ୍ୟ ମିଳିବ । କେବଳ ଏତିକି ନୁହେଁ ଏହି ଦୁଇଟି ଫୋନ୍ କିଣା ଉପରେ ୯ ମାସ ପାଇଁ ନୋ-କଷ୍ଟ EMI ମଧ୍ୟ ଅଫର ଦିଆଯାଉଛି ।

Vivo X200 ଏବଂ Vivo X200 Pro ର ଫିଚର୍ସ :

Vivo ର ଏହି ଉଭୟ ଫୋନ୍ ଫ୍ଲାଗସିପ୍ ସ୍ମାର୍ଟଫୋନ୍ ଦେଖିବାକୁ ସମାନ ହୋଇଛି । ଫୋନର ହାଡୱେର ଫିଚରରେ ମଧ୍ୟ ଅଧିକ ପାର୍ଥକ୍ୟ ନାହିଁ । ଏହାର ଷ୍ଟାଣ୍ଡାଡ୍ ମଡେଲ୍ ଯଥା Vivo X200 ରେ ୬.୬୭ ଇଞ୍ଚର ୧.୫K AMOLED 8T LTPS ଡିସପ୍ଲେ ଦିଆଯାଇଛି, ଯାହା ୧୨୦ Hz ହାଇ ରିଫ୍ରେସ୍ ରେଟ୍ ଫିଚରକୁ ସପୋର୍ଟ କରିଥାଏ । ସେହିଭଳି, Vivo X200 Pro ରେ ୬.୭୮ ଇଞ୍ଚର ୧.୫K LTPO AMOLED ଡିସପ୍ଲେ ମିଳିବ । ଏହି ଦୁଇଟି ଫୋନର ଡିସପ୍ଲେ ୪,୫୦୦ ନିଟ୍ସ ପର୍ଯ୍ୟନ୍ତ ପିକ୍ ବ୍ରାଇଟନେସକୁ ସପୋର୍ଟ କରିଥାଏ ।

Vivo X200 ସିରିଜର ଏହି ଦୁଇଟି ଫୋନ୍ Android 15 ଉପରେ ଆଧାର କରି FuntouchOS 15 ରେ କାମ କରିଥାଏ । ଏହି ଉଭୟ ଫୋନ୍ ବ୍ଲୁଟୁଥ୍ ୫.୪, NFC, GPS, NavIC, USB Type C ଭଳି ଫିଚର୍ସ ଦିଆଯାଇଛି । ଆହୁରି ମଧ୍ୟ ଏଗୁଡିକ ହେଉଛି IP69 ଏବଂ IP69 ରେଟେଡ୍ ଅଛି, ଯାହାର ଅର୍ଥ ହେଉଛି ଫୋନ୍ ପାଣି ଏବଂ ଧୂଳୀ ଦ୍ବାରା ଖରାପ ହେବ ନାହିଁ ।

Vivo ର ଏହି ସିରିଜରେ MediaTek Dimensity 9400 ପ୍ରୋସେସର ଦିଆଯାଇଛି । ଫୋନରେ ୧୬ GB LPDDR5X RAM ଏବଂ ୫୧୨GB UFS ୪.୦ ଷ୍ଟୋରେଜର ସପୋର୍ଟ ମିଳିଥାଏ ।

ଏହି ସିରିଜର ଉଭୟ ଫୋନର ବ୍ୟାକରେ ଟ୍ରିପଲ୍ କ୍ୟାମେରା ସେଟଅପ୍ ମିଳିଥାଏ । ଏହାର ପ୍ରୋ ମଡେଲରେ ୫୦ MP Sony LYT ୮୧୮ ମେନ୍ କ୍ୟାମେରା ସେନ୍ସର ରହିବ, ଯାହା OIS ଅର୍ଥାତ୍ ଅପଟିକାଲ୍ ଇମେଜ୍ ଷ୍ଟାବ୍ଲାଇଜେସନ୍ ଫିଚରକୁ ସପୋର୍ଟ କରିବ । ଏହା ବ୍ୟତୀତ ୫୦MP ର ୱାଇଡ୍ ଏଙ୍ଗଲ୍ ଆର୍ଟିଫୋକସ୍ କ୍ୟାମେରା ମିଳିବ । ଏହା ସହିତ ଫୋନରେ ୨୦୦ MP ର ଟେଲିଫଟୋ ISOCELL HP9 କ୍ୟାମେରା ସେନ୍ସର ଦିଆ ହୋଇଛି, ଯାହା OIS ଏବଂ ୩.୭ x ଅପ୍ଟିକାଲ୍ ଜୁମକୁ ସପୋର୍ଟ କରିବ । ଏହି ଫୋନରେ ଡେଡିକେଟେଡ୍ V3+ ଇମେଜିଙ୍ଗ ଚିପ୍ ରହିଛି ।

Vivo X200 ରେ ୫୦ MP Sony IMX921 କ୍ୟାମେରା ସେନ୍ସର ମିଳିବ, ଯାହା OIS କୁ ସପୋର୍ଟ କରିବ । ଏହା ବ୍ୟତୀତ ଫୋନରେ ୫୦ MP ର ଟେଲିଫଟୋ ଏବଂ ୫୦ MP ର ୱାଇଡ୍ ଏଙ୍ଗଲ୍ କ୍ୟାମେରା ମିଳିବ । ସେଲଫି ଏବଂ ଭିଡିଓ କଲିଂ ପାଇଁ ଏହି ଉଭୟ ଫୋନରେ ୩୨ MP ର କ୍ୟାମେରା ଦିଆଯାଇଛି ।
Vivo X200 Pro ରେ ୬,୦୦୦ mAh ର ଦମଦାର୍ ବ୍ୟାଟେରୀ ରହିଛି । ସେହିଭଳି, Vivo X200 ରେ ୫,୮୦୦ mAh ର ବ୍ୟାଟେରୀ ଦିଆହୋଇଛି । ଏହି ଉଭୟ ଫୋନ୍ ୯୦ W ୱାୟଡ୍ ଫାଷ୍ଟ ଚାର୍ଜିଂ ଫିଚରକୁ ସପୋର୍ଟ କରିଥାଏ । ଏହାର ପ୍ରୋ ମଡେଲରେ ୩୦ W ୱାୟରଲେସ୍ ଚାର୍ଜିଂର ସପୋର୍ଟ ରହିଛି