ଲଞ୍ଚ ହୋଇଛି Vivo Y18t, ମିଳିବ ବଢ଼ିଆ ଫିଚର୍ସ

Vivo ଭାରତରେ ଆଉ ଏକ ଶସ୍ତା ସ୍ମାର୍ଟଫୋନ ଲଞ୍ଚ କରିଛି । କମ୍ପାନୀ ଏହି ଫୋନକୁ Y ସିରିଜରେ ଲଞ୍ଚ କରିଛି । ଯାହା ଖାସ୍‌ କରି ବଜେଟ୍‌ ୟୁଜର୍ସଙ୍କୁ ଧ୍ୟାନରେ ରଖାଯାଇଛି । କମ୍ପାନୀ ଏହି ଶସ୍ତା ସ୍ମାର୍ଟଫୋନୁ ଦୁଇଟି କଲର ଅପ୍ସନରେ ଲଞ୍ଚ କରିଛି ଯାହା ହେଉଛି- ଜେମ୍‌ ଗ୍ରୀନ୍‌ ଏବଂ ସ୍ପେସ୍‌ ବ୍ଲୁ । Vivo Y18t ରେ ୫୦୦୦mAh ର ଦମଦାର ବ୍ୟାଟେରୀ ସହିତ ଅନେକ ପାଓ୍ୱାରଫୁଲ ଫିଚର୍ସ ମଧ୍ୟ ରହିଛି । ଫୋନର ପ୍ରାଇସ୍‌ ୧୦,୦୦୦ ଟଙ୍କାରୁ କମ୍‌ ଅଛି ।

ଇ-କମର୍ସ ୱେବସାଇଟ୍‌ ଫ୍ଲିପକାର୍ଟ ଏବଂ Vivo ଷ୍ଟୋରରେ କମ୍ପାନୀ ସିକ୍ରେଟ ଭାବରେ Vivo Y18t ଲିଷ୍ଟ କରିଛି । ଏହି Vivo ଫୋନ କେବଳ ଗୋଟିଏ ଷ୍ଟୋରେଜ୍‌ ଭ୍ୟାରିଆଣ୍ଟ ଆସିଥାଏ ଯାହା ହେଉଛି- ୪GB RAM + ୧୨୮GB । ଏହି ଫୋନର ପ୍ରାଇସ୍‌ ୯,୪୯୯ ଟଙ୍କା । କମ୍ପାନୀର ଅଫିସିଆଲ ଷ୍ଟୋର ବ୍ୟତୀତ ଫ୍ଲିପକାର୍ଟରେ ମଧ୍ୟ ଫୋନ ସେଲ୍‌ ଆରମ୍ଭ ହୋଇଛି । ଆସନ୍ତୁ ଜାଣିବା ଏହି ଅଲଟ୍ରା ବଜେଟ୍‌ ସ୍ମାର୍ଟଫୋନର ଫିଚର୍ସ ବିଷୟରେ ।

Vivo Y18t ର ଫିଚର୍ସ :

୧. Vivo ର ଏହି ଶସ୍ତା ଫୋନ IP54 ରେଟେଡ୍‌ ହୋଇଛି ଯାହାର ଅର୍ଥ ହେଉଛି ଯେ, ଏହା ପାଣି ଏବଂ ଧୂଳି ଦ୍ୱାରା ଖରାପ ହେବ ନାହିଁ ।

୨. ଫୋନରେ ୬.୫୬ ଇଞ୍ଚର HD+ ଡିସପ୍ଲେ ଅଛି, ଯାହାର ରିଜୋଲ୍ୟୁସନ ୭୨୦ x ୧୬୧୨ ପିକ୍ସେଲ ରହିଛି ।

୩. କମ୍ପାନୀ ଫୋନରେ LCD ଡିସପ୍ଲେ ପ୍ୟାନେଲ ବ୍ୟବହାର କରିଛି, ଯାହା ୯୦Hz ରିଫ୍ରେସ ରେଟ୍‌ର ସପୋର୍ଟ କରିଥାଏ ।

୪. Vivo Y18t ର ଡିସପ୍ଲେରେ ପିକ୍‌ ବ୍ରାଇଟନେସ୍‌ ୮୪୦ ନିଟ୍ସ ପର୍ଯ୍ୟନ୍ତ ରହିଛି ଏବଂ ଏଥିରେ ସାଇଡ୍‌ ମାଉଣ୍ଟେଡ୍‌ ଫିଜିକାଲ୍‌ ଫିଙ୍ଗର ପ୍ରିଣ୍ଟ ସେନ୍ସର ମିଳିବ ।

୫. Vivo ର ଏହି ୪G ସ୍ମାର୍ଟଫୋନ Unisoc T612 ପ୍ରୋସେସର ଉପରେ କାମ କରେ । ଯାହା ସହିତ ୪GB LPDDR4X RAM ର ସପୋର୍ଟ ମିଳିବ ।

୬. ଫୋନରେ ଭର୍ଚୁଆଲ୍ RAM ଏକ୍ସପେନ୍ସନ୍‌ ଫିଚର ଦିଆଯାଇଛି, ଯାହା ମାଧ୍ୟମରେ ଫୋନର RAM ୮GB ପର୍ଯ୍ୟନ୍ତ ଏକ୍ସପାଣ୍ଡ ହୋଇପାରିବ ।

୭. ଏହି ଶସ୍ତା ଫୋନରେ ୧୨୮GB ର ଇଣ୍ଟରନାଲ ଷ୍ଟୋରେଜ୍‌ ଦିଆଯାଇଛି, ଯାହା ମାଇକ୍ରୋ SD କାର୍ଡ ମାଧ୍ୟମରେ 1TB ପର୍ଯ୍ୟନ୍ତ ବଢ଼ା ଯାଇପାରିବ ।

୮. Vivo Y18t ର ବ୍ୟାକରେ ଡୁଆଲ କ୍ୟାମେରା ସେଟଅପ୍‌ ରହିଛି, ଯେଉଁଥିରେ ୫୦MP ର ମେନ୍‌ ଏବଂ ୦.୦୮MP ସେକେଣ୍ଡାରୀ କ୍ୟାମେରା ସାମିଲ୍‌ ଅଛି ।

୯. ସେଲଫି ଏବଂ ଭିଡିଓ କଲିଂ ପାଇଁ ଏହି ଫୋନରେ ୮MP ର ଫ୍ରଣ୍ଟ କ୍ୟାମେରା ରହିବ ।

୧୦. ଏହି ଫୋନ Android 14 ଉପରେ ଆଧାର କରି FuntouchOS 14 ରେ କାମ କରେ ।

୧୧. ଏଥିରେ କନେକ୍ଟଭିଟି ପାଇଁ ୪G VoLTE, WiFi, Bluetooth ୫.୨, USB Type C ଭଳି ଫିଚର୍ସ ଅଛି ।

୧୨. ଫୋନରେ ୫,୦୦୦mAh ର ଦମଦାର ବ୍ୟାଟେରୀ ସହିତ ୧୫W ଫାଷ୍ଟ ଚାର୍ଜିଂ ଫିଚର ଦିଆଯାଇଛି ।

You might also like