ଭାରତରେ ଲଞ୍ଚ ହୋଇଛି Vivo Y19 5G, ଜାଣନ୍ତୁ ପ୍ରାଇସ୍ ଏବଂ ଫିଚର୍ସ

Vivo ଲର୍ଭସଙ୍କ ପାଇଁ ଆସିଲା ଗୁଡ୍ ନ୍ୟୁଜ୍ । ଆପଣମାନେ ନିଶ୍ଚତ ଭାବରେ ଜାଣିଥିବେ ଯେ ମାର୍କେଟରେ ପ୍ରାୟ ସବୁ ସମୟରେ କିଛି ନା କିଛି ସ୍ମାର୍ଟଫୋନ୍ ଲଞ୍ଚ ହୁଏ । ମୋବାଇଲ୍ ୟୁଜର୍ସମାନେ ଲଞ୍ଚ ହେବା ଖବର ଶୁଣି ବହୁତ ଖୁସି ମଧ୍ୟ ହୋଇଯାଆନ୍ତି ଏବଂ କିଣିବା ପାଇଁ ଇଚ୍ଛା ପ୍ରକାଶ ମଧ୍ୟ କରିଥାନ୍ତି । ଏହି ଖୁସିକୁ ଆହୁରି ବଢ଼ାଇବା ପାଇଁ Vivo ଭାରତରେ ଲଞ୍ଚ କରିଛି ଆଉ ଏକ ଶସ୍ତା 5G ସ୍ମାର୍ଟଫୋନ୍ ଲଞ୍ଚ କରିଛି । ଏହି ସ୍ମାର୍ଟଫୋନ୍ ବିଷୟରେ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ । ତେବେ ଆସନ୍ତୁ ଜାଣିବା ଏହାର ସମ୍ପୂର୍ଣ୍ଣ ଡିଟେଲ୍ସ ।
ଆମେ ଯେଉଁ ଫୋନ୍ ବିଷୟରେ ଆପଣଙ୍କୁ କହୁଛୁ ସେହି ଫୋନର ନାମ ହେଉଛି – Vivo Y19 5G । ଏହି Vivo ଫୋନଟି ୫,୫୦୦mAh ବ୍ୟାଟେରୀ ସହିତ ଅନେକ ପାୱାରଫୁଲ୍ ଫିଚର୍ସ ସହିତ ଆସିଥାଏ । ଏହି ସ୍ମାର୍ଟଫୋନଟିକୁ ୧୦,୯୯୯ ଟଙ୍କା ପ୍ରାରମ୍ଭିକ ମୂଲ୍ୟରେ ଲଞ୍ଚ କରାଯାଇଛି । ଏହି ଭିଭୋ ଫୋନଟି Y ସିରିଜ୍ ଅଧୀନରେ ଲଞ୍ଚ କରାଯାଇଛି । ଭିଭୋର ଏହି Y ସିରିଜ୍ ବିଶେଷକରି ବଜେଟ୍ ୟୁଜର୍ସଙ୍କ ପାଇଁ ଖାସ୍ ହୋଇଛି । ଏହି ଫୋନଟି IP64 ରେଟିଂ ମଧ୍ୟ ପାଇଛି, ଯାହା ୱାଟର ଏବଂ ଡଷ୍ଟରୁ ସୁରକ୍ଷା ପ୍ରଦାନ କରେ ।
Vivo Y19 5G ର ମୂଲ୍ୟ :
ଏହି Vivo ଫୋନଟି ତିନୋଟି ଷ୍ଟୋରେଜ ଭାରିଆଣ୍ଟରେ ଲଞ୍ଚ କରାଯାଇଛି । ଏହାକୁ ୪GB + ୬୪GB, ୪GB + ୧୨୮GB ଏବଂ ୬GB RAM + ୧୨୮GB ଭାରିଆଣ୍ଟରେ ଲଞ୍ଚ କରାଯାଇଛି । ଏହାର ପ୍ରାରମ୍ଭିକ ମୂଲ୍ୟ ୧୦,୯୯୯ ଟଙ୍କା। ଏହାର ଅନ୍ୟ ଦୁଇଟି ଭାରିଆଣ୍ଟ ଯଥାକ୍ରମେ ୧୧,୪୯୯ ଟଙ୍କା ଏବଂ ୧୨,୯୯୯ ଟଙ୍କାରେ ଉପଲବ୍ଧ । ଆପଣ ଏହି ଭିଭୋ ସ୍ମାର୍ଟଫୋନକୁ ଇ-କମର୍ସ ୱେବସାଇଟ୍ ଫ୍ଲିପକାର୍ଟ ଏବଂ ଆମାଜନରୁ ମଧ୍ୟ କିଣିପାରିବେ । କମ୍ପାନୀ ଏହାର ଶ୍ରେଷ୍ଠ ଭାରିଆଣ୍ଟରେ ନୋ-କଷ୍ଟ EMI ପ୍ରଦାନ କରୁଛି ।
Vivo Y19 5G ର ଫିଚର୍ସ :
ଏହି Vivo ଫୋନଟି ୬.୭୪ ଇଞ୍ଚର HD+ LCD ଡିସପ୍ଲେ ସହିତ ଆସିଥାଏ । ଏହି ଫୋନର ଡିସପ୍ଲେ ୯୦Hz ଉଚ୍ଚ ରିଫ୍ରେସ୍ ରେଟ୍ ଫିଚର୍ସକୁ ସପୋର୍ଟ କରେ । ଏହା ସହିତ, ଏହାର ଡିସପ୍ଲେ ୭୦୦ ନିଟ୍ ପର୍ଯ୍ୟନ୍ତ ପିକ୍ ବ୍ରାଇଟନେସକୁ ସପୋର୍ଟ କରେ । ଏହି ଫୋନର ଡିସପ୍ଲେ TUV Rheinland ସାର୍ଟିସଫାଏଡ୍ ହେବ । ଏଥିରେ ଏକ MediaTek Dimensity 6300 ପ୍ରୋସେସର୍ ଅଛି, ଯାହା ସହିତ ୬GB RAM ଏବଂ ୧୨୮GB ପର୍ଯ୍ୟନ୍ତ ଇଣ୍ଟରନାଲ୍ ଷ୍ଟୋରେଜ୍ ପାଇଁ ସପୋର୍ଟ ଉପଲବ୍ଧ ହେବ । ଫୋନର ଇଣ୍ଟରନାଲ୍ ଷ୍ଟୋରେଜକୁ ମାଇକ୍ରୋଏସଡି କାର୍ଡ ମାଧ୍ୟମରେ 2TB ପର୍ଯ୍ୟନ୍ତ ଏକ୍ସପାଣ୍ଡ କରାଯାଇପାରିବ ।
ଭିଭୋ ଏହି ଫୋନରେ AI ଫିଚର୍ସ ପ୍ରଦାନ କରିଛି, ଯେଉଁଥିରେ AI Eraser, AI Photo Enhance ଏବଂ AI Documents ସାମିଲ । ଏହି ଫୋନର ବ୍ୟାକରେ ଡୁଆଲ କ୍ୟାମେରା ସେଟଅପ୍ ଦିଆଯାଇଛି । ଏଥିରେ ୧୩MP ମେନ୍ ଏବଂ ୦.୦୮MPର ସେକେଣ୍ଡାରୀ କ୍ୟାମେରା ରହିବ । ଏଥିରେ ସେଲଫି ଏବଂ ଭିଡିଓ କଲିଂ ପାଇଁ 5MP କ୍ୟାମେରା ଅଛି । ଏହି ଫୋନରେ ବ୍ଲୁଟୁଥ୍ ୫.୪, USB 2.0, NFC ଭଳି ଫିଚର୍ସ ରହିଛି । ଏହା ବ୍ୟତୀତ, ଫୋନରେ ୫,୫୦୦mAhର ବ୍ୟାଟେରୀ ମଧ୍ୟ ଅଛି, ଯାହା ସହିତ ୧୫W USB ଟାଇପ୍ C ଚାର୍ଜିଂ ଫିଚର ଉପଲବ୍ଧ ହେବ । ଏହି ଫୋନଟି IP54 ରେଟିଂ । ଯଦି ଆପଣ ଆଫର୍ଡେବଲ୍ ପ୍ରାଇସରେ ଏକ ଦମଦାର୍ ସ୍ମାର୍ଟଫୋନ୍ ଖୋଜୁଛନ୍ତି, ତେବେ ଆପଣଙ୍କ ପାଇଁ ଏହି ଫୋନ୍ ବେଷ୍ଟ ହୋଇପାରିବ ।