କମିଲା Vivo Y28s 5Gର ଦାମ, ଫିଚର୍ସ ରହିଛି ଜବରଦସ୍ତ

ଭିଭୋ ଚଳିତ ବର୍ଷ ଜୁଲାଇରେ ଲଞ୍ଚ କରିଥିବା ବଜେଟ୍ ସ୍ମାର୍ଟଫୋନ୍ Y28s 5Gର ଦାମ କମାଇଛି । ଏହି ଫୋନ୍ ଭିଭୋ Y28e 5G ସହିତ ଲଞ୍ଚ କରାଯାଇଥିଲା । କିନ୍ତୁ କମ୍ପାନୀ Y28e ର ମୂଲ୍ୟ କମାଇନାହିଁ । ଏହି ଭିଭୋ ଫୋନ୍ ତିନୋଟି ଷ୍ଟୋରେଜ୍ ଭାରିଆଣ୍ଟରେ ଆସିଥାଏ – ୪GB RAM + ୧୨୮GB, ୬GB RAM + ୧୨୮ GB ଏବଂ ୮ GB RAM + ୧୨୮ GB । ଏହି ଫୋନ୍ ୧୩,୯୯୯ ଟଙ୍କାରେ ଲଞ୍ଚ କରାଯାଇଥିଲା ।

କମ୍ପାନୀ ଭିଭୋ Y28s 5Gର ଦାମ ୫୦୦ ଟଙ୍କା କମ କରିଛି । ବର୍ତ୍ତମାନ ଏହି ଫୋନର ଆରମ୍ଭ ମୂଲ୍ୟ ୧୩,୪୯୯ ଟଙ୍କା ରହିଛି । ଏଥି ବ୍ୟତୀତ ଏହାର ଅନ୍ୟ ଦୁଇଟି ଭାରିଆଣ୍ଟ ମୂଲ୍ୟ ବର୍ତ୍ତମାନ ଯଥାକ୍ରମେ ୧୪,୯୯୯ ଏବଂ ୧୬,୯୯୯ ଟଙ୍କା ହୋଇଛି । ଭିଭୋରୁ ଏହି ଶସ୍ତା ଫୋନ୍ ଭିଣ୍ଟେଜ୍ ରେଡ୍ ଏବଂ ଟ୍ୱିଙ୍କଲିଂ ପର୍ପଲ କଲରରେ ଆସିଥାଏ । ଏହା କମ୍ପାନୀର ଅଫିସିଆଲ୍ ଷ୍ଟୋର୍ ଏବଂ ଇ-କମର୍ସ ୱେବସାଇଟ୍ ଫ୍ଲିପକାର୍ଟରେ ନୂଆ ଦାମରେ ଲିଷ୍ଟ ହୋଇଛି ।

Vivo Y28s 5G ର ଫିଚର:

ଭିଭୋ Y28s 5Gରେ ୬.୫୬ ଇଞ୍ଚର LCD ଡିସପ୍ଲେ ଅଛି, ଯାହା HD + ରିଜୋଲ୍ୟୁସନକୁ ସପୋର୍ଟ କରେ । ଫୋନର ଡିସପ୍ଲେ ୯୦ Hz ରିଫ୍ରେସ ଏବଂ ୮୪୦ ନିଟ୍ ପର୍ଯ୍ୟନ୍ତ ପିକ ବ୍ରାଇଟନେସକୁ ସପୋର୍ଟ କରେ ।

ଏହି ଭିଭୋ ଫୋନରେ ମିଡିଆଟେକ ଡାଇମେନସିଟି ୬୩୦୦ ପ୍ରୋସେସର ଅଛି, ଯାହାକି ୮GB LPDDR4X RAM ଏବଂ ୧୨୮ GBର ସପୋର୍ଟ ମିଳିବ ।
ଭିଭୋର ଏହି ଫୋନ୍ ରେ ବ୍ଲୁଟୁଥ୍ ୫.୪ , ଜିପିଏସ୍ ଏବଂ ୱାଇ-ଫାଇ ଭଳି ଫିଚର ଅଛି ।

ଏହି ସ୍ମାର୍ଟଫୋନରେ ୫୦୦୦୦mAh ବ୍ୟାଟେରୀ ଅଛି, ଯେଉଁଥିରେ ୧୫ W USB Type C ଚାର୍ଜିଂ ଫିଚର ଉପଲବ୍ଧ । ଫୋନରେ ଏକ ସାଇଡ୍ ମାଉଣ୍ଟେଡ୍ ଫିଙ୍ଗର ପ୍ରିଣ୍ଟ ସେନ୍ସର ଅଛି ।

ଭିଭୋର ଏହି ଫୋନ୍ ଡୁଆଲ୍ କ୍ୟାମେରା ସେଟଅପ୍ ସହିତ ଆସିଥାଏ । ଏଥିରେ ୫୦MP ମେନ୍ ଏବଂ ୦.୦୮MP ସେକେଣ୍ଡାରୀ କ୍ୟାମେରା ଅଛି । ସେଲଫି ଏବଂ ଭିଡିଓ କଲିଂ ପାଇଁ ଏଥିରେ ୮MP କ୍ୟାମେରା ଅଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like