୧୩ ହଜାର ଟଙ୍କାରୁ କମ୍ ଦାମ୍ ରେ ମାର୍କେଟରେ ଲଞ୍ଚ ହେଲା Vivo Y21e, ଜାଣନ୍ତୁ ରହିଛି ଦମଦାର ଫିଚର୍

ଏବେ ଫୋନ୍ କମ୍ପାନୀ ସବୁ, ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ବିଭିନ୍ନ ଉପାୟ କରୁଛନ୍ତି । ସବୁବେଳେ ଅପଡେଟ୍ ଭର୍ସନ ବାହାର କରିବା ସହ ଡିଜାଇନ୍ରୁ ଆରମ୍ଭ କରି ଫିଚର୍ସ ଉପରେ ଗୁରୁତ୍ୱ ଦେଉଛନ୍ତି । ତେଣୁ କହିବାକୁ ଗଲେ ମୋବାଇଲ ନିର୍ମାତାମାନେ ନିଜ ଭିତରେ ପ୍ରତିଯୋଗିତା ଚଳାଇଛନ୍ତି ବ୍ୟବସାୟ ପାଇଁ । ସେଥିଲାଗି ବିଭିନ୍ନ ପ୍ରକାର ନୂଆ ଫୋନ୍ ଲଞ୍ଚ କରୁଛନ୍ତି । ଏଥିରୁ ମାର୍କେଟରେ ଅଧିକ ଲାଭ କରିଥିବା ଭିଭୋ କମ୍ପାନୀ ମଧ୍ଯ ପଛରେ ନାହିଁ । ପ୍ରଥମ କଥା ହେଲା ଏହାର କ୍ୟାମେରା କ୍ୱାଲିଟି ବହୁତ ଭଲ ପୁଣି ଫୋନ୍ରେ ଅଧିକ ସ୍ପେସ ମଧ୍ୟ ଦେଉଛି ।
ତେବେ ବର୍ତ୍ତମାନ ଯଦି ଆପଣ ନୂଆ ଫୋନ୍ କିଣିବାକୁ ପ୍ଲାନିଂ କରୁଛନ୍ତି ତେବେ ଆପଣ ମାର୍କେଟରେ ଲଞ୍ଚ ହୋଇଥିବା ଭିଭୋର ନୂଆ ମଡେଲ କିଣି ପାରିବେ । କାରଣ ଏହାର ଦମଦାର ଫିଚର୍ ରହିଛି ।
ଭିଭୋର ଯେଉଁ ସବୁ ଫୋନ୍ ଆପଣ କିଣିଛନ୍ତି ବର୍ତ୍ତମାନ ସେହି ମଡେଲକୁ ଆଉ କିଛି ଭଲ ଫିଚର୍ ସହ ନୂଆ ରୂପରେ ଆଣୁଛି ଭିଭୋ କମ୍ପାନୀ । ଏମିତିକି ଏହାର ଦାମ୍ ମଧ୍ଯ ଅଧିକ ନୁହେଁ ।

ଭିଭୋ ନିଜର ଏହି ସ୍ମାର୍ଟ ଫୋନ୍ ଭାରତୀୟ ମାର୍କେଟରେ ଲଞ୍ଚ କରିଛି । ମଡେଲ୍ ହେଉଛି Vivo Y21e । ଏହାକୁ ଆପଣ ପକେଟ୍ ଫ୍ରେଣ୍ଡଲି ମଧ୍ୟ କହି ପାରିବେ । କାରଣ ଏହାର ଦାମ୍ ଗ୍ରାହକଙ୍କୁ ସୁହାଇବା ପରି ରହିଛି । ଏଥିରେ ସ୍ନାପଡ୍ରାଗନ୍ ୬୮୦ ପ୍ରସେସର ରହିଛି । ଏହା ଛଡା ଏଥିରେ ୫୦୦୦ mAh ର ବ୍ୟାଟେରୀ ଦିଆଯାଇଛି ।
ଭିଭୋର ଏହି ଫୋନ୍ରେ ଫାଷ୍ଟ ଚାର୍ଜିଂ ସପୋର୍ଟ ଦିଆଯାଇଛି । ସବୁଠାରୁ ବଡ଼ କଥା ହେଉଛି ଏଥିରେ ଆଇ ପ୍ରୋଟେକ୍ସନ ପାଇଁ ମଧ୍ୟ ବ୍ୟବସ୍ଥା ରହିଛି । ବ୍ଲୁ ଲାଇଟ୍ ଫ୍ଲିଟ ଦିଆଯାଇଛି ଫୋନ୍ରେ।
Vivo Y21e ର ମୂଲ୍ୟ ରହିଛି ୧୨,୯୯୦ ଟଙ୍କା । ଥି ଜିବି ରାମ୍ ସହିତ ୬୪ ଜିବି ଷ୍ଟୋରେଜ ରହିଛି ଏହି ଫୋନ୍ରେ। ତେବେ ଭିଭୋର ଏହି ନୂଆ ଫୋନ ଗୋଟେ ଭାରିଏଣ୍ଟରେ ହିଁ ମାର୍କେଟରେ ଲଞ୍ଚ ହୋଇଛି । ଅନ୍ୟ ଏକ ସୁବିଧା ହେଉଛି ଏହି ଫୋନରେ ଆପଣ ମେମୋରୀ ସ୍ପେସକୁ ବଢ଼ାଇ ପାରିବେ। ଆହୁରି ଅଧିକ 0.5 ଜିବି ପର୍ଯ୍ୟନ୍ତ ମେମୋରି ଏହି ଫୋନରେ ବଢ଼ିବ । ଏହା ଦୁଇଟି ରଙ୍ଗରେ ବଜାରକୁ ଆସୁଛି । ଡାଇମଣ୍ଡ ଗୋଲ୍ଡ ଓ ମିଡ୍ନାଇଟ ବ୍ଲୁ ରଙ୍ଗରେ ମାର୍କେଟରେ ମିଳିବ ।
ଏହାର ଫିଚର୍ କଥା କହିବାକୁ ଗଲେ କିଛି ନୂଆ ଫିଚର୍ ଦେଖିବାକୁ ମିଳିବ । ଫ୍ରଣ୍ଟଟଚ୍ OS ୧୨ ରହିଛି ଏହି ଫୋନ୍ରେ । ଏହାର ଡିସପ୍ଲେ ଏଚ୍ଡି ପ୍ଲସ ରହିଥିବା ବେଳେ ଏହାର ହାଇଟ ରହିଛି ୬.୫୧ ଇଞ୍ଚ୍ । ରିଜୋଲ୍ୟୁସନ୍ 720X1600 ପିକ୍ସଲ୍ । ଫୋନରେ ଅଲ୍ଟରା ଗେମ୍ ମୋଡ଼ ମଧ୍ୟ ରହିଛି । ତା ସାଙ୍ଗକୁ ଅଛି ଡାଟା ସ୍ପିଡ ଫିଚର୍ ।
ଏହାର କ୍ୟାମେରା କ୍ୱାଲିଟି ବହୁତ ଭଲ ବୋଲି କମ୍ପାନୀ ଦାବି କରିଛି । ପ୍ରାଇମେରୀ ଲେନ୍ସ ରହିଛି 13 ମେଗାପିକ୍ସେଲ। ସେଲ୍ଫି ଫ୍ରଣ୍ଟ କ୍ୟାମେରା ରହିଛି 8 ମେଗା ପିକ୍ସେଲ ।
ଏହାର ବ୍ୟାଟେରୀ ମଧ୍ୟ ବଢ଼ିଆ ରହିଛି । 18Wର ଫାଷ୍ଟ ଚର୍ଜିଂ ସପୋର୍ଟ ରହିଛି ଓ ଏହା ସହ ଫେସ୍ ଅନ୍ଲକ୍ ବ୍ୟବସ୍ଥା ଅଛି । କନେକ୍ଟିଭିଟି ପାଇଁ ଏହି ଫୋନରେ ୪-ଜି LTE, ଡୁଆଲ Wi-Fi, USB ଟାଇପ୍-ସି ପୋର୍ଟ, ବ୍ଲୁଟୁଥ ଭି 5 ଓ ସାଇଡ ମାଉଣ୍ଟେନ୍ ଫିଙ୍ଗର ପ୍ରିଣ୍ଟ ସେନ୍ସର୍ ରହିଛି ।
Vivo Y21e ଫୋନ ଭାରତୀୟ ମାର୍କେଟରେ ଲଞ୍ଚ ହୋଇ ସାରିଛି, ତେଣୁ ଆପଣ ଯଦି ଫୋନ୍ କିଣିବା ପାଇଁ ପ୍ଲା ନିଂ କରୁଛନ୍ତି ଭିଭୋର ଏହି ଫୋନ୍ କିଣି ପାରିବେ । କାରଣ ଏଥିରେ ଭଲ ଭଲ ଫିଚର୍ ରହିଛି । ପୁଣି ଭିଭୋ ଫୋନ୍ ବ୍ୟବହାର କରୁଥିବା ଉପୋଭୋକ୍ତା ମଧ୍ଯ ଫୋନ୍ ବିଷୟରେ ଭଲ ରିଭ୍ୟୁ ଦେଇଛନ୍ତି ।