ଲଞ୍ଚ ହେବ Vivo Y300 5G, ୩-ସ୍ପିକର ସହିତ ରହିଛି ଅନେକ ଫିଚର୍ସ

Vivo ଚୀନରେ Vivo Y300 5G ଲଞ୍ଚ କରିଛି । ଗତ ବର୍ଷର Vivo Y200 ର ଏହା ଏକ ନୂଆ ଭର୍ସନ ହୋଇଛି, କିନ୍ତୁ ଭାରତରେ ଲଞ୍ଚ ହୋଇଥିବା Y300 ଠାରୁ ଭିନ୍ନ ରହିଛି । ଚୀନରେ ଲଞ୍ଚ ହୋଇଥିବା Y300 ର ଡିଜାଇନ୍, ପ୍ରୋସେସର, ସ୍ପିକର ସିଷ୍ଟମ, ବ୍ୟାଟେରୀ ଏବଂ ଚାର୍ଜିଂ ସ୍ପିଡ୍ ସବୁ ଭିନ୍ନ ହୋଇଛି । ଆପଣଙ୍କୁ କହିବୁ Vivo Y300 5G ର ପ୍ରାଇସ୍ ଏବଂ ଫିଚର୍ସ ବିଷୟରେ ।

Y300 ରେ ୬.୭୭ ଇଞ୍ଚର AMOLED ସ୍କ୍ରିନ୍ ରହିଛି, ଯାହା ୧୨୦Hz ରିଫ୍ରେସ ରେଟ୍ ସହିତ ବହଚତ ସ୍ମୁଥ୍ ଅଛି । ସ୍କ୍ରିନର ପିକ୍ ବ୍ରାଇଟନେସ୍ ୧୮୦୦ ନିଟ୍ସ ଅଛି, ଯେଉଁଥିରେ ସୂର୍ଯ୍ୟକିରଣରେ ମଧ୍ୟ ସ୍ପ୍ରିନ୍ କ୍ଲିୟର ଦେଖାଯିବ । ସ୍କ୍ରିନକୁ ସ୍କ୍ରାଚ୍ ଏବଂ ତଳେ ଖସିପଡିବା ପାଇଁ Vivo Diamond Shield ଗ୍ଲାସ୍ ବ୍ୟବହାର କରିଛି, ଯେଉଁଥିରେ ଆପଣଙ୍କ ଫୋନ ସେଫ୍ଟି ରହିପାରିବ ।

Y300 ର ସବୁଠାରୁ ଖାସ୍ କଥା ହେଉଛି ଏହାର ତିନି ସ୍ପିକର ଭଳି ସାଉଣ୍ଡ ସିଷ୍ଟମ ଅଛି । ଏହା ସାଧାରଣ ଫୋନ୍ ଅପେକ୍ଷା ୬୦୦% ଅଧକ ସାଉଣ୍ଡ କ୍ରିଏଟ୍ କରେ । 3D ସାଉଣ୍ଟ ସାଉଣ୍ଡ ସିଷ୍ଟମ ହେତୁ ଭିଡିଓ ଦେଖିବା, ଗେମ୍ ଖେଳିବା କିମ୍ବା ମ୍ୟୁଜିକ୍ ଶୁଣିବା ସମୟରେ ସାଉଣ୍ଡ ବହୁତ କ୍ଲିୟର ଏବଂ ଭଲ ରହିଛି । ଏହି ଭଳି ଭଲ ସାଉଣ୍ଡ ସିଷ୍ଟମ୍ ବହୁତ୍ କମ୍ ଫୋନରେ ଦେଖିବାକୁ ମିଳେ ।

Y300 ରେ MediaTek Dimensity 6300 ପ୍ରୋସସର ରହିଛି, ଯାହା ଦୈନିକ କାମ, ଇଣ୍ଟରନେଟ୍ ଚଲାଇବା ଏବଂ ଅଳ୍ପ ଗେମ୍ ଖେିଳିବା ପାଇଁ ପଥେଷ୍ଟ ଅଛି । Y300 ରେ ୧୨GB RAM ଏବଂ ୫୧୨GB ପର୍ଯ୍ୟନ୍ତ ଷ୍ଟୋରେଜ୍ ସହିତ ଆସିଥାଏ, ଯେଉଁଥିରେ ଆପଣ ଢ଼େର୍ ସାରା ଆପ୍, ଫଟୋ ଏବଂ ଭିଟିଓ ଷ୍ଟୋର କରିପାରିବେ ।

Vivo Y300 5G camera :

ଏହି ଫୋନରେ ୫୦MP ମେନ୍ କ୍ୟାମେରା ଅଛି, ଯେଉଁଥିରେ OIS ଟେକ୍ନୋଲୋଜି ରହିଛି । ଏଥିରେ କମ୍ ଲାଇଟରେ ମଧ୍ୟ ଭଲ ଫଟୋ ଉଠାଇ ପାରିବେ । ଏହା ସହିତ ଏକ ୨MP ର ଡେପ୍ଥ ସେନ୍ସର ମଧ୍ୟ ଅଛି, ଯାହା ଭଲ ପୋଟ୍ରେଟ୍ ଫଟୋ ଊଠାଇବାରେ ସାହାଯ୍ୟ କରେ । ସେଲଫି ପାଇଁ ୮MP ର ଫ୍ରଣ୍ଟ କ୍ୟାମେରା ରହିଛି, ଯାହା ଭିଡିଓ କଲିଂ ଏବଂ ସେଲଫି ପାଇଁ ଭଲ ହୋଇଛି ।

Vivo Y300 5G Battery :

Y300 ରେ ୬୫୦୦mAh ର ବଡ଼ ବ୍ୟାଟେରୀ ରହିଛି, ଯାହା ୪୪W ଫାଷ୍ଟ ଚାର୍ଜିଂକୁ ସପୋର୍ଟ କରିଥାଏ । ଫୋନକୁ ପାଣି ଏବଂ ଧୂଳୀରୁ ରକ୍ଷା କରିବା ପାଇଁ IP64 ରେଟିଂ ଦିଆଯାଇଛି । ଏହା ବ୍ୟତୀତ, ଫୋନ ଡ୍ରପରୁ ସୁରକ୍ଷା ପାଇବା ପାଇଁ SGS ରୁ ୫-ଷ୍ଟାର ରେଟିଂ ଦିଆଯାଇଛି, ଯେଉଁଥିରେ ଆପଣ ଏହାକୁ ଅଚିନ୍ତିରେ ସହ ବ୍ୟବହାର କରିପାରିବେ ।

Vivo Y300 5G China Price:

ଚୀନରେ Vivo Y300 ର ପ୍ରାଇସ୍ ୧୩୯୯ yuan (ପ୍ରାଏ ୧୯୨ ଡଲାର) ରୁ ଆରମ୍ଭ ହୋଇଛି । ଏହା ସହ ଏହି ଫୋନ୍ କେବେ ଲଞ୍ଚ ହେବ ସେ ସମ୍ପର୍କରେ କିଛି ସୂଚନା ଦିଆଯାଇ ନାହିଁ ।