ଲଞ୍ଚ ହେବ Vivo Y300 5G, ଜାଣନ୍ତୁ ଏହାର ଦମଦାର ଫିଚର୍ସ

ଯଦି ଆପଣ Vivo ର ଜଣେ ୟୁଜର୍ସ ଏବଂ ଏକ ନୂଆ ସ୍ମାର୍ଟଫୋନ କିଣିବା ପାଇଁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ଆସିଛି ଏକ ଖୁସି ଖବର । Vivo ଖୁବ୍‌ ଶୀଘ୍ର ଗ୍ରାହକଙ୍କ ପାଇଁ ଏକ ନୂଆ ସ୍ମାର୍ଟଫୋନ ଆଣିବାକୁ ଯାଉଛି । ବହୁତ ଶୀଘ୍ର ଆପଣ ମାକେର୍ଟରେ Vivo Y300 5G ସ୍ମାର୍ଟଫୋନର ଅପ୍ସନ ପାଇବାକୁ ଯାଉଛନ୍ତି । ଏହାକୁ ଲଞ୍ଚ କରିବା ପାଇଁ କମ୍ପାନୀ ପ୍ରସ୍ତୁତି ଚଳାଇଛି ।

Vivo Y300 5G ନିକଟରେ BIS (Bureau of Indian Standards) ସାର୍ଟିଫିକେସନ୍ସ ସାଇଟରେ ଦେଖିବାକୁ ମିଳିଛି । ଏଥିରେ ଅନୁମାନ କରାଯାଉଛି ଯେ ଏହି ଫୋନ୍‌ ଶୀଘ୍ର ମାକେର୍ଟକୁ ଆସିବ । ତେବେ ଆସନ୍ତୁ ଜାଣିବା Vivo ର ଅପକମିଙ୍ଗ ସ୍ମାର୍ଟଫୋନ ବିଷୟରେ ।

ଲାଟେଷ୍ଟ ସ୍ମାର୍ଟଫୋନରେ ରହିବ ଦମଦାର୍‌ ଫିଚର୍ସ :

Vivo ର Vivo Y300 5G ସ୍ମାର୍ଟଫୋନକୁ ସାର୍ଟିଫିକେସନ ୱେବସାଇଟ୍‌ ରେ ମଡେଲ୍‌ ନମ୍ବର V2416 ସହିତ ସ୍ପଷ୍ଟ କରାଯାଇଛି । କମ୍ପାନୀ ଏହି ସ୍ମାର୍ଟଫୋନକୁ Y ସିରିଜ୍‌ ଅଧୀନରେ ଲଞ୍ଚ କରିବ । ସୂଚନା ଥାଉ କି Vivo ଭାରତୀୟ ବଜାରରେ Vivo Y300+5G ଲଞ୍ଚ କରିସାରିଛି । ଲିକ୍‌ ଅନୁଯାୟୀ କମ୍ପାନୀ ଏହି ସ୍ମାର୍ଟଫୋନକୁ କେବଳ ଭାରତରେ ମ୍ୟାନୁଫେକ୍ଚର କରିବ ।

ଲିକ୍‌ ଅନୁଯାୟୀ Vivo Y300 5G ସ୍ମାର୍ଟଫୋନରେ ୬.୭ ଇଞ୍ଚର ଡିସପ୍ଲେ ଅଛି । ସ୍ନାପଡ୍ରାଗନ ପ୍ରୋସେସର ସହିତ ଲାଟେଷ୍ଟ ସ୍ମାର୍ଟଫୋନ ଲଞ୍ଚ କରାଯାଇପାରିବ । ଏଥିରେ ଆପଣଙ୍କୁ ୮GB ଷ୍ଟାଣ୍ଡାର୍ଡ RAM ସହିତ ଭର୍ଚୁଆଲ RAM ର ଅପ୍ସନ୍‌ ମଧ୍ୟ ଦିଆଯାଇପାରେ । ଏହା ବ୍ୟତୀତ ଯଦି ଇଣ୍ଟରନାଲ ଷ୍ଟୋରେଜ୍‌ କଥା କହିବା ଏହି ସ୍ମାର୍ଟଫୋନରେ ୧୨୮GB ଏବଂ ୨୫୬GB ଷ୍ଟୋରେଜ୍‌ ଅପ୍ସନ୍‌ ସହିତ ଲଞ୍ଚ ହୋଇପାରିବ ।

କମ୍‌ ଦାମରେ ମିଳିବ ଭଲ କ୍ୟାମେରା :

Vivo ପ୍ରାୟ ୫୦୦୦mAh ବ୍ୟାଟେରି ସହିତ Vivo Y300 5G କୁ ଆଣିପାରେ । ଫାଷ୍ଟ ଚାର୍ଜିଂ ପାଇଁ ଆପଣ ଏଥିରେ ୪୫W ଫାଷ୍ଟ ଚାର୍ଜିଂର ସପୋର୍ଟ ପାଇପାରିବେ । ଏହା ବ୍ୟତୀତ ଏହାର ରିୟରରେ ଡୁଆଲ୍‌ କ୍ୟାମେରା ସେଟଅପ୍‌ ମିଳିପାରିବ ଯେଉଁଥିରେ ୫୦ ମେଗାପିକ୍ସେଲ ପ୍ରାଇମେରୀ କ୍ୟାମେରା ରହିବ । ଏହା ବ୍ୟତୀତ ସେଲଫି ଏବଂ ଭିଡିଓ କଲିଂ ପାଇଁ ୩୨ ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ପାଇପାରିବେ ।