5,000mAh ବ୍ୟାଟେରୀ ସହ ଦମଦାର ଫିଚର୍ସରେ ଲଞ୍ଚ ହେଲା Vivo Y12A, ଦାମ ରହିଛି ସବୁଠୁ ଶସ୍ତା

ଚୀନର ଫୋନ ମେକର କମ୍ପାନୀ ଭିଭୋ ପକ୍ଷରୁ ନୂଆ ସ୍ମାର୍ଟଫୋନ ଲଞ୍ଚ ହୋଇଛି ।Vivoର Y12A ମଡେଲ ସିଙ୍ଗାପୁର ଓ ଥାଇଲାଣ୍ଡରେ ଲଞ୍ଚ ହୋଇଛି । ଏହା ଭାରତରେ ଜାନୁଆରୀରେ ଲଞ୍ଚ ହୋଇଥିବା Vivo Y12sର ରିବ୍ରାଣ୍ଡେଡ ମଡେଲ । ତେବେ ଚାଲନ୍ତୁ ଜାଣିବା ଏଥିରେ ଥିବା ଜବରଦସ୍ତ ଫିଚର୍ସ ।

ଫିଚର୍ସ:

ଫିଚର୍ସ କଥା ସାମ୍ନାକୁ ଆଣିଲେ ଜଣାପଡେ ଯେ, ଏହି ଫୋନରେ 6.5 ଇଞ୍ଚର HD + IPS LCD  ଡିସପ୍ଲେ ରହିଛି । ଫୋନରେ ୩ ଜିବିର ର‌୍ୟାମ ଏବଂ ୩୨ ଜିିବିର ଷ୍ଟୋରେଜ ସିଷ୍ଟମ ରହିଛି । Qualcomm Snapdragon 439 ପ୍ରୋସେସର ରହିଛି । ଫଟୋଗ୍ରାଫୀ ପାଇଁ ଦୁଆଲ ରିୟର କ୍ୟାମେରା ସହ ୧୩ ମେଗାପିକ୍ସଲର ପ୍ରାଇମେରୀ ଏବଂ ୨ମେଗାପିକ୍ସଲର ସେକେଣ୍ଡାରୀ ସେଂସର ସୁବିଧା ରହିଛି । 5,000mAh ବ୍ୟାଟେରୀ ରହିଛି ଯାହା ୧୬ ଘଣ୍ଟରୁ ଅଧିକ ସମୟ ଚାର୍ଜ ରଖିବ । କନେକ୍ଟିଭିଟି ପାଇଁ 3.5mm ଅଡିଓ ଜ୍ୟାକ , ମାଇକ୍ରୋ ୟୁଏସବି ପୋର୍ଟ ସାଇଡ ମାଉଣ୍ଟେଡ ଫିଙ୍ଗରପ୍ରିଣ୍ଟ ସେଂସର ରହିଛି ।

ଦାମ କଥା ବୁଝିଲେ ଏହାର ଦାମ ୧୦,୫୬୬ ଟଙ୍କା ରହିଛି । ଏହା ୨ଟି ରଙ୍ଗରେ ସାମ୍ନାକୁ ଆସିବ । ରଙ୍ଗ ଯଥାକ୍ରମେ ବ୍ଲୁ ଏବଂ ଗ୍ରୀନ ରହିବ । ଏହା ଅନଲାଇନ ୱେବସାଇଟ  Lazadaରେ ଉପଲବ୍ଧି ହେବ ।

Leave A Reply

Your email address will not be published.